ETV Bharat / state

ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ: କହିଲେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ, କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା - Reviews Flood Situation

author img

By ETV Bharat Odisha Team

Published : Sep 10, 2024, 4:01 PM IST

Suresh Pujari Reviews Flood Situation: ରାଜ୍ୟରେ ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କ୍ଷୟକ୍ଷତି ଆକଳନ ପରେ ସହାୟତା ପ୍ରଦାନ କରାଯିବା ନେଇ ରଖିଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ

FLOOD SITUATION IN ODISHA
FLOOD SITUATION IN ODISHA (Etv Bharat)

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ପରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ସ୍ଥିତି ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜୀବ ଭବନ ସ୍ଥିତ ‘ଏସଆରସି’ କାର୍ଯ୍ୟାଳୟରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ସମେତ ସାରା ରାଜ୍ୟରେ ବର୍ଷା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ସହ ପାଣି କମିବା ପରେ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

REVIEWS FLOOD SITUATION (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଆଜି ବି ଜାରି ରହିଛି ବର୍ଷା, 3 ଜିଲ୍ଲାରେ ସ୍କୁଲ ଛୁଟି - Deep Depression Rain In Odisha

  • ସଫଳତାର ସହ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ:

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,"ଲଘୁଚାପ ପ୍ରଭାବରେ ରାଜ୍ୟର 30 ଜିଲ୍ଲାରେ ବର୍ଷା ହୋଇଛି । ବିଶେଷ କରି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିଛି । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ କରାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ 6ଟି ଓଡ୍ରାଫ ଓ 5 ଅଗ୍ନିଶମ ଟିମ୍‌ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ । ପାଣି ରାସ୍ତାରେ ଚାଲିବାରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ପ୍ରଭାବିତ ହୋଇଥିଲା । ବର୍ଷା ସତ୍ତ୍ବେ କାହାର ମୃତ୍ୟୁ ହୋଇନାହିଁ । ସଫଳତାର ସହ ‘ଓଡ୍ରାଫ’ ଟିମ୍‌ ଉଦ୍ଧାର କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ, ଏସଆରସି, ଜିଲ୍ଲା ପ୍ରଶାସନ, ଫାୟାର ସର୍ଭିସଙ୍କ ଉଦ୍ୟମ ପ୍ରଶଂସନୀୟ । ଉଦ୍ଧାର କାର୍ଯ୍ୟରେ 80ଟି ବୋଟ ନିୟୋଜିତ ହୋଇଥିଲା । ସାହାଯ୍ୟ ପାଇଁ ‘ଏନଡିଆରଏଫ’ ମଧ୍ୟ ପ୍ରସ୍ତୁତ ଥିଲେ । କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ସଚିବଙ୍କ ସହିତ ରାଜ୍ୟ ଅତିରିକ୍ତ ଶାସନ ସଚିବ କଥା ହୋଇଥିଲେ । ‘ବିଏସଏଫ’କୁ ଷ୍ଟାଣ୍ଡବାଇ ମୋଡରେ ରଖାଯାଇଥିବା ସହ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା । ଦରକାର ପଡିଥିଲେ ଏମାନଙ୍କ ସହଯୋଗ ଲୋଡାଯାଇଥାନ୍ତା । ''

Reviews Flood Situation In Odisha
Reviews Flood Situation In Odisha (ETV BHARAT ODISHA)
  • ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି :

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,''ମାଲକାନଗିରି ଜିଲ୍ଲାରେ 1,700 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ରିଲିଫ ସେଣ୍ଟରେ ସେମାନେ ରହିବେ । ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ । ତିନିଜଣ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ଅଛନ୍ତି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲା ଓ ବ୍ଲକ ପ୍ରଶାସନ ସହିତ ରାଜ୍ୟ ସରକାର ସମନ୍ୱୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଭୂସ୍ଖଳନ ଯୋଗୁଁ ଜଣେ ଆହତ ହୋଇଛନ୍ତି ।

  • ବନ୍ୟା ଛାଡିବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ:

ସୁରେଶ ଆହୁରି ମଧ୍ୟ କହିଛନ୍ତି,''ବନ୍ୟା ଓ ବର୍ଷା ଯୋଗୁଁ ଘର ଭାଙ୍ଗିଛି । ବର୍ଷା ଓ ପାଣି ଛାଡିବା ଲୋକଙ୍କ ପାଖରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ବର୍ଷା ଓ ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନ ହେଉଛି । ଏନେଇ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ପ୍ରତ୍ୟେକ ଘଣ୍ଟାରେ ବନ୍ୟା ସମ୍ପର୍କିତ ତଥ୍ୟ ନେଉଥିଲେ । ବନ୍ୟା ପରବର୍ତ୍ତୀ ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି । ଘର ଭାଙ୍ଗିବା, ଫସଲ ନଷ୍ଟର ଆକଳନ ପାଇଁ ଅଧିକାରୀ ଗଲେଣି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । କୋରାପୁଟର ସ୍ଥିତି ସୁଧାର ଆସିଥିବା ବେଳେ ଆସନ୍ତାକାଲି ମାଲକାନଗିରିରେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.