ETV Bharat / state

୬ ଦଫା ଦାବି ନେଇ ରାଜସ୍ୱ ଅଧିକାରୀଙ୍କ ଧାରଣା

author img

By ETV Bharat Odisha Team

Published : Feb 20, 2024, 8:00 AM IST

Revenue Inspectors Protest: ରାଜସ୍ବ ନିରୀକ୍ଷକଙ୍କ ପ୍ରତି ଅବହେଳା ଅଭିଯୋଗ । ୬ ଦଫା ଦାବି ନେଇ ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କ ଧାରଣା । ଅଧିକ ପଢନ୍ତୁ

Revenue Inspectors Protest
ରାଜସ୍ୱ ଅଧିକାରୀଙ୍କ ଧାରଣା
ରାଜସ୍ୱ ଅଧିକାରୀଙ୍କ ଧାରଣା

ଝାରସୁଗୁଡ଼ା: ୬ ଦଫା ଦାବି ନେଇ ରାଜସ୍ବ ନିରୀକ୍ଷକଙ୍କ ଧାରଣା । ଝାରସୁଗୁଡା ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ ନିରୀକ୍ଷକ ଅଧିକାରୀମାନେ ଗତକାଲି(ସୋମାବର) ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ସେମାନେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ଯଦି ସେମାନଙ୍କର ଦାବି ସରକାର ପୂରଣ ନ କରନ୍ତି ତେବେ ଆନ୍ଦଳୋନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଦୀର୍ଘ ଦିନରୁ ରାଜସ୍ବ ନିରୀକ୍ଷକମାନେ ରାଜ୍ୟ ସରକାରଙ୍କ ଆଗରେ ତାଙ୍କର ଦାବି ଉପସ୍ଥାପନ କରିଥିବାବେଳେ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ତେବେ ସେମାନଙ୍କ ଦାବିଗୁଡିକ ହେଲା ଓଡିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନଃର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷକଙ୍କର ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଓଆରଏସପିର ସ୍ତର ଆଠ, ସ୍କେଲ ଏକ ଓ ୯୦ ପ୍ରତିଶତ ରାଜସ୍ବ ନିରୀକ୍ଷକ ପଦବୀ ପଦୋନ୍ନତି କରିବା ।

ଏହା ମଧ୍ୟ ପଢନ୍ତୁ- ଚାଷୀଙ୍କୁ ମୁଗ ବିହନ ମିଳୁନଥିବା ଅଭିଯୋଗ, କୃଷି କାର୍ଯ୍ୟାଳୟ ଆଗରେ କୃଷକ ସଂଗଠନର ଧାରଣା

ଏହା ମଧ୍ୟ ପଢନ୍ତୁ- ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ, ସ୍ପଞ୍ଜ କାରଖାନାରେ ଆଗରେ ଶ୍ରମିକଙ୍କ ଧାରଣା

ଏହାସହ ବିଓଆର କଟକ ଦ୍ବାରା ପ୍ରକାଶିତ ନିଯୁକ୍ତି ତାଲିକାରେ ଧାର୍ଯ୍ୟ କରାଯାଇଥିବା ସୂଚୀ ଅନୁସାରେ ରାଜସ୍ବ ସୁପରଭାଇଜର ପଦର ନାମକରଣର ଅତିରିକ୍ତ ତହସିଲଦାରଙ୍କୁ ପରିବର୍ତ୍ତନ କରିବା ସେହି ଅନୁସାରେ ୩-୧ ରାଜସ୍ବ ମଣ୍ଡଳରେ ତହସିଲଗୁଡିକରେ ନିଯୁକ୍ତ କରିବା, ଓଏଏସ ପାଇଁ ୨୫ପ୍ରତିଶତ ପଦ ପଦନ୍ନୋତି ଯୋଗ୍ୟ ରାଜସ୍ବ ସୁପରଭାଇଜରଙ୍କ ଦରମା, ସେବା କାର୍ଯ୍ୟାଳୟ ଓ ରାଜସ୍ବ ପ୍ରଶାସନର ଅଭିଜ୍ଞତା ଉପରେ ଆଧାର କରି ପଦୋନ୍ନତି ପାଇଁ ସଂରକ୍ଷିତ ରଖିବା, ୧ ଜାନୁୟାରୀ ୨୦୦୬ରୁ ରାଜସ୍ବ ନିରୀକ୍ଷକ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଓ ଆରଏସ କର୍ମଚାରୀଙ୍କ ବେତନ ବର୍ଦ୍ଧିତ ସ୍କେଲରେ ଧାର୍ଯ୍ୟ କରିବା । ଏଭଳି 6 ଦଫା ଦାବି ପୂରଣ ପାଇଁ ଆନ୍ଦୋଳନରତ ଅଧିକାରୀମାନେ ଦାବି କରିଛନ୍ତି । ସେପଟେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆରଆଇ ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.