ETV Bharat / state

୬ ଦଫା ଦାବି ନେଇ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ, ଲୋକ ହନ୍ତସନ୍ତ

author img

By ETV Bharat Odisha Team

Published : Feb 20, 2024, 10:45 PM IST

Revenue Dept staffs go on indefinite strike: ଆଜି ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ୨୬ ଟି ତହସିଲ ସମେତ ରାଇରଙ୍ଗପୁର ଉପଖଣ୍ଡର ୭ ଟି ତହସିଲ ର ସମସ୍ତ ସୁପରଭାଇଜର, ଆରଆଇ, ଏଆରଆଇ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ କଲମ ଛାଡ ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ

୬ ଦଫା ଦାବି ନେଇ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ, ଲୋକ ହନ୍ତସନ୍ତ
୬ ଦଫା ଦାବି ନେଇ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ, ଲୋକ ହନ୍ତସନ୍ତ
୬ ଦଫା ଦାବି ନେଇ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ, ଲୋକ ହନ୍ତସନ୍ତ

ରାଇରଙ୍ଗପୁର: କଲମଛାଡ଼ ଆନ୍ଦୋଳନରେ ବସିଛନ୍ତି ରାଜସ୍ବ କ୍ଷେତ୍ର ଅଧିକାରୀ । ଆଜି ମୟୂରଭଞ୍ଜ ଜିଲ୍ଲାରେ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଆହ୍ବାନ କ୍ରମେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ତହସିଲ ଅଫିସ ସମ୍ମୁଖରେ ନିଜର ୬ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ସଂଘର ସଦସ୍ୟ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ ଟି ତହସିଲ ସମେତ ରାଇରଙ୍ଗପୁର ଉପଖଣ୍ଡର ୭ ଟି ତହସିଲ ର ସମସ୍ତ ସୁପରଭାଇଜର, ଆରଆଇ, ଏଆରଆଇ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ କଲମ ଛାଡ ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ତହସିଲ କାର୍ଯ୍ୟାଳୟ ରେ ଧାରଣା ରେ ବସିଛନ୍ତି ।

ପୂର୍ବରୁ ସେମାନଙ୍କ ଦାବି ଗୁଡ଼ିକ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ଅଣଦେଖା କରିଥିବାରୁ ବାଧ୍ୟ ହୋଇ ଗତକାଲି ଠାରୁ ଧାରଣାରେ ବସିଛନ୍ତି । ତେବେ ସେମାନଙ୍କର ଦାବି ଗୁଡିକ ହେଲା :

1. ODRS ନିୟମ, 1983 ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜ୍ୟର କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷକ ଙ୍କ ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଯଥା, ORSP ର ସ୍ତର ୮(ସେଲ୍ -1) ଏବଂ ୯୦% ରାଜସ୍ବ ନିରୀକ୍ଷକ ପୋଷ୍ଟ ପଦୋନ୍ନତି ପୋଷ୍ଟ ଭାବରେ ସ୍ଥିର କରାଯାଉ ।

2. BOR, କଟକ ଦ୍ବାରା ପ୍ରକାଶିତ Job-ଚାର୍ଟରେ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ ସୂଚୀ ଅନୁସାରେ ରାଜସ୍ବ ସୁପରଭାଇଜର ପଦର ନାମକରଣର ଅତିରିକ୍ତ ତହସିଲଦାରଙ୍କୁ ପରିବର୍ତ୍ତନ କରା‌ଯାଇ ତଦନୁସାରେ ୩:୧ ରାଜସ୍ବ ମଣ୍ଡଳ ରେ ତହସିଲ ଗୁଡିକ ରେ ନିଯୁକ୍ତ କରାଯାଉ । OAS ପାଇଁ 25% ପୋଷ୍ଟ ପଦୋନ୍ନତି ଯୋଗ୍ୟ ରାଜସ୍ବ ସୁପରଭାଇଜର (ପ୍ରସ୍ତାବିତ ଅତିରିକ୍ତ ତହସିଲଦାର) ଙ୍କ ଦରମା, ସେବା କାର୍ଯ୍ୟକାଳ ଏବଂ ରାଜସ୍ବ ପ୍ରଶାସନର ଅଭିଜ୍ଞତା ଉପରେ ଆଧାର କରି ପଦୋନ୍ନତି ପାଇଁ ସଂରକ୍ଷିତ ରଖାଯାଉ ଯେହେତୁ ଏହା ସେମାନଙ୍କର ନିଜସ୍ବ କ୍ୟାଡର ଅଟେ।

3. ORS ରେ ପଦୋନ୍ନତି ପାଇଁ ଅନ୍ୟତମ CCR ମାନଦଣ୍ଡକୁ ବିଲୋପ କରିବା ଏବଂ ଅମଲା କର୍ମଚାରୀଙ୍କ ପାଇଁ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ ପାଇଁ 40:60 ଅନୁପାତର ସମୀକ୍ଷା / ପ୍ରତ୍ୟାହାର, ଯାହା ପେ ମ୍ୟାଟ୍ରିକ ଅନୁଯାୟୀ କୃତିତ୍ଵ-ତଥା-ବରିଷ୍ଠତା ଆଧାରରେ ଏକ ସାଧାରଣ ଗ୍ରେଜେସନ୍ ତାଲିକା ଦ୍ବାରା ବଦଳାଯାଉ । ସପ୍ତମ ବେତନ ସ୍କେଲର ସ୍ତର -9 ର ଆନୁମାନିକତା ORS ର ପଦବୀକୁ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ପାଇଁ ସ୍ଥିର କରାଯାଉ, ORS ନିୟମର ନିୟମ -6 ର ଉପ-ନିୟମ -1 ର ଧାରା -1 (କ) ରେ ଥିବା ଶବ୍ଦ "ରାଜସ୍ବ କ୍ଷେତ୍ର କର୍ମଚାରୀ" ଦ୍ବାରା କନସୋଲିଡେଟର ଗ୍ରେଡ୍ -1, କାନୁନଗୋ, ରାଜସ୍ବ ସୁପରଭାଇଜର, ରାଜସ୍ବ ଇନ୍ସପେକ୍ଟର ଶବ୍ଦାବଳୀ କୁ ପ୍ରତିସ୍ଥାପନ କରାଯାଇପାରେ ।

4. ତାରିଖ ୦୧/୦୧/୨୦୦୬ ରୁ RI, ARI ଏବଂ RS ର ବେତନ ବର୍ଦ୍ଧିତ ସ୍କେଲରେ ଧାର୍ଯ୍ୟ

5. ବିଜ୍ଞପ୍ତି ଅନୁଯାୟୀ RDM - DRC - ADMN - 0014-2019-8526/R & DM dated 19.02.2020 ଅନୁଯାୟୀ ଆଉଟସୋର୍ସିଂ ମାଧ୍ୟମରେ ରାଜସ୍ବ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପ୍-ଡି ପୋଷ୍ଟଗୁଡିକ ପୂରଣ କରାଯାଉ।

6. କାର୍ଯ୍ୟସୂଚୀ ରେ ଆବଶ୍ୟକୀୟ ପରିବର୍ତ୍ତନ ପରେ କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଯେପରିକି କୃଷକ ତଥ୍ୟ ଯାଞ୍ଚ, CCE ଇତ୍ୟାଦି କୃଷି ବିଭାଗକୁ ସ୍ଥାନାନ୍ତର ।

ଏହା ମଧ୍ୟ ପଢନ୍ତୁ ... ଗୋପ ତହସିଲ ସମ୍ମୁଖରେ ରାଜସ୍ବ କର୍ମଚାରୀଙ୍କ ଧାରଣା, ରହିଛି ୬ ଦଫା ଦାବି

ମୟୂରଭଞ୍ଜ ଜିଲ୍ଲା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଉପସଭାପତି ନିହାର କୁମାର ପାତ୍ର, ସାଂଗଠନିକ ସଂପାଦକ ଇଂ ସୁଶିଲ କୁମାର ବେହେରା, ନମିତା ସେଠୀ, ଅନୁରାଧା ପାଲ, ସ୍ମିତା ମହାକୁଡ଼, ରଂଜନ ମହାନ୍ତି, ଗିରିଧାରୀ ପାତ୍ର, ସୁନାରାମ ମାଝୀ, ଗୋବିନ୍ଦ ସି, ରାଜେନ୍ଦ୍ର ଜ୍ୟୋତିଷ, ହାରାମଣି ମୁର୍ମୁ, ପ୍ରଭାସିନୀ ସି, ତୁଷାର କାନ୍ତି ମହାନ୍ତି ପ୍ରମୁଖ ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ସେହିଭଳି କୁସୁମି, ବିଜାତଳା, ବିଶୋଇ, ଯାମଦା, ତିରିଂ, ବହଳଦା ତହସିଲରେ ସମସ୍ତ ସୁପରଭାଇଜର, ଆରଆଇ,ଏଆରଆଇ, ଅମିନ ମାନେ କଲମ ଛାଡ କରି ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ନେତୃବୃନ୍ଦ କହିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.