ଭୁବନେଶ୍ବର: ଆଜି ପରଦା ଉପରୁ ଆସୁଛି ତେଲୁଗୁ ଫିଲ୍ମ 'ପୁଷ୍ପା-2' । ଏହା ପୂର୍ବରୁ ପୋଲିସ ହାତରେ ଧରାପଡିଛି ପୁଷ୍ପା । ଚନ୍ଦନ କାଠ ନୁହେଁ ବରଂ ଗହଣା ଚୋରି ଫସିଗଲା ପୁଷ୍ପା । ଆମେ କହୁଛୁ ଫିଲ୍ମର ରିଲ ପୁଷ୍ପା ନୁହେଁ ବରଂ ରିୟଲ ପୁଷ୍ପା କଥା । ପାହାଳ ପୋଲିସ ହାତରେ ଧରାପଡିଥିବା ମହିଳା ହେଉଛନ୍ତି ପୁଷ୍ପା । ପୁଷ୍ପା ବେହେରା କାମ କରୁଥିବା ମାଲିକଙ୍କ ଘରୁ ସୁନା ଚୋରି କରି ଧରାପଡିବା ପରେ ଗିରଫ ହୋଇଛନ୍ତି । ମହିଳା ଅଭିଯୁକ୍ତ ଗଞ୍ଜାମର ହୋଇଥିବା ବେଳେ ଭୁବନେଶ୍ୱର ଭିମଟାଙ୍କିରେ ରହୁଥିଲେ ।
ପୁଷ୍ପା ଗିରଫ:
କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଗତ ଡ଼ିସେମ୍ବର 1 ତାରିଖରେ ପାହାଳ ଥାନାରେ ଦେବିଶ୍ରୀ ଦାସ ନାମକ ଜଣେ ମହିଳା ପାହାଳ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଘରୁ କିଛି ଗହଣା ଚୋରି ହୋଇଯାଇଛି । ପ୍ରାୟ 130 ଗ୍ରାମରୁ ଉର୍ଦ୍ଧ୍ବ ସୁନା ଗହଣା ଯେଉଁଥିରେ ସୁନ, ରୁପା ଓ ହିରା ଭଳି ଅଳଙ୍କାର ରହିଛି । ଏନେଇ ପାହାଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଚୋରି ପୂର୍ବରୁ ଘରେ କିଏ କିଏ ରୁହନ୍ତ ସେ ନେଇ ପୋଲିସ ତଦନ୍ତ କରିଥିଲା । ପରେ ଏନେଇ ଘର ମାଲିକାଣୀ ଘର ଚାକରାଣି ଉପରକୁ ନ୍ଦେହ କରିଥିଲେ। ଏହାପରେ ପୋଲିସ ପୁଷ୍ପାକୁ ପଚରାଉଚରା କରିବା ବେଳେ ସତ ସାମ୍ନାକୁ ଆସିଥିଲା।
ଏହା ମଧ୍ୟ ପଢନ୍ତୁ-ଚୋରି ସୁନାରେ ଗୋଲ୍ଡ ଲୋନ, ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ
ଏହା ମଧ୍ୟ ପଢନ୍ତୁ-ମେଡିକାଲରୁ ଛୁଆ ଚୋରି ଘଟଣାରେ ଟ୍ବିଷ୍ଟ, ଅଭିଯୋଗକୁ ଖଣ୍ଡନ
ବିଶ୍ବାସରେ ବିଷ ଦେଲା ପୁଷ୍ପା :
ଦୀର୍ଘ 8 ବର୍ଷ ଧରି ଅଭିଯୋଗକାରିଣୀ ଦେବିଶ୍ରୀ ଦାସଙ୍କ ଘରେ ରହି କାମ କରୁଥିଲା ପୁଷ୍ପା । ଘରର ଚାକରାଣି ବା ସହାୟିକା ହିସାବରେ ଘର ଲୋକ ତାକୁ ବେସ ବିଶ୍ବାସ ମଧ୍ୟ କରୁଥିଲେ । ଶେଷରେ ଲୋଭର ବଶବର୍ତ୍ତୀ ହୋଇ ଆଠ ବର୍ଷର ବିଶ୍ବାସକୁ ଶେଷ ଭାଙ୍ଗି ଦେଲା । ତଦନ୍ତ ସମୟରେ ଅଭିଯୁକ୍ତକୁ ପାହାଳ ଥାନା ତଦନ୍ତକାରୀ ଅଫିସର ଗିରଫ କରିଥିଲେ । ତା ଠାରୁ ଚୋରି ସମଗ୍ରୀ ସୁନାର ହାର , 2ଟି କାନଫୁଲ ଝରା, ଗୋଟିଏ ଲକେଟ୍, ସୁନା ଶଙ୍ଖା ସହ 5ଟି ସୁନା ଚେନ ଜବତ କରିଛି ପୋଲିସ । ପୋଲିସ କେସ ନମ୍ବର 504 ଆଧାରରେ ଚୋରି ମାମଲାରେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ବିଚାରବିଭାଗୀୟ ହାଜତ ଝାରପଡ଼ା ଜେଲକୁ ପଠାଇ ଦେଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ - ସାବାଡ଼ ହେବେ ସାଇବର ଠକ, ସାଇବର କମାଣ୍ଡୋ ଟ୍ରେନିଂରେ ଓଡ଼ିଶାରୁ ୭ |
ଘର ମାଲିକ ସତର୍କ ରୁହନ୍ତୁ:
ଇଟିଭି ଭାରତ, ଭୁବନେଶ୍ବର