ETV Bharat / state

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପୁଣି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଲୋଚନା - Ratna Bhandar to reopen

author img

By ETV Bharat Odisha Team

Published : Jul 10, 2024, 5:45 PM IST

Ratna Bhandar to reopen: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁଣି ଥରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହୋଇଛି । କମିଟି ପକ୍ଷରୁ ଆଉ କିଛି ପ୍ରସ୍ତାବ ଦିଆଯାଇଛି । ପୂରା ଖବର ପଢନ୍ତୁ ।

Ratna Bhandar
Ratna Bhandar (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରତ୍ନ ଭଣ୍ଡାର ତାରିଖରେ ମୋହର ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, "ମୋଡ଼ାଲିଟିଜ୍ ଫାଇନାଲ ହୋଇଛି । ରତ୍ନ ଭଣ୍ଡାର ତଦାରଖ କମିଟିର SOP ଉପରେ ବିସ୍ତୃତ ଆଲୋଚନା ହୋଇଛି । ତଦାରଖ କମିଟି ଆସନ୍ତା ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ସୁପାରିଶ କରିଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଉ କିଛି ପ୍ରସ୍ତାବ ଏସଓପିରେ ସାମିଲ କରାଯାଇଛି । ଚୁଡାନ୍ତ SOPକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ଖୋଲିବ ରତ୍ନ ଭଣ୍ଡାର ।"

Ratna Bhandar (ETV Bharat Odisha)

ଗତକାଲି (ମଙ୍ଗଳବାର) ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ବିତୀୟ ଥର ବୈଠକ କରିଥିଲେ । ଏହାପରେ ଚଳିତମାସ 14 ତାରିଖରେ ‘ରତ୍ନଭଣ୍ଡାର’ ଖୋଲିବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି । ସରକାର ଏହି ତାରିଖରେ ଚୂଡାନ୍ତ ମୋହର ମାରିବା ପରେ ଖୋଲାଯିବା ପାଇଁ ଖସଡ଼ା ପ୍ରସ୍ତୁତି ହେବ । ଏଥିରେ ରତ୍ନଭଣ୍ଡାର ତାରିଖ ଘୋଷଣା ସହ କେମିତି ଖୋଲିବ ତାହାର ରୂପରେଖ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା । ବୈଠକରେ ପରେ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ କହିଥିଲେ, "୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ତେବେ ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି । କିନ୍ତୁ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡିପାରେ ।"

ଏହା ବି ପଢନ୍ତୁ...ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ - know about Ratna Bhandar

ଅପରପକ୍ଷେ, ଆଡପ ପହଣ୍ଡି ସମୟରେ ବଡ଼ଠାକୁର ଶ୍ରୀ ବଳଭଦ୍ର ପଡିଯିବା ଘଟଣା ସାରା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିବାବେଳେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଏହି ଘଟଣାକୁ ଏକ ସାମାନ୍ୟ ଅଘଟଣ ବୋଲି ଦର୍ଶାଇବା ସହ ଆଗକୁ ଏହାକୁ ଶୃଙ୍ଖଳିତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତି । ବଡ଼ଠାକୁର ପଡିଯିବା ପ୍ରସଙ୍ଗରେ କାହାର ତ୍ରୁଟି ସେନେଇ ବୈଠକରେ ତର୍ଜମା କରାଯାଇଥିବାବେଳେ ଶେଷରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.