ETV Bharat / state

ମହାନଦୀରୁ ଉଦ୍ଧାର ହେଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ - JOBRA BARRAGE CUTTACK

ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ବୋଲି ସ୍ପଷ୍ଟ କଲା ପୋଲିସ । 15 ତାରିଖରୁ ମିସିଂ ଥିଲେ । ଥାନାରେ ଅଭିଯୋଗ କରିଥିଲା ପରିବାର ।

ମହାନଦୀରୁ ଉଦ୍ଧାର ହେଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ
ମହାନଦୀରୁ ଉଦ୍ଧାର ହେଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ (ETV Bharat odisha)
author img

By ETV Bharat Odisha Team

Published : 3 hours ago

କଟକ: ଯୋବ୍ରା ଆନିକଟ ବ୍ୟାରେଜ ନିକଟରେ ମହାନଦୀରୁ ଉଦ୍ଧାର ହେଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ । ବ୍ୟାରେଜର ୯୩ ନମ୍ବର ଗେଟ ନିକଟରେ ମୃତଦେହ ଭାସୁଥିବାର ଦେଖାଯିବା ପରେ ରେସ୍କ୍ୟୁ ଟିମ୍‌ ଏହାକୁ ଉଦ୍ଧାର କରିଥିଲା । ପରେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି । ମୃତବ୍ୟକ୍ତି ୭୯ ବର୍ଷୀୟ ବୈଷ୍ଣବ ଚରଣ ସିଂ ଓ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟାନିକ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବୋଲି କଟକ ପୋଲିସ ସ୍ପଷ୍ଟ କରିଛି ।

  • ୧୫ ତାରିଖରୁ ନିଖୋଜ ଥିଲେ:-

ଅନ୍ୟପଟେ ଏହା ହତ୍ୟା ନା ଆତ୍ମହତ୍ୟା, ନା ଦୁର୍ଘଟଣା ସେ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଶ୍ଟ ହେବ । ସେହିପରି ମୃତ ପ୍ରଫେସରଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ମଧ୍ୟ ପୋଲିସ ଯୋଗାଯୋଗ କରିବାକୁ ପ୍ରୟାସ କରୁଛି । ଯୋନ ୧ ଏସିପି ଅରୁଣ ସ୍ୱାଇଁଙ୍କ ମତରେ ମୃତକ ହେଲେ ଭୁବନେଶ୍ୱର ନନ୍ଦନକାନନ ଅଞ୍ଚଳର । ମୃତକଙ୍କ ପରିବାର ୧୫ ତାରିଖ ନନ୍ଦନକାନନ ଥାନାରେ ଏନେଇ ଏକ ମିସିଂ କେଶ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ମୃତଦେହ ଜବତ ହେବା ପରେ ଏହା ନିଖୋଜ ପ୍ରଫେସରଙ୍କ ବୋଲି ଜଣାପଡିଛି ।

ମହାନଦୀରୁ ଉଦ୍ଧାର ହେଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ (ETV Bharat odisha)
  • ମାଲଗୋଦାମ ଥାନା ପୋଲିସ କରୁଛି ତଦନ୍ତ

ଘଟଣାସ୍ଥଳରେ ମାଲଗୋଦାମ ଥାନା ପୋଲିସ ତଦନ୍ତ ଜାରି ରଖିବା ସହ ମୃତଦେହକୁ ଉଦ୍ଧାର କରି ‘ଏସସିବି’ରେ ବ୍ୟବଚ୍ଛେଦ କରାଇଛି । ସମ୍ପର୍କୀୟଙ୍କ ମିସିଂ ରିପୋର୍ଟ ଅନୁସାରେ ସେ, ୧୫ ତାରିଖ ସକାଳୁ ପ୍ରାତଃ ଭ୍ରମଣରେ ଆସି ଘରକୁ ଫେରି ନଥିଲେ । ଅନ୍ୟପଟେ ପରିବାର ପକ୍ଷରୁ କୌଣସି ସୂଚନା କିମ୍ବା ପ୍ରତିକ୍ରିୟା ମିଳିପାରିନାହିଁ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ମୃତ୍ୟୁର କାରଣ ସ୍ପଷ୍ଟ କରିପାରେ । ଏହା ପରେ ସେହି ଦିଗରେ ପୋଲିସର ତଦନ୍ତ ଆଗକୁ ବଢିବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.