ETV Bharat / state

ରାଜସ୍ବ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ହୀରାକୁଦ ଡ୍ୟାମ୍ ପରିଚାଳନା ନେଇ କଲେ ସମୀକ୍ଷା - FLOOD REVIEW MEETING - FLOOD REVIEW MEETING

Flood Review Meeting: ଅଶୋକ ନିବାସରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ହୀରାକୁଦ ଡ୍ୟାମ୍ ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ବିଷୟରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ ।

Review Meeting
Review Meeting (ETV Bharat Odisha)
author img

By ETV Bharat Odisha Team

Published : Aug 4, 2024, 10:18 PM IST

ସମ୍ବଲପୁର: ହୀରାକୁଦ ଡ୍ୟାମକୁ ନେଇ ଥିବା ବିଭିନ୍ନ ସମସ୍ୟା ଅନୁଧ୍ୟାନ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁର ବୁର୍ଲା ସ୍ଥିତ ଅଶୋକ ନିବାସରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ହୀରାକୁଦ ନଦୀବନ୍ଧର ବନ୍ୟା ପରିଚାଳନା ପ୍ରସଙ୍ଗ, ହୀରାକୁଦ ଡ୍ୟାମର ଉପର ମୁଣ୍ଡର ସମସ୍ୟା, ତଳ ମୁଣ୍ଡର ସମସ୍ୟା, ଜଳସେଚନ ସମ୍ପର୍କିତ ସମସ୍ୟା ବିଷୟରେ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Review Meeting (ETV Bharat Odisha)

ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା:

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,"ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଜଳ ସମ୍ପଦ ବିଭାଗ ରାଜସ୍ବ ବିଭାଗରୁ ବହୁ ପରିମାଣର ଜମି ଅଧିଗ୍ରହଣ କରିଥିଲା । ତେବେ ଯେଉଁ ସବୁ ଜମି ଜଳ ସମ୍ପଦ ବିଭାଗ ଦ୍ୱାରା ବ୍ୟବହାର ହେଉନାହିଁ ସେହି ଜମିକୁ ରାଜସ୍ବ ବିଭାଗକୁ ଫେରାଇଦେଲେ ଏହା ଗରିବ ତଥା ବିସ୍ଥାପିତ ପରିବାରମାନଙ୍କୁ ବଣ୍ଟା ଯାଇପାରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଅନୁରୂପ ଭାବେ ଶକ୍ତି ବିଭାଗ ପାଖରେ ମଧ୍ୟ ଏମିତି ବହୁ ଜମି ରହିଛି, ସେହି ଜମିକୁ ମଧ୍ୟ ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଗଲେ ତାହାକୁ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟାଯିବ। ଏହିଭଳି ସମସ୍ୟା ତଥା ହୀରାକୁଦ ଡ୍ୟାମର ଉପର ଓ ତଳ ମୁଣ୍ଡର ସମସ୍ୟା ନେଇ ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ବିଭାଗକୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।" ଅନ୍ୟପଟେ ଛତିଶଗଡ ଓ ଓଡିଶା ମଧ୍ୟରେ ଥିବା ମହାନଦୀ ଜଳ ବିବାଦ ଏବେ ଟ୍ରିବୁନାଲରେ ଥିବାବେଳେ ବର୍ତ୍ତମାନ ଓଡି଼ଶା କେଉଁ ସ୍ଥିତିରେ ଅଛି ସେନେଇ ସୂଚନା ମାଗିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ସମ୍ପର୍କ ସ୍ଥାପନ:
ବିଗତ କିଛି ବର୍ଷ ହେଲା ମୌସୁମୀ ଋତୁରେ ଓଡି଼ଶା ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗ ମଧ୍ୟରେ ହେଉଥିବା ସୂଚନା ଆଦାନ ପ୍ରଦାନ ବନ୍ଦ ଥିବାବେଳେ ବର୍ତ୍ତମାନ ଏହା ପୁଣି ଆରମ୍ଭ ହୋଇଛି । ଛତିଶଗଡ଼ର କିଛି ଅଧିକାରୀ ଓଡି଼ଶାର ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ପୁଣି ସମ୍ପର୍କ ସ୍ଥାପନ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେଣୁ ଆଗକୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

'ମହାନଦୀ ଜଳ ସଂରକ୍ଷଣ କରାଯିବ'

ମନ୍ତ୍ରୀ ଆହୁରି କହିଛନ୍ତି, "ଛତିଶଗଡ଼ ଉପରମୁଣ୍ଡରେ ଯାହା କରିଥିଲେ ମଧ୍ୟ ଆମେ ତଳମୁଣ୍ଡରେ କିପରି ମହାନଦୀ ଜଳ ସଂରକ୍ଷଣ ହୋଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ହେବ । ସେପଟେ ଛତିଶଗଡ କେଉଁ ସମୟରେ କେତେ ବନ୍ୟା ଜଳ ଛାଡୁଛି, କେତେ ପରିମାଣର ବନ୍ୟା ଜଳ ହୀରାକୁଦ ଜଳଭଣ୍ଡାରକୁ ଆସୁଛି ସେନେଇ ମଧ୍ୟ ଆଲୋଚନା ହୋଇଛି । ସେହିପରି ସମ୍ବଲପୁର ସହରରେ ବନ୍ୟା ନିୟନ୍ତ୍ରଣ ପାଇଁ କେଉଁ ପଦକ୍ଷେପ ନିଆଯାଇଛି ସେନେଇ ମଧ୍ୟ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି । ସହରରେ ଲାଗିଥିବା ସ୍ଲୁଇସ ଗେଟ ଓ ପମ୍ପିଂ ସେଣ୍ଟର ଗୁଡିକ କିପରି ରହିଛି ସେନେଇ ଆଲୋଚନା ହୋଇଛି ।"

ଏହା ବି ପଢନ୍ତୁ...ଶୁଖୁଛି ମହାନଦୀ, କମୁଛି ହୀରାକୁଦ ଜଳସ୍ତର: ସମାଧାନ କରିପାରିବ ତ ମୋହନ ସରକାର ? - Mahanadi water dispute

'ଜଳକର ରିପୋର୍ଟ ମଗାଯାଇଛି'
"ଏହାସହ ହୀରାକୁଦ ଡ୍ୟାମରୁ କେତେକ କମ୍ପାନୀ ପାଣି ନେଉଥିବାବେଳେ ଏହାର ଜଳ କର ସେମାନେ ଦେଉନାହାନ୍ତି । ତେଣୁ କେଉଁ କମ୍ପାନୀର କେତେ ଜଳକର ଦେବାକୁ ବାକି ରହିଛି ସେନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି । ଏହାସହ କେତେକ କମ୍ପାନୀ ହୀରାକୁଦ ନଦୀବନ୍ଧରୁ ପାଣି ନେଇ ମହାନଦୀକୁ ଦୂଷିତ ପାଣି ଛାଡୁଥିବା ଘଟଣା ବିଷୟରେ ମଧ୍ୟ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛୁ" ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.