ETV Bharat / state

ଓଡ଼ିଶା ଇତିହାସ ଉପରେ ହେବ ଗବେଷଣା, ବଡ଼ ଘୋଷଣା କଲେ ଆଇନମନ୍ତ୍ରୀ - ODISHA HERITAGE

ଓଡ଼ିଶାର ଇତିହାସ ପାଇଁ ହେବ ଗବେଷଣା । ମନ୍ତ୍ରୀ କହିଲେ ଓଡ଼ିଆ ଇତିହାସକୁ ଯେଉଁଭଳି ଭାବେ ଉପସ୍ଥାପନ କରିବା କଥା ତାହା ହୋଇନାହିଁ । ଜୟୀ ରାଜଗୁରୁଙ୍କ ନାଁରେ ନାମିତ ହେବ ରାସ୍ତା ।

Etv Bhaଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ (@PrithivirajBJP)
author img

By ETV Bharat Odisha Team

Published : Nov 10, 2024, 8:48 PM IST

ଭୁବନେଶ୍ବର: ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାର ଇତିହାସ ପାଇଁ ହେବ ଗବେଷଣା । କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ । ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ବୀର । ଏ ସବୁକୁ ନେଇ ଏବେ ଗବେଷଣା ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏଥିସହ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ ।

ଇତିହାସ ଉପରେ ଗବେଷଣା ହେବ:

ଓଡ଼ିଶା ଇତିହାସ ଉପରେ ହେବ ଗବେଷଣା (ETV Bharat Odisha)

ଆଜି(ରବିବାର) ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ‘ଓଡ଼ିଆ ଜାତିର ଇତିହାସକୁ ଯେଉଁ ଭଳି ଭାବେ ଉପସ୍ଥାପନ କରିବା କଥା ତାହା ଏପର୍ଯ୍ୟନ୍ତ ହୋଇନାହିଁ । ଜିତିବା ଲୋକକୁ ଯଦି ଦିଆଯିବ ହରାଇଥିବା ଲୋକର ଇତିହାସ ଲେଖିବାକୁ ସେ ତାକୁ କଦର୍ଥ କରି ଲେଖେ । ଓଡ଼ିଆ ଲୋକର ଇତିହାସ ବ୍ରିଟିଶ ସରକାର ସମୟର କଥା । ଏହା ଉପରେ ଆହୁରି ମଧ୍ୟ ଗବେଷଣା ହେବାର ଆବଶ୍ୟକତା ଅଛି ।’

କଣ ରହିଛି ଓଡ଼ିଶାର ପ୍ରକୃତ ଇତିହାସ:

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି,‘କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ । ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ବୀର । ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ।’

ଏହା ମଧ୍ୟ ପଢନ୍ତୁ:

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ 163ତମ ଜୟନ୍ତୀ: ଅଧ୍ୟବସାୟ ବଳରେ ହାରି ମାନିଥିଲା ଦାରିଦ୍ର୍ୟତା, ଓଡ଼ିଆ ସାହିତ୍ୟରେ ଛାଡି ଯାଇଛନ୍ତି ଅମ୍ଲାନ ଛାପ - Birth Anniversary Gangadhar meher

ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ - CM PAYS TRIBUTE TO LEGENDARY ICONS

ଦେଶମାତୃକାର ସେବା ପାଇଁ ଜନ୍ମ ହୋଇଥିଲେ ଜୟୀ ରାଜଗୁରୁ

ବରପୁତ୍ରକୁ ଦିଆଯିବ ସମ୍ମାନ:

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ‘ଓଡ଼ିଶା ଇତିହାସକୁ ନେଇ ଏପର୍ଯ୍ୟନ୍ତ କୌଣସି ଗବେଷଣା ହୋଇନାହିଁ, ଯାହାକି ଦୁର୍ଭାଗ୍ୟଜନକ । ତେଣୁ ଆଗକୁ ଓଡ଼ିଶାର ପ୍ରକୃତ ଇତିହାସ ଏବଂ ଓଡିଆ ବରପୁତ୍ରଙ୍କ ଇତିହାସ ବିଷୟରେ ଗବେଷଣା ହେବ । ଏଥିପାଇଁ ବିଶ୍ୱବିଦ୍ୟାଳୟର ଏକ ଚେୟାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରାଯାଇ ଗବେଷଣା କରାଯିବ । ଏଥିସହିତ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ବରପୁତ୍ର ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ ।’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.