ଭୁବନେଶ୍ବର: ପ୍ରଚଣ୍ଡ ତାତିରେ ବିରାମ ଲଗାଇଛି କାଳବୈଶାଖୀ । ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା ସହ ବିଜୁଳି ଘଡ଼ଘଡି । ଏଭଳି ସ୍ଥିତି ଆଗାମୀ 5 ଦିନ ପର୍ଯ୍ୟନ୍ତ ଲାଗି ରହିବ । ଫଳରେ ଅନେକ ସ୍ଥାନରେ ବର୍ଷା ବିଜୁଳି ସହ ଝଟକା ପବନ ବହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତା 5 ଦିନ ପରେ ଅର୍ଥାତ 17 ତାରିଖ ବେଳକୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ।
ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଆହୁରି ୫ ଦିନ ଏଭଳି ପାଗ ଜାରି ରହିବ । ଉପକୂଳ ଓଡ଼ିଶାରେ ବିଶେଷ ଭାବେ ବର୍ଷାର ପ୍ରଭାବ ଅଧିକ ରହିଛି । ତେବେ ଉତ୍ତର ବିହାରରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଗତି କରୁଛି । ନିମ୍ନଚାପ ରେଖା ଘୁର୍ଣ୍ଣିବଳୟର ରୂପ ନେଇଛି । ଏହା ପ୍ରଭାବରେ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଫଳରେ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । ରାଜ୍ୟରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ଲାଗିରହିବ ।
ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ 40ରୁ 50 କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି 13 ତାରିଖରେ ଉପକୂଳ ଅଞ୍ଚଳ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଆଗାମୀ 3 ଦିନ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ - Odisha Weather
ତେବେ ଆଗାମୀ 3ରୁ 4 ଦିନ ମଧ୍ୟରେ ତାମାମାତ୍ରା ବିଶେଷ ହ୍ରାସ ପାଇବ ନାହିଁ । ତାପମାତ୍ରା ମାତ୍ର 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଗତ 24 ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷ ହୋଇଥିବା ବେଳେ କେନ୍ଦ୍ରାପଡାର ରାଜନଗରରେ ସର୍ବାଧିକ ୧୦୧.୦୦ ମିମି ବର୍ଷା ରେକର୍ଡ ହୋଇଛି ।ସେହିପରି ଆଜି ଉପକୂଳ ଜିଲ୍ଲାଗୁଡ଼ିକ ସହ ଉତ୍ତର ଓଡ଼ିସାର ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର