ETV Bharat / state

୬ ଦଫା ଦାବି ନେଇ ରାଜସ୍ବ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ, ଲୋକ ହନ୍ତସନ୍ତ

author img

By ETV Bharat Odisha Team

Published : Feb 19, 2024, 6:05 PM IST

Revenue Dept Staffs Strike: ଆଜି ଗଜପତି ଜିଲ୍ଲାରେ ରାଜସ୍ବ କ୍ଷେତ୍ର ଅଧିକାରୀମାନେ କଲମଛାଡ଼ ଆନ୍ଦୋଳନରେ ବସିଛନ୍ତି । ଓଡିଆରଏସ କ୍ୟାଡ଼ରର ପୁନଃଗଠନ ଦାବି ନେଇ ଆରମ୍ଭ ହୋଇଛି ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଅଧିକ ପଢନ୍ତୁ

୬ ଦଫା ଦାବି ନେଇ ରାଜସ୍ବ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ, ଲୋକ ହେଉଛନ୍ତି ହନ୍ତସନ୍ତ

ପାରଳାଖେମୁଣ୍ଡି: କଲମଛାଡ଼ ଆନ୍ଦୋଳନରେ ବସିଛନ୍ତି ରାଜସ୍ବ ଅଧିକାରୀ । ଆଜି ଗଜପତି ଜିଲ୍ଲାରେ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଆହ୍ବାନ କ୍ରମେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ପାରଳାଖେମୁଣ୍ଡି ସ୍ଥିତ ତହସିଲ ଅଫିସ ସମ୍ମୁଖରେ ନିଜର ୬ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ସଂଘର ଗଜପତି ଶାଖାର ସଦସ୍ୟ । ଓଡିଆରଏସ କ୍ୟାଡ଼ରର ପୁନଃଗଠନ ଦାବି ନେଇ ଆରମ୍ଭ ହୋଇଛି ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ସେମାନଙ୍କ ଦାବି ମଧ୍ୟରେ ରହିଛି ଓଡିଆରଏସ ନିୟମ-୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷକଙ୍କ ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଯଥା ରାଜସ୍ବ ନିରୀକ୍ଷକ ଭାବେ ପଦୋନ୍ନତି କରିବା, ପ୍ରକାଶିତ ଜବଚାର୍ଟରେ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ରାଜସ୍ବ ସୁପରଭାଇଜରଙ୍କୁ ଅତିରିକ୍ତ ତହସିଲଦାର ଭାବେ ପରିବର୍ତ୍ତନ କରାଯାଇ ସେହି ଅନୁସାରେ ରାଜସ୍ବ ମଣ୍ଡଳରେ ତହସିଲଗୁଡ଼ିକରେ ନିଯୁକ୍ତ କରିବା ।

ଏତଦ୍ ବ୍ୟତୀତ ଓଏଏସ ପଦୋନ୍ନତି ପାଇଁ କାର୍ଯ୍ୟକାଳ ଏବଂ ରାଜସ୍ବ ପ୍ରଶାସନର ଅଭିଜ୍ଞତା ଉପରେ ଆଧାର କରି ୨୫ ପ୍ରତିଶତ ରାଜସ୍ବ ସୁପରଭାଇଜରଙ୍କ ପାଇଁ ସଂରକ୍ଷିତ ରଖିବା, ଓଆରଏସରେ ପଦୋନ୍ନତି ପାଇଁ ସିସିଆର ମାନଦଣ୍ଡକୁ ବିଲୋପ କରିବା ସହ ଅମଲା କର୍ମଚାରୀଙ୍କ ଓ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ ପାଇଁ ୪୦:୬୦ ଅନୁପାତର ସମୀକ୍ଷା, ସପ୍ତମ ବେତନ ହାରରେ ଓଆରଏସକୁ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ଥିର କରିବା, ଆରଆଇ, ଏଆରଆଇ ଏବଂ ରେଭେନ୍ୟୁ ସୁପରଭାଇଜରଙ୍କ ବେତନ ବର୍ଦ୍ଧିତ ହାରରେ ଧାର୍ଯ୍ୟ, ରାଜସ୍ବ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପ୍-ଡି ପଦବୀ ପୂରଣ କରିବା ଏବଂ କାର୍ଯ୍ୟସୂଚୀରେ ଆବଶ୍ୟକୀୟ ପରିବର୍ତ୍ତନ ପରେ କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କୃଷି ବିଭାଗକୁ ସ୍ଥାନାନ୍ତର ଆଦି ବିଭିନ୍ନ ଦାବି ନେଇ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଆଜି ଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ମିଳିଲା ପ୍ରତିଶୃତି, ମାସେ ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ

ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ଗଜପତି ଜିଲ୍ଲା ଶାଖାର ସଭାପତି ନିରଞ୍ଜନ ସ୍ବାଇଁ ଏବଂ ସଂପାଦକ କୃଷ୍ଣ ବିଶ୍ବାଳଙ୍କ ନେତୃତ୍ବରେ ରାଜସ୍ବ କ୍ଷେତ୍ର ଅଧିକାରୀମାନେ ଜିଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି । ପାରଳାଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲ ସଭାପତି ବିଜୟଶଙ୍କର ଏବଂ ସଂପାଦକଙ୍କ ଧନ ସେଠୀଙ୍କ ନେତୃତ୍ବରେ ରାଜସ୍ବ କ୍ଷେତ୍ର କର୍ମଚାରୀମାନେ ଧାରଣରା ବସିଛନ୍ତି । ଏସବୁ ଦାବି ନେଇ ଦୀର୍ଘ ଦିନ ହେଲା ଆଲୋଚନା କରାଯାଉଥିଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳୁନାହିଁ । କର୍ମଚାରୀମାନେ ଦାବି ପୂରଣ ନ ହେବା ଯାଏଁ ଧାରଣାରୁ ନହଟିବାର ନିଷ୍ପତ୍ତି ନେଇଥିବା ବେଳେ ଆନ୍ଦୋଳନ ଯୋଗୁଁ କୌଣସି କାମ ହୋଇପାରୁନଥିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.