ETV Bharat / state

ଅଧ୍ୟାପକଙ୍କ ସଂଖ୍ୟା ସରକାରୀ କଲେଜରେ କମୁଛି, ବେସରକାରୀ କଲେଜରେ ବଢୁଛି

Number Of Faculties In Govt & Private Colleges: ସରକାରୀ ଡିଗ୍ରୀ ଓ ସଂସ୍କୃତ କଲେଜରେ ଅଧ୍ୟାପକଙ୍କ ପଦବୀ ପୂରଣ ହେବା ପରିବର୍ତ୍ତେ କମ ହେବାରେ ଲାଗୁଛି। ଅନ୍ୟପଟେ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଏହାର ହାର ବଢୁଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 4, 2024, 4:09 PM IST

Number Of Faculties
Number Of Faculties

ଭୁବନେଶ୍ୱର: ସରକାରୀ କଲେଜରେ କମୁଛନ୍ତି ଅଧ୍ୟାପକ । ଆଉ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ବଢୁଛି ଅଧ୍ୟାପକଙ୍କ ସଂଖ୍ୟା । ଗତ 5 ବର୍ଷ ମଧ୍ୟରେ ଅଧ୍ୟାପକ ପଦବୀ କ୍ରମାଗତ ଭାବରେ କମିବାରେ ଲାଗୁଛି । ସରକାରୀ ଡିଗ୍ରୀ ଓ ସଂସ୍କୃତ କଲେଜରେ ଅଧ୍ୟାପକଙ୍କ ପଦବୀ ପୂରଣ ହେବା ପରିବର୍ତ୍ତେ କମ ହେବାରେ ଲାଗୁଛି । ଅନ୍ୟପଟେ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଏହାର ହାର ବଢିବାରେ ଲାଗିଛି । ଉଚ୍ଚ ଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, 2016-17 ମସିହାରେ 102ଟି ସରକାରୀ କଲେଜରେ ମୋଟ 1ହଜାର 806ଜଣ ଅଧ୍ୟାପକ ରହିଥିଲେ । 2022-23 ମସିହାରେ ତାହା ହ୍ରାସ ପାଇ 1ହଜାର 1 ରେ ପହଞ୍ଚିଛି ।

Number Of Faculties
Number Of Faculties

2017-18 ମସିହାରେ 52ଟି କଲେଜରେ 1ହଜାର 296 ଜଣ ଅଧ୍ୟାପକ ରହିଥିବାବେଳେ 2018-19 ମସିହାରେ 52ଟି କଲେଜରେ 1ହଜାର 278ଜଣ ଅଧ୍ୟାପକ ରହିଛନ୍ତି । ଏହାସହ 2019-2020 ମସିହାରେ 53ଟି କଲେଜରେ 1ହଜାର 159ଜଣ ଅଧ୍ୟାପକ ଥିବା ଜଣାପଡିଥିଲା । 2020-21 ମସିହାରେ 51ଟି କଲେଜରେ 1ହଜାର 159 ଜଣ ଅଧ୍ୟାପକ ଥିଲେ । ସେହିଭଳି ଭାବରେ 2021-22 ମସିହାରେ 50ଟି କଲେଜରେ ଥିଲେ 1ହଜାର 97 ଜଣ ଅଧ୍ୟାପକ ଓ 2022-23 ମସିହାରେ ଏହା ହ୍ରାସ ପାଇଥିଲା । 2022-23 ମସିହାରେ 51ଟି କଲେଜରେ 1ହଜାର ୦1ରେ ପହଞ୍ଚିଥିଲା ଅଧ୍ୟାପକଙ୍କ ସଂଖ୍ୟା ।

ଅନ୍ୟପଟେ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ସମେତ ସଂସ୍କୃତ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, 2016-17 ମସିହା ଅପେକ୍ଷା 2022-23 ମସିହା ପର୍ଯ୍ୟନ୍ତ ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିରେ ନିଯୁକ୍ତି ହେବା ପାଇଁ ଅଧ୍ୟାପକମାନେ ଅଧିକ ପସନ୍ଦ କରୁଛନ୍ତି । ତେବେ 2016-17 ମସିହାରେ 488ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ 6ହଜାର 335ଜଣ ଅଧ୍ୟାପକ ରହିଥିବାବେଳେ 22ଟି ସଂସ୍କୃତ କଲେଜରେ 64 ଜଣ ଅଧ୍ୟାପକ ରହିଛନ୍ତି । ସେହିପରି 2017-18 ମସିହାରେ 488ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ 4ହଜାର 698ଜଣ ଅଧ୍ୟାପକ ରହିଥିବାବେଳେ 22ଟି ସଂସ୍କୃତ କଲେଜରେ 60 ଜଣ ଅଧ୍ୟାପକ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବଦଳିଲା ସରକାରୀ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବଣ୍ଡ ନିୟମ, 2ବର୍ଷ ଅବଧି ପୂରଣ ନକଲେ 2ଗୁଣା ଜରିମାନା

2018-19 ମସିହାରେ 488ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ 4ହଜାର 969ଜଣ ଅଧ୍ୟାପକ ରହିଥିବାବେଳେ 22 ଟି ସଂସ୍କୃତ କଲେଜରେ ରହିଛନ୍ତି 60 ଜଣ ଅଧ୍ୟାପକ । 2019-20 ମସିହାରେ 488ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ 4ହଜାର 435 ଅଧ୍ୟାପକ ରହିଥିବାବେଳେ 22 ଟି ସଂସ୍କୃତ କଲେଜରେ 60 ଜଣ ଅଧ୍ୟାପକ ରହିଛନ୍ତି । ସେହିପରି2020-21 ମସିହାରେ 645ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ 5ହଜାର 11 ଅଧ୍ୟାପକ ରହିଥିବାବେଳେ 136ଟି ସଂସ୍କୃତ କଲେଜରେ 417 ଜଣ ଅଧ୍ୟାପକ ରହିଛନ୍ତି । 2021-22 ମସିହାରେ 551ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ 4ହଜାର 985ଜଣ ଅଧ୍ୟାପକ ରହିଥିବାବେଳେ 80ଟି ସଂସ୍କୃତ କଲେଜରେ 382 ଜଣ ଅଧ୍ୟାପକ ରହିଛନ୍ତି । 2022-23 ମସିହାରେ 599ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ 9ହଜାର 154 ଅଧ୍ୟାପକ ରହିଥିବାବେଳେ 15ଟି ସଂସ୍କୃତ କଲେଜରେ 47 ଜଣ ଅଧ୍ୟାପକ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.