ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମନ୍ତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ସମୟରେ ମଧ୍ୟ ବହୁତ୍ ଅଭାବ ରହିଛି । ଯେମିତିକି ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ରହିଛି । ଅନେକ ସ୍ଥାନରେ ଶ୍ରେଣୀ ଗୃହ ଠିକ୍ ନାହିଁ । ଏହାସହ ଶିକ୍ଷକଙ୍କର ମଧ୍ୟ ଅନେକ ସମସ୍ୟା ରହିଛି । ଯାହା ଫଳରେ ଶିକ୍ଷାର ବିକାଶରେ ବାଧା ସୃଷ୍ଟି ହେଉଛି । ଏହି ସମସ୍ତ ସମସ୍ୟାଗୁଡ଼ିକ ଆଗାମୀ ଦିନରେ କିଭଳି ଭାବରେ ସମସ୍ତଙ୍କ ସହଯୋଗରେ କିଭଳି ଭାବରେ ସମାଧାନ କରାଯିବ ସେନେଇ ଆଲୋଚନା କରାଯିବ । ସେଥିପାଇଁ ବିଭାଗ ସଚେତନ ରହିଛି । ଆମ ପାଇଁ ଏହା ବଡ ଚ୍ୟାଲେଞ୍ଜ ରହିଛି ।
ପିଲାମାନେ ଯେଭଳି ଭାବରେ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଅଣାଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ । ଏପଟେ ରାଜ୍ୟରେ ଯେଉଁ ସ୍କୁଲ ଗୁଡିକରେ ରେଜଲ୍ଟ ଖରାପ ହେଉଛି । ସେହି ସ୍କୁଲଗୁଡିକରେ ମଧ୍ୟ ଫୋକସ୍ ଦିଆଯାଇଛି । ଆମ ବିଭାଗ ମାଧ୍ୟମରେ ଏକ ପ୍ରସିକ୍ଷଣର ଆୟୋଜନ କରାଯିବ । ଆଗାମୀ ଦିନରେ ସେହି ସ୍କୁଲଗୁଡିକରେ ପିଲାମାନଙ୍କର ରେଜଲ୍ଟ କିଭଳି ଭାବରେ ଭଲ ହେବ ପାଠପଢାରେ ଉନ୍ନତି ଆସିବ । ସେନେଇ ଆମ ବିଭାଗ ବ୍ୟବସ୍ଥା କରୁଛି । ସମସ୍ତଙ୍କ ପ୍ରୟାସରେ ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ।
ରାଜ୍ୟରେ ଡ୍ରପ୍ ଆଉଟ୍ ସମସ୍ୟାକୁ ଆଗାମୀ ଦିନରେ କିଭଳି ରୋକା ଯାଇପାରିବ ?
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି," ଡ୍ରପ୍ ଆଉଟ୍ ଏକ ବଡ଼ ସମସ୍ୟା । ଡ୍ରପ୍ ଆଉଟ୍ କାହିଁକି ହେଉଛି ତାହାର ଏକ କାରଣ ଖୋଜାଯାଉଛି । ଏହାର କାରଣ ବାହାରିଲେ ଏହାର ତୁରନ୍ତ ସମାଧାନ କରାଯିବ । ଆମ ବିଭାଗ ପଦକ୍ଷେପ ନେବ । କିଭଳି ଭାବରେ ଆଗାମୀ ବର୍ଷରେ ପିଲାମାନେ ଡ୍ରପ୍ ଆଉଟ୍ ହେବେ ନାହିଁ । ପାଠ ପଢାରେ କିଭଳି ଭାବରେ ଆକର୍ଷିତ ହେବେ, ପ୍ରତ୍ୟେକ ଦିନ ସ୍କୁଲକୁ ଆସିବେ, ଡ୍ରପ୍ ଆଉଟ୍ ସଂଖ୍ୟା କିଭଳି କମିବ ସେନେଇ ବିଭାଗ ଯୋଜନା କରାଯାଇଛି । ଏହାସହ ମଧ୍ୟାହ୍ନ ଭୋଜନ କିଭଳି ଭାବରେ ପିଲାମାନଙ୍କୁ ଠିକ ଭାବରେ ଦିଆଯିବ, ସେନେଇ ବ୍ୟବସ୍ଥା କରୁଛି ବିଭାଗ । ଶିକ୍ଷା ବିଭାଗରେ କିଛି ବିଚ୍ୟୁତ ରହିଥିଲା ତାହାକୁ ଖୁବଶୀଘ୍ର ସଂସ୍କାର ଆଣିବୁ । "
ଉପାନ୍ତ ଅଞ୍ଚଳରେ ଶିକ୍ଷାର ବ୍ୟବସ୍ଥାକୁ କିଭଳି ଦେଖୁଛନ୍ତି ?
'ଉପାନ୍ତ ଅଞ୍ଚଳରେ ପ୍ରକୃତରେ ଅନେକ ସ୍କୁଲ ଥିଲା ଯାହା ବର୍ତ୍ତମାନ ବନ୍ଦ ହୋଇଯାଇଛି । ବର୍ତ୍ତମାନ ବିଭାଗ ଦେଖୁଛି ଯେଉଁ ସ୍କୁଲ ଯୋଗ୍ୟତା ହେବ , ତାହାକୁ ପୁଣିଥରେ ଖୋଲାଯିବ । ପିଲାମାନଙ୍କୁ ପାଠ ପଢାରେ ପୁଣିଥରେ ସୁଯୋଗ ଦିଆଯିବ । ସରକାର ଏନେଇ ଗୁରୁତ୍ଵ ଦେବା ସହ ପଦକ୍ଷେପ ନେବ ।'
ସ୍କୁଲରେ ଭିତ୍ତିଭୂମି ଉନ୍ନତି ଆଣିବା ପାଇଁ କ'ଣ ପଦକ୍ଷେପ ନିଆଯାଉଛି ?
'ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି । ଅପବ୍ୟବହାର କିଭଳି ଭାବରେ ଦୂର କରାଯିବ ସେନେଇ ବ୍ୟବସ୍ଥା କରାଯିବ । ଅନେକ ସ୍କୁଲରେ ବିଜୁଳି ନାହିଁ , ସେଠାରେ ମଧ୍ୟ ସୋଲାରର ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯିବ । ସ୍କୁଲର ସୌନ୍ଦର୍ଯ୍ୟ ବଢାଯିବ । '
ପିଲାମାନଙ୍କର ସ୍କୁଲ ୟୁନିଫର୍ମ
'ପୂର୍ବ ସରକାର ରାଜନୀତିକ ଉଦ୍ଦେଶ୍ୟ ରଖି ସ୍କୁଲର ଡ୍ରେସ କୋଡ଼ ପରିବର୍ତ୍ତନ କରାଯାଇଛି । ଦେଖିବା ବିଭାଗ ସହିତ ଆଲୋଚନା କରାଯାଇ ପୂର୍ବରୁ ଯେଉଁ ୟୁନିଫର୍ମ ରହିଥିଲା , ତାହାକୁ ପୁଣିଥରେ ବ୍ୟବସ୍ଥା କରାଯାଇପାରିବ । ଯାହା ଠିକ୍ ହେବ ତାହା ନିଶ୍ଚିତ ଭାବରେ ପଦକ୍ଷେପ ଗ୍ରହଣ କରାଯିବ । ବିଭିନ୍ନ ବିଭାଗରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଆଇଏଏସ ଏବଂ ଆଇପିଏସ ମଧ୍ୟ ପରୀକ୍ଷା ପାଇଁ ନିଆଯିବ ପଦକ୍ଷେପ । '
ଏହା ମଧ୍ୟ ପଢନ୍ତୁ .....ରାଜ୍ୟରେ ମାଡ଼ିଲାଣି ଡିପଥେରିଆ-ଜଣ୍ଡିସ-ଜେଇ ରୋଗ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ - Health Minister Meeting
ରାଜ୍ୟରେ ନକଲି ଶିକ୍ଷକ ପ୍ରତି ଲାଗିବ କି ରୋକ୍ ?
'ଯେଉଁମାନେ ନକଲି ସାର୍ଟିଫିକେଟ ନେଇକି ଚାକିରି କରୁଛନ୍ତି , ସେମାନେ ବେନିୟମ କାମ କରୁଛନ୍ତି । ଯେତେବେଳେ ଏହା ଉପରେ ତଦନ୍ତ ହେବ ନିଶ୍ଚିତ ଭାବରେ ଏମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।'
ଇଟିଭି ଭାରତ, ଭୁବନେଶ୍ବର