ETV Bharat / state

ନୂଆ ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେଉ: ଉଚ୍ଚଶିକ୍ଷା ମନ୍ତ୍ରୀ

author img

By ETV Bharat Odisha Team

Published : Feb 8, 2024, 12:43 PM IST

Nua 'O' Programme: ନୂଆ-ଓ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ । ଅଧିକ ପଢନ୍ତୁ

juba odisha nabin odisha programme
ନୂଆ-ଓ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଭିସି ମାଧ୍ୟମରେ ମନ୍ତ୍ରୀ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳର କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀଙ୍କ ସହିତ ନୂଆ-ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି । ଏଥିସହ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଉପରେ ଏହାର ପ୍ରଭାବ ସଂପର୍କରେ ପଚାରି ବୁଝିବା ସହିତ ସାମାଜିକ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ସୁଦୁର ପ୍ରସାରୀ । ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇଛି । ସେମାନଙ୍କ ପ୍ରତିଭାର ପ୍ରଦର୍ଶନ ପାଇଁ ଏକ ବଳିଷ୍ଠ ମଞ୍ଚ ପାଇପାରିଛନ୍ତି । ବର୍ତ୍ତମାନ ପାଇଁ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବାକୁ ସେ କହିଛନ୍ତି । ଏଥିସହ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାକୁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ତେବେ ନୂଆ-ଓ କାର୍ଯ୍ୟକୁ ୩ଟି ଭାଗରେ ଯଥା କ୍ରୀଡା, ସାଂସ୍କୃତିକ ଓ ସମାଜ ସେବାରେ ବିଭକ୍ତ କରାଯାଇଛି । ପିଲାଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଯେଉଁଥିରେ ଗାଁ ଗହଳିରେ ପଢ଼ୁଥିବା ଛାତ୍ରଛାତ୍ରୀ ନିଜ ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ପ୍ଲାଟଫର୍ମ ପାଇଛନ୍ତି । ସେମାନେ ତାଙ୍କ ପ୍ରତିଭାକୁ ଜାଣି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଇଥିବା ସେ କହିଛନ୍ତି । ସେହିପରି ସମାଜସେବା କ୍ଷେତ୍ରରେ କିଭଳି ପିଲାମାନେ ନିଜକୁ ସାମିଲ କରିବେ ସେଥିପାଇଁ ବିଭିନ୍ନ ଟେକ୍ନିକାଲ ଓ ମେଡିକାଲ କଲେଜ ପିଲା ରକ୍ତଦାନ କରିବା ସହ ବେଳାଭୂମି ସଫେଇ କାର୍ଯକ୍ରମରେ ସ୍ୱଇଚ୍ଛାରେ ଭାଗ ନେଇଛନ୍ତି । କେବଳ ଲିଟେରାରୀ ପ୍ରତିଯୋଗିତାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୬୮୭ ଅନୁଷ୍ଠାନ ଯୋଡି ହୋଇଥିଲେ । ସ୍ପୋର୍ଟସରେ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି । ସଂସ୍କୃତି ପ୍ରତିଯୋଗିତାରେ ମ୍ୟୁଜିକ, ଡ୍ୟାନ୍ସ ଭଳି ପ୍ରତିଯୋଗିତାରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡି ହୋଇଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନୂଆପଡ଼ାରେ ନୂଆ-ଓ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପାଣ୍ଡିଆନ

ସମାଜ ସେବା କ୍ଷେତ୍ରରେ ରକ୍ତଦାନ ଶିବିର, ନଦୀପଠା, ସମୁଦ୍ର କୂଳ ସଫେଇ ହୋଇଯାଇଛି । ବିଭିନ୍ନ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ଛାତ୍ରଛାତ୍ରୀଙ୍କ ସହ ଏଥିରେ ସାମିଲ ହୋଇଥିଲେ । ନୂଆ-ଓ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପୁରସ୍କାର ମିଳିବା ଦ୍ୱାରା ଲୁକ୍କାୟିତ କଳା ଓ ପ୍ରତିଭା ଆଗକୁ ଆଣିବାକୁ ସହାୟକ ହୋଇଛି । ବର୍ତ୍ତମାନ ରାଜ୍ୟରେ ଯୁବକ୍ରୀଡା ପ୍ରତିଯୋଗିତା ଚାଲିଛି । ୨୦ରୁ ଅଧିକ ଛାତ୍ରଛାତ୍ରୀ ଭାଷା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ ସେୟାର କରିଛନ୍ତି । ଅନ୍ୟପଟେ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ନୂଆ-ଓ ସମ୍ପର୍କିତ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି । ତେବେ ବିଭାଗୀୟ ସ୍ଵତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.