ETV Bharat / state

ସ୍କୁଲ ଖୋଲିବା ନେଇ ବଦଳିଲା ନିଷ୍ପତ୍ତି, ଏସବୁ ଜିଲ୍ଲାରେ ଖୋଲିବ ସ୍କୁଲ - Reschedule Opening Of Schools - RESCHEDULE OPENING OF SCHOOLS

Reschedule Opening Of Schools: ଖରାକୁ ନେଇ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ତେବେ ଆସନ୍ତାକାଲି ଅର୍ଥାତ୍‌ ୧୮ ତାରିଖରେ ଅନେକ ଜିଲ୍ଲାରେ ସ୍କୁଲ ଖୋଲୁଥିବା ବେଳେ କେତେକ ଜିଲ୍ଲାରେ ସ୍କୁଲ ବନ୍ଦ ରହିବ । ଅଧିକ ପଢ଼ନ୍ତୁ

Reschedule Opening Of Schools
Reschedule Opening Of Schools (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 10:34 PM IST

ଭୁବନେଶ୍ବର: ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସ୍କୁଲ ଖୋଲିବ କି ନାହିଁ ଏହାର ନଷ୍ପତ୍ତି ନେବାପାଇଁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଅନେକ ଜିଲ୍ଲାରେ ଆସନ୍ତାକାଲି ଅର୍ଥାତ୍‌ ୧୮ ତାରିଖରେ ସ୍କୁଲ ଖୋଲିବ । ଏହାସହ କେତେକ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି ।

ସ୍କୁଲ ଖୋଲିବା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତି:
ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ । ଏହି ନିର୍ଦ୍ଦେଶ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

କେଉଁ ଜିଲ୍ଲାରେ ଖୋଲିବ ସକାଳୁଆ ସ୍କୁଲ:

ପାଣିପାଗ ବିଭାଗ ସୂଚନା ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜୁନ୍ ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ଖୋଲା ରହିବ । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ସମୟ ନିର୍ଘଣ୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ସେହିପରି ଭାବରେ ରାୟଗଡ଼ା ଜିଲ୍ଲାପାଳ ମଧ୍ୟ ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ଠାରୁ 22 ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରାଯିବା ନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସେହିପରି ଭାବରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସକାଳୁଆ ସ୍କୁଲ ସହ କଟକ, କେନ୍ଦୁଝର, ପୁରୀ ଓ ଅନୁଗୁଳ ଜିଲ୍ଲାମାନଙ୍କରେ ସ୍କୁଲ ଗୁଡ଼ିକ ସକାଳୁଆ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

କେଉଁ ଜିଲ୍ଲାର ସ୍କୁଲ ଛୁଟି ରହିବ:
ଅତ୍ୟାଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ନେଇ ବଲାଙ୍ଗୀର ଜିଲ୍ଲାପାଳ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେପଟେ ସମ୍ବଲପୁରରେ ଅତ୍ୟାଧିକ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ନେଇ ଜିଲ୍ଲାପାଳ ସମସ୍ତ ସ୍କୁଲ 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ଏହା ସହ ବରଗଡ଼ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଆସନ୍ତା 20 ତାରିଖ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ । ବାଲେଶ୍ଵର ଜିଲ୍ଲାର ସମସ୍ତ ସ୍କୁଲ 18 ତାରିଖ ଦିନ ଛୁଟି ରହୁଥିବା ବେଳେ ଅନୁକୂଳ ପାଗ ଦେଖି 19 ତାରିଖରେ ସ୍କୁଲ ଖୋଲାଯିବା ନେଇ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ଜମାିଛନ୍ତି ।

ସ୍କୁଲ ଖୋଲିବା ପୂର୍ବପ୍ରସ୍ତୁତି:
ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସକୁ ସଫା ସୁତୁରା କରାଯିବ । ଏହାସହ ପାଣି ଟାଙ୍କି ସଫା କରିବା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ଠିକ୍ ଭାବେ ସଜାଇବା ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ ଆଦି ସଫା ରଖିବା ଆବଶ୍ୟକ । ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ସହ ଇଣ୍ଟରନେଟ୍ ସଂଯୋଗ ସୁନିଶ୍ଚିତ କରାଯାଇଛି । ଏହା ସମେତ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ରୋଷେୟା ଓ ସହାୟକ କାର୍ଯ୍ୟରେ ସହଯୋଗ କରିବେ ।

ମଧ୍ୟାହ୍ନ ଭୋଜନକୁ ଗୁରୁତ୍ଵ:
ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଏବଂ ସତର୍କତା ଅବଲମ୍ବନ କରାଯିବ । ଖରା ଛୁଟି ଦିନରୁ ଅବ୍ୟବହୃତ MDM ଚାଉଳ, ତେଲ, ଡାଲି, ସୋୟାବିନ୍ ବଡ଼ି ଏବଂ ଅନ୍ୟାନ୍ୟ MDM ସାମଗ୍ରୀ ରହିଛି । ତେବେ ଏହାକୁ ସମ୍ପୂର୍ଣ ଭାବରେ ଯାଞ୍ଚ କରାଯିବ । କୌଣସି MDMର ଖରାପ ଖାଦ୍ୟକୁ ଏଡାଇବା ପାଇଁ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ପ୍ରତ୍ୟେକ ବିଦ୍ୟାଳୟରେ ପ୍ରତ୍ୟେକ ଖାଦ୍ୟର ଯାଞ୍ଚ କରାଯିବ । ଡିଇଓ, ବିଇଓ ଏବଂ ସିଆରସିସିମାନେ ବିଦ୍ୟାଳୟ ଖୋଲିବା ଦିନ ମିଡ୍-ଡେ ଭୋଜନ ଉପାଦାନଗୁଡ଼ିକର ଯାଞ୍ଚ କରିବେ । MDM ରାନ୍ଧିବା ପାଇଁ ବିଦ୍ୟାଳୟ ଖୋଲିବା ଦିନ, ରନ୍ଧନ ସ୍ଥାନ ପରିଷ୍କାର କରାଯିବ । ଏହାସହ ପାନୀୟ ଜଳ ଏବଂ MDM ଉପାଦାନ ଗୁଡ଼ିକ ସହିତ ସୁରକ୍ଷା ପ୍ରୋଟୋକଲ୍ କଠୋର ପାଳନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ..ଜିଲ୍ଲାପାଳ ନେବେ ସ୍କୁଲ ଖୋଲିବା ନିଷ୍ପତ୍ତି; ଛୁଟି ଘୁଞ୍ଚାଇବାକୁ ହୋଇଥିଲା ବିଭିନ୍ନ ମହଲରେ ଦାବି - OSSTA DEMAND TO EXTEND SUMMER BREAK

ସ୍କୁଲ ଖୋଲିବା ସମୟସୀମା:
ଅନୁକୂଳ ପାଣିପାଗ ଥିବା ଜିଲ୍ଲା ଗୁଡିକରେ ସକାଳ 6ଟା 30ରୁ 10ଟା 30 ପର୍ଯ୍ୟନ୍ତ ସମୟ ରହିବ । ଯେଉଁ ଜିଲ୍ଲା ଗୁଡିକରେ ଅତ୍ୟାଧିକ ଖରା ହେଉଛି ସେହି ଜିଲ୍ଲାଗୁଡିକ ପାଇଁ ଉକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ ଛୁଟି ବା ଖୋଲିବା ନେଇ ନିଷ୍ପତି ନେବେ । ଅନ୍ୟପଟେ ନିୟମିତ୍ତ ସ୍କୁଲ ଆରମ୍ଭ ହେଲା ପରେ ସକାଳ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ । ସେହିପରି ଯୁକ୍ତ ଦୁଇ ସ୍କୁଲ ସ୍ତରରେ ପୂର୍ବ ପ୍ରସ୍ତୁତ କରାଯାଇଥିବା ନିଷ୍ପତି ଅନୁସାରେ କ୍ଲାସ କରାଯିବ । ଏହାସହ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ପିଲାଙ୍କୁ ଦିଆଯାଉଥିବା ମାଗଣାରେ ନିଟ ଏବଂ ଜେଇଇ କୋଚିଂ ତାହା ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ । ପୂର୍ବରୁ ମାଗଣା କୋଚିଂ ସକାଳ 8ଟାରୁ 9ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ 3ଟାରୁ 4ଟା ପର୍ଯ୍ୟନ୍ତ କରାଯାଉଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.