ETV Bharat / state

ଅସାଧୁ ବ୍ୟବସାୟୀ, ଅଣସୂପକାର ସାବଧାନ ! ଆନନ୍ଦ ବଜାରରେ ଆଉ ମିଳିବନି ବାସି ଅବଢା, ଜଗିଲେ 20 ପୂର୍ବତନ ସେନା କର୍ମଚାରୀ, ଫୋକସରେ ମନ୍ଦିର ସୁରକ୍ଷା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ - Puri Jagannath Temple security

author img

By ETV Bharat Odisha Team

Published : Sep 2, 2024, 1:31 PM IST

Retired Army personnel deployed at Puri Srimandir as part of Anand Bazaar reform measures: ଫୋକସରେ ମନ୍ଦିର ସୁରକ୍ଷା ସାଙ୍ଗକୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ କାର୍ଯ୍ୟକାରୀ ହେଲା ନୂଆ ବ୍ୟବସ୍ଥା । ଜଗିଲେ 20 ସେବାନିବୃତ୍ତ କର୍ମଚାରୀ । ଅଧିକ ପଢନ୍ତୁ

Retired Army personnel deployed at Puri Srimandir
Retired Army personnel deployed at Puri Srimandir (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ କାର୍ଯ୍ୟକାରୀ ହେଲା ନୂଆ ବ୍ୟବସ୍ଥା । ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ମୁତୟନ ହେଲେ ସେନା ନିବୃତ୍ତ କର୍ମଚାରୀ । ଦିନେ ଦେଶର ସୁରକ୍ଷାରେ ନିଜର କର୍ତ୍ତବ୍ୟ କରୁଥିଲେ । ଆଉ ଏବେ ଭକ୍ତଙ୍କ ସୁରକ୍ଷା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ୨୦ ଜଣ ଏକ୍ସ ଆର୍ମି ତଥା ସେନା ନିବୃତ କର୍ମଚାରୀ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷା ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ଆନନ୍ଦ ବଜାରରେ ଦୁଇଟି ସିଫ୍ଟରେ ୨୦ ଜଣ ଅବସରପ୍ରାପ୍ତ ଆର୍ମି ଯବାନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆନନ୍ଦ ବଜାରରେ ଦିନକୁ ଦିନ ବିଶୃଙ୍ଖଳା ବଢୁଥିବା ବେଳେ ଭକ୍ତ ମାନଙ୍କୁ ଆର୍ଥିକ ଶୋଷଣ ଓ ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ୁଛି । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ।

୨୦ ଜଣ ଅବସରପ୍ରାପ୍ତ ଆର୍ମି ଯବାନଙ୍କୁ ଶ୍ରୀମନ୍ଦିର ଆନନ୍ଦ ବଜାରର ଶୃଙ୍ଖଳା ଦାୟିତ୍ଵ ପାଇଁ ନିଯୁକ୍ତି ଦିଆଯାଇଛି । ସକାଳ ୬ଟା ରୁ ଦିନ ୨ଟା ଏବଂ ଦିନ ୨ଟା ରୁ ରାତି ୧୦ଟା ଯାଏଁ ୨୦ ଜଣ ସେନା ନିବୃତ କର୍ମଚାରୀ ଆନନ୍ଦ ବଜାରରେ ଡ୍ୟୁଟି କରିବେ । ତେବେ ବିଶେଷ ପରିସ୍ଥିତିରେ ରାତି ୧୦ଟା ରୁ ସକାଳ ୬ଟା ଯାଏଁ ମଧ୍ୟ ଏହି ସେନା ନିବୃତ କର୍ମଚାରୀଙ୍କୁ ମୁତୟନ କରାଯିବା ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ରଖିଛି । ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷା, ଅଣସୁପକାର ସେବାୟତଙ୍କୁ ଚିହ୍ନଟ, ଭକ୍ତଙ୍କ ସୁରକ୍ଷା ଏବଂ ବାସୀ ମହାପ୍ରସାଦ କିଭଳି ବିକ୍ରି ନହେବ ତାହା ଉପରେ ନଜର ରଖିବେ ଏହି ସେନା ନିବୃତ କର୍ମଚାରୀ । ଭକ୍ତ ମାନେ କିଭଳି ଭଲରେ ମହାପ୍ରସାଦ ସେବନ କରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହା ମୁଖ୍ୟ ଦାୟିତ୍ଵ ରହିବ ବୋଲି ସେନା ନିବୃତ କର୍ମଚାରୀ କହିଛନ୍ତି ।

ଏହା ବି ପଢନ୍ତୁ-Srimandir New Rules: ସେପ୍ଟେମ୍ବର ପହିଲାରୁ ଶ୍ରୀମନ୍ଦିରରେ ବାସି ଅବଢ଼ା ବିକ୍ରି ବନ୍ଦ, ଆନନ୍ଦ ବଜାର ଜଗିବେ ପୂର୍ବତନ ସେନା କର୍ମଚାରୀ - ROTTEN MAHAPRASAD SALE BAN

ଶ୍ରୀମନ୍ଦିର ଆନନ୍ଦ ବଜାରରେ ନିୟୋଜିତ ହୋଇଥିବା ସେନା ନିବୃତ କର୍ମଚାରୀଙ୍କୁ ଖୁବ୍ ଶିଘ୍ର ପ୍ରଦାନ କରାଯିବ ଡ୍ରେସ୍ କୋଡ଼୍ ଓ ପରିଚୟ ପତ୍ର। ଯାହାକୁ ଏହି କର୍ମଚାରୀ ମାନେ ଡ୍ୟୁଟି ସମୟରେ ପରିଧାନ କରିବେ। ଏହା ଫଳରେ ଭକ୍ତ ମାନେ ତାଙ୍କୁ ଚିହ୍ନି ପାରିବା ସହ କୌଣସି ଅସୁବିଧା କିମ୍ବା ଅଭିଯୋଗ ଥିଲେ ସିଧାସଳଖ କଥା ହୋଇପାରିବେ। ତେବେ କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ସେନା ନିବୃତ କର୍ମଚାରୀଙ୍କୁ କ୍ଷମତା ପ୍ରଦାନ କରାଯାଇନାହିଁ। ଆନନ୍ଦ ବଜାରରେ କୌଣସି ବିଶୃଙ୍ଖଳା ଅବା ଅପରାଧ ଘଟିଲେ ତୁରନ୍ତ ଏମାନେ ପୋଲିସକୁ ଖବର ଦେବା ସହ ଅପରାଧରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିଙ୍କୁ ଧରି ପୋଲିସରେ ହସ୍ତାନ୍ତର କରିବେ । ପରେ ପୋଲିସ ଘଟଣାର ତଦନ୍ତ କରି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ।

ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଅବସରପ୍ରାପ୍ତ ଆର୍ମି ଯବାନଙ୍କୁ ନିଯୁକ୍ତି ବେଶ୍ ସଫଳତାର ସହ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ତେବେ ଯେଭଳି ଆନନ୍ଦ ବଜାରରେ ଶୃଙ୍ଖଳାକୁ ଗୁରୁତ୍ବ ଦିଆଯାଉଛି ସେହିଭଳି ଶ୍ରୀମନ୍ଦିର ଭିତରେ ମଧ୍ୟ ଭକ୍ତମାନେ କିଭଳି ଭଲଭାବେ ଦର୍ଶନ କରିପାରିବେ ଏବଂ ଆର୍ଥିକ ଶୋଷଣରୁ ରକ୍ଷା ପାଇପାରିବେ ସେ ଦିଗରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ତେବେ ଆନନ୍ଦ ବଜାର ରେ ଶୃଙ୍ଖଳା ଆଣିବା ପେଇଁ ନିଯୁକ୍ତ ହୋଇଥିବା ସେନା ନିବୃତ୍ତ କର୍ମଚାରୀ ସଂଗ୍ରାମ କେଶରୀ ଦୀକ୍ଷିତ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମେ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆମେ କାର୍ଯ୍ୟ କରିବୁ । ଆମର ପ୍ରଥମ କାର୍ଯ୍ୟ ହେବ ଭକ୍ତ ମାନେ କିଭଳି ସନ୍ତୁଷ୍ଟ ହୋଇ ମହାପ୍ରଭୁଙ୍କ କୃପା ଲାଭ କରି ଫେରିବେ । ଯିଏ ଆନନ୍ଦ ବଜାର ରେ ବିଶୃଙ୍ଖଳା କରିବ ତାକୁ ଆମେ ଧରି ପୋଲିସକୁ ହସ୍ତାନ୍ତର କରିବୁ । ପୋଲିସ୍ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନେବ । ତେବେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବା ମୋର ପୂର୍ବ ଜନ୍ମ ଫଳ। ଏହି କାର୍ଯ୍ୟ ପାଇ ମୁ ବେଶ୍ ଆନନ୍ଦିତ ।"

ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଯତୀନ ପଣ୍ଡା କହିଛନ୍ତି, "ଆମେ ଆନନ୍ଦ ବଜାର ରେ ଶୃଙ୍ଖଳା ରକ୍ଷା ପାଈଁ 20 ଜଣ ଅବସରପ୍ରାପ୍ତ ଆର୍ମୀ ଯବାନଙ୍କୁ ନିୟୋଜିତ କରିଛୁ। ଏମାନେ ମୁଖ୍ୟତଃ ଆନନ୍ଦ ବଜାରକୁ ଶୃଙ୍ଖଳିତ , ବ୍ୟବସ୍ଥିତ କରିବେ। ଯେଉଁ ଭକ୍ତ ମାନେ ଆନନ୍ଦ ବଜାର କୁ ଆସିବେ ସେମାନେ କିଭଳି ଭଲ ଅନୁଭୂତି ନେଇ ଫେରିବେ ତାହା ଉପରେ ଏମାନେ ନଜର ରଖିବେ। ଏହି ସେନା ନିବୃତ୍ତ କର୍ମଚାରୀ ମାନେ ଭାରତୀୟ ସେନା ଅତ୍ୟନ୍ତ ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ଦେଶ ପାଇଁ ବହୁତ ତ୍ୟାଗ କରିଛନ୍ତି । ଏଣୁ ଆନନ୍ଦ ବଜାର ରେ ଯାହା ଅସୁବିଧା ସୃଷ୍ଟି ହେଉଛି, ଏମାନେ ଶୃଙ୍ଖଳା ଆଣିପାରିବେ। ଆନନ୍ଦ ବଜାର ରେ ଯେଉଁ ଛୋଟ ଅପରାଧ ଘଟୁଚି ତାହାର ନିରାକରଣ କରିପାରିବେ । ସର୍ବୋପରି ଆନନ୍ଦ ବଜାରକୁ ଆସୁଥିବା ଭକ୍ତ କିଭଳି ଭଲରେ ମହାପ୍ରସାଦ ସେବନ କରି ଓ ମହାପ୍ରସାଦ କିଣି ଭଲରେ ଯାଇ ପାରିବେ ଏମାନେ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବେ । ତାଙ୍କୁ ଖୁବ୍ ଶୀଘ୍ର ଡ୍ରେସ୍ କୋଡ ଯୋଗାଇ ଦିଆଯିବ । ସକାଳ 6 ଟା ରୁ ଦିନ 2ଟାଏବଂ ଦିନ 2ଟା ରୁ ରାତି 10 ଟା ଯାଏ ଦୁଇଟି ସିପ୍ଟରେ ଏମାନେ କାର୍ଯ କରିବେ । ବିଶେଷ ଦିନ ଗୁଡିକ ରେ ରାତି 10 ଟା ରୁ ସକାଳ 6 ଟା ଯାଏଁ ମଧ୍ୟ ଡ୍ୟୁଟି ଦିଆଯିବ। ତେବେ ଏମାନଙ୍କୁ ଆଇନ ଗତ କାର୍ଯ୍ୟନୁଷ୍ଠାନ ପାଇଁ କ୍ଷମତା ଦିଆଯାଇନାହିଁ । ଆନନ୍ଦ ବଜାର ରେ କିଛି ଅପରାଧ ଘଟିଲେ ଅପରାଧ ରେ ଥିବା ବ୍ୟକ୍ତିଙ୍କୁ ଧରି ପୋଲିସ୍ କୁ ଏମାନେ ହସ୍ତାନ୍ତର କରିବେ । ଆନନ୍ଦ ବଜାର ରେ ବାସୀ ଅବଢ଼ା ବିକ୍ରୀ ହେଲେ ଏହାକୁ ସେମାନେ ଚିହ୍ନଟ କରି ମନ୍ଦିର ସୁପର ଭାଇଯରଙ୍କୁ ଜଣାଇବେ। ଅଣସୂପକାରଙ୍କୁ ଚିହ୍ନଟ କରି ମନ୍ଦିର ସୁପର ଭାଇଜରଙ୍କୁ ଜଣାଇବେ ।"

ପୂର୍ବରୁ ଆଇନ ମନ୍ତ୍ରୀ କହିଥିଲେ ମାଗଣା ମହାପ୍ରସାଦ ବଣ୍ଟନ କଥା-

କିଛି ଦିନ ତଳେ ଶ୍ରୀକ୍ଷେତ୍ର ଆସୁଥିବା ଶ୍ରଦ୍ଧାଳୁଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଥିବା କହିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଖୁବଶୀଘ୍ର ଏକ ରୂପରେଖ ଦେବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରଖିଥିବା କହିଥିଲେ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ ମହାପ୍ରସାଦ ଟିକେ ପାଇଲେ ଭକ୍ତଟିଏ ଏକ ମାନସିକ ଶାନ୍ତି ପାଇବ । ଏ ଦିଗରେ ସରକାର ଗମ୍ଭୀର ଭାବେ ଚିନ୍ତା କରୁଥିବା ଆଇନମନ୍ତ୍ରୀ କହିଥିଲେ।

ପୂର୍ବରୁ ବାସି ଅବଢ଼ା ବିକ୍ରି ଉପରେ ରୋକ ଲାଗିବା କଥା ଉଠିଥିଲା-

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା । ସେପ୍ଟେମ୍ବର 1 ତାରିଖରୁ ଆନନ୍ଦବଜାରରେ ଲାଗୁ ହେବ ନୂଆ ନିୟମ । ବାସି ମହାପ୍ରସାଦ ବା ଅବଢ଼ା ବିକ୍ରି ଉପରେ ଲାଗିବ ରୋକ । ଅଣ ସେବାୟତ ବିକ୍ରି କରିପାରିବେନି ମହାପ୍ରସାଦ । ଆନନ୍ଦ ବଜାର ବ୍ୟତିତ ଶ୍ରୀ ମନ୍ଦିରର ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ନିର୍ଦ୍ଧାରିତ ସ୍ଥାନରେ ବସି ସୁଆର ମହାସୁଆର ସେବକ ମହାପ୍ରସାଦ ବିକ୍ରି କରିବେ । ଏଥିସହ ଶ୍ରୀମନ୍ଦିର ବାହାରେ ତିଆରି ହୋଇ ବିକ୍ରି ହେଉଥିବା ଖାଦ୍ୟ ଉପରେ ଲାଗିବ ରୋକ । ଆନନ୍ଦ ବଜାରରେ କିପରି ଶୃଙ୍ଖଳା ବଜାୟ ରଖିହେବ, ସେ ନେଇ ଗତକାଲି ମନ୍ଦିର ପ୍ରଶାସନର ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.