ETV Bharat / state

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ, ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ ? - 75ତମ ଗଣତନ୍ତ୍ର ଦିବସ

Republic Day 2024: 75ତମ ଗଣତନ୍ତ୍ର ଦିବସ ଅବସରରେ କେଉଁ ଜିଲ୍ଲାରେ କିଏ କରିବ ପତାକା ଉତ୍ତୋଳନ । ଜାରି ହେଲା ତାଲିକା । ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ
republic day 2024
author img

By ETV Bharat Odisha Team

Published : Jan 21, 2024, 1:56 PM IST

ଭୁବନେଶ୍ବର: ଆଉ 5 ଦିନ ପରେ ପୁରା ଦେଶ ପାଳିବ ଗଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡିବ ତ୍ରିରଙ୍ଗା । ସେହିଦିନ ରାଜ୍ୟରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ତାଲିକା ଜାରି ହୋଇଛି । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ରଘୁବର ଦାସ । 17ଟି ଜିଲ୍ଲାରେ ମନ୍ତ୍ରୀ, 13 ଜିଲ୍ଲାରେ ଜିଲ୍ଲାପାଳ ଓ 2ଟି ସ୍ଥାନରେ ଆରଡିସି ଉପସ୍ଥିତ ରହି ପତାକା ଉତ୍ତୋଳନ କରିବେ ।

କନ୍ଧମାଳରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ସେହିପରି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୁନ୍ଦରଗଡ, ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପୁରୀ, ଖାଉଟି ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ମଲ୍ଲିକ ଜଗତସିଂହପୁର, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସୋନପୁର , ଶ୍ରମମନ୍ତ୍ରୀ ସାରଦା ପ୍ରସନ୍ନ ନାୟକ କେନ୍ଦୁଝରରେ ପତାକା ଉତ୍ତୋଳନ କରିବେ । ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୟୂରଭଞ୍ଜ, କୃଷି ମନ୍ତ୍ରୀ ରମେନ୍ଦ୍ର ପ୍ରତାପ ସ୍ବାଇଁ ବଲାଙ୍ଗୀର, ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି କଟକ, ମନ୍ତ୍ରୀ ଜଗନ୍ନାଥ ସାରକା ଗଞ୍ଜାମ, ସ୍ବାସ୍ଥ୍ୟମନ୍ତ୍ରୀ ନୀରଞ୍ଜନ ପୂଜାରୀ ସମ୍ବଲପୁର, ପରିବହନମନ୍ତ୍ରୀ ଟୁକୁନି ସାହୁ କଳାହାଣ୍ଡି, ମନ୍ତ୍ରୀ ଅଶ୍ବିନୀ ପାତ୍ର ଅନୁଗୋଳ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ବାଲେଶ୍ୱରରେ, ପ୍ରୀତିରଞ୍ଜନ ଘଡ଼ାଇ ଝାରସୁଗୁଡ଼ାରେ, ରୀତା ସାହୁ ନୂଆପଡ଼ାରେ ଓ ଖେଳମନ୍ତ୍ରୀ ତୁଷାରକାନ୍ତି ବେହେରା କୋରାପୁଟରେ ଜାତୀୟ ପତାକା ଉତ୍ତୋଳନ କରିବେ ।

ଏହା ମଧ୍ୟ ପଢନ୍ତୁ-ଗଣତନ୍ତ୍ର ଦିବସ ପ୍ରସ୍ତୁତି: କର୍ତ୍ତବ୍ୟ ପଥରେ ଭାରତୀୟ ତଟରକ୍ଷୀ ବାହିନୀ, ନେତୃତ୍ୱ ନେଲେ ମହିଳା କ୍ରିୟୁ ମେମ୍ବର

ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ଓ ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ 13ଟି ଜିଲ୍ଲାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବ । ନୟାଗଡ଼, ମାଲକାନଗିରି, ନବରଙ୍ଗପୁର,ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଯାଜପୁର, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ରାୟଗଡ଼ାରେ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବେ ।

ପାଖେଇ ଆସୁଛି ଗଣତନ୍ତ୍ର ଦିବସ । ଭୁବନେଶ୍ବରରେ ପାଳିତ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଚଳିତ ଥର ପ୍ରଥମ ଥର ପାଇଁ ରାଜ୍ୟପାଳ ଭାବେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ରଘୁବର ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.