ETV Bharat / state

ରେଶମ ଚାଷକୁ ପ୍ରୋତ୍ସାହନ ପାଇଁ କୃଷିମେଳା, ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ - Sericulture Fair

Sericulture Fair To Encourage Farmers In Koraput : ଗତ ମଙ୍ଗଳବାର ଦିନ ଆଞ୍ଚଳିକ ରେଶମ ଗବେଷଣା କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ରେଶମ କୃଷି ମେଳା ଆୟୋଜିତ ହୋଇଛି । ଚାଷୀଙ୍କୁ ରେଶମ କୃଷି ସମ୍ପର୍କିତ ନୂତନ ଜ୍ଞାନ କୌଶଳ ସହିତ ସରକାରୀ ଯୋଜନା ବିଷୟରେ ଜଣାଯାଇଥିଲା । ଅଧିକ ପଢନ୍ତୁ

ରେଶମ ଚାଷକୁ ପ୍ରୋତ୍ସାହନ ପାଇଁ କୃଷିମେଳା , ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ

author img

By ETV Bharat Odisha Team

Published : Mar 6, 2024, 8:39 PM IST

ରେଶମ ଚାଷକୁ ପ୍ରୋତ୍ସାହନ ପାଇଁ କୃଷିମେଳା ଆୟୋଜିତ, ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ

କୋରାପୁଟ: ଦିନ ଥିଲା କୋରାପୁଟର ରେଶମ ଚାଷ ତଥା ଉତ୍ପାଦନରେ ସମଗ୍ର ଦେଶରେ ପଞ୍ଚମ ସ୍ଥାନ ଅଧିକାର କରିଥିଲା । କିନ୍ତୁ ଗତ କିଛି ବର୍ଷ ଧରି ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଚାଷୀ ଏହି ଚାଷ ପ୍ରତି ବିମୁଖତା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ତେବେ ନିଜର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ କୋରାପୁଟ ସ୍ଥିତ ଆଞ୍ଚଳିକ ରେଶମ ଗବେଷଣା କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ରେଶମ କୃଷି ମେଳା ଆୟୋଜିତ ହୋଇଛି । ଗତ ମଙ୍ଗଳବାର ଦିନ ଆୟୋଜିତ ଏହି ମେଳାରେ ଚାଷୀ ମାନଙ୍କୁ ରେଶମ କୃଷି ସମ୍ପର୍କିତ ନୂତନ ଜ୍ଞାନ କୌଶଳ ଜଣାଯାଇଥିଲା ।

ଜିଲ୍ଲାର ୪ଟି ବ୍ଲକ ଯଥା ବୋରିଗୁମ୍ମା, ଲମତାପୁଟ, କାଶୀପୁର ଓ ପଟାଙ୍ଗିର ୨୦୦ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ । ଜିଲ୍ଲାପାଳ ଭି.କେ.ୱାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ , ମାଣ୍ଡିଆ , ପନି ପରିବା ଚାଷ କରିବା ସହିତ କିପରି ମଲବରୀ ଚାଷ କରି ମିଶନ ଶକ୍ତି ର ମହିଳା ଲାଭବାନ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଆଗକୁ ମଧ୍ୟ ଏପରି ଉଦ୍ୟମକୁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଏହି ଅବସରରେ ରେଶମ ପୋକ ତଥା ଏହି ଚାଷ ସମ୍ପର୍କିତ ସମସ୍ତ ତଥ୍ୟ କୁ ସମ୍ବଳ କରି ଏକ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା । କୋରାପୁଟରେ କେନ୍ଦ୍ରୀୟ ରେଶମ ବୋର୍ଡ ଦ୍ବାରା ପରିଚାଳିତ ଆଞ୍ଚଳିକ ରେଶମ ଉତ୍ପାଦନ ଅନୁସନ୍ଧାନ କେନ୍ଦ୍ର (ଆରଏସଆରଏସ) ୧୯୮୬ ରେ ସ୍ଥାପନା ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଓଡିଶା ଓ ଛତିଶଗଡ଼ର ଅନେକ ରେଶମ ଚାଷୀଙ୍କୁ ଉନ୍ନତ ଚାଷ ପ୍ରଣାଳୀ ସମ୍ପର୍କରେ ତାଲିମ ଦେବା ସହିତ ରେଶମ ପୋକର ଉତ୍ପାଦନ କରି ଏହି ରାଜ୍ୟ ଗୁଡିକୁ ପଠାଇବାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି ବୋଲି ଏହି କେନ୍ଦ୍ରର ସିନିଅର ଟେକ୍ନିସିଆନ ପଦ୍ମାବତୀ ରାଜୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.... ରୋଜଗାର ଦେଲା ଛେଳି ଚାଷ, ସ୍ବାବଲମ୍ବୀ ହେଲେ ମହିଳା

କୋରାପୁଟ ସ୍ଥିତ ଆଞ୍ଚଳିକ ରେଶମ ଗବେଷଣା କେନ୍ଦ୍ର ନୂତନ କିସମର ଉନ୍ନତ ମାନର ରେଶମ ପୋକ ଉତ୍ପାଦନ କରି ଚାଷୀଙ୍କ ଆୟ ବୃଦ୍ଧି କରିବାର ପ୍ରଚେଷ୍ଟା କରୁଥିବା ବେଳେ ଜିଲ୍ଲା ପ୍ରଶାସନ ମିଶନ ଶକ୍ତି ମାଧ୍ୟମରେ ମଲବରୀ ଚାଷର ବିସ୍ତାର ବୃଦ୍ଧି କରୁଛନ୍ତି । କୋରାପୁଟ ଜିଲ୍ଲା ସମେତ ରାୟଗଡା , ଗଜପତି ଓ କନ୍ଧମାଳ ଜିଲ୍ଲାରେ ରେଶମ ପୋକ ଚାଷ କରି ଚାଷୀ ବେଶ ଲାଭବାନ ହେଉଥିବା କୋରାପୁଟ ଠାରେ ଥିବା ଆଞ୍ଚଳିକ ରେଶମ ଉତ୍ପାଦନ ଗବେଷଣା କେନ୍ଦ୍ରର ସମ୍ପ୍ରସାରଣ ଅଧିକାରୀ ଖୋକନ ଢ଼ାଲି ଜଣାଇଛନ୍ତି । ଏହି କେନ୍ଦ୍ରରେ କିଛି ବୈଜ୍ଞାନିକଙ୍କ ପଦବୀ ଖାଲି ରହିଥିବା ଫଳରେ ଗବେଷଣାର ବ୍ୟାପ୍ତି ସହିତ ଚାଷୀଙ୍କ ପାଖରେ ସେବା ଯୋଗାଇବା କିଛି ମାତ୍ରାରେ ପ୍ରଭାବିତ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ସାରା ରାଜ୍ୟରେ ଏକମାତ୍ର ରେଶମ ଗବେଷଣା ଓ ବୀଜ ଉତ୍ପାଦନ କେନ୍ଦ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଅନୁଷ୍ଠାନ ପ୍ରତି ଶୁଭଦୃଷ୍ଟି ଦେବା ଆବଶ୍ୟକ ବୋଲି ଲମତାପୁଟ ର ରେଶମ ଚାଷୀ ସମରା ବଡନାୟକ ମତ ରଖିଛନ୍ତି ।

କୋରାପୁଟ ର ଲାଣ୍ଡିଗୁଡା ନିକଟରେ କୋଲାବ ଜଳଭଣ୍ଡାର କୂଳରେ ଏକ ଶାନ୍ତ ଶୀତଳ ପରିବେଶରେ ରେଶମ ପୋକ ଉତ୍ପାଦନ ନିମନ୍ତେ ଏକ ଉପାଦେୟ ତାପମାତ୍ରାରେ ଗବେଷଣା ଓ ଉତ୍ପାଦନ କରିଚାଲିଛି ଏହି କେନ୍ଦ୍ର । ଅନ୍ୟାନ୍ୟ ଚାଷବାସ କରି ଓଡ଼ିଶାର ଆଦିବାସୀ ଚାଷୀ ରେଶମ ପୋକ ଓ ଖୋଷା କୁ ବାହାର ରାଜ୍ୟକୁ ପଠାଇ ବେଶ ଦୁଇ ପଇସା ରୋଜଗାର କରିପାରିଛନ୍ତି । ଉପଯୋଗୀ ପଦ୍ଧତି ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବା ପାଇଁ ତାଲିମ ଶିବିର ମଧ୍ୟ୍ୟ ଏହି କେନ୍ଦ୍ରରେ ବିଭିନ୍ନ ସମୟରେ ଆୟୋଜନ କରାଯାଉଛି । ତେବେ କୋରାପୁଟ ଜିଲ୍ଲାରେ ରେଶମ ଚାଷ ପ୍ରତି ସରକାରୀ ପ୍ରୋତ୍ସାହନ ମିଳିଲେ ଆଦିବାସୀ ମାନେ ସ୍ବାବଲମ୍ବୀ ହୋଇପାରିବେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.