ETV Bharat / state

ରାୟଗଡ଼ାରେ ସରଗରମ ରାଜନୀତି ପାଣିପାଗ, କେମିତି ରହିଛି ଭୋଟରଙ୍କ ମୁଡ୍‌ ? - Odisha Assembly Election 2024 - ODISHA ASSEMBLY ELECTION 2024

Rayagada Voters Mood: ୨୦୨୪ ନିର୍ବାଚନ ପାଇଁ ରାଜ୍ୟରେ ସରଗରମ ରାଜନୈତିକ ମାହୋଲ । ୩ ପ୍ରମୁଖ ଦଳର ପ୍ରଚାରରେ କମ୍ପୁଛି ନିର୍ବାଚନୀ ମୈଦାନ । ରାୟଗଡ଼ାରେ ଭୋଟରଙ୍କ ମୁଡ୍‌ ପରଖିଛି ଇଟିଭି ଭାରତ । ଅଧିକ ପଢ଼ନ୍ତୁ

Rayagada Voters Mood
Rayagada Voters Mood (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 12:39 PM IST

RAYAGADA VOTERS MOOD (ETV Bharat Odisha)

ରାୟଗଡ଼ା: ପାଖେଇ ଆସିଲାଣି ନିର୍ବାଚନ । ଆସନ୍ତା ମେ' 13 ତାରିଖରେ ଓଡ଼ିଶାରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଏବେ ରାଜ୍ୟରେ ଜୋରଦାର ଚାଲିଛି ପ୍ରଚାର ପର୍ବ । ସଭା ସମିତି, ଶୋଭାଯାତ୍ରା ସହ ସ୍ଲୋଗାନରେ କମ୍ପୁଛି ମଇଦାନ । ରାଜ୍ୟରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ନିର୍ବାଚନରେ ବିଜୟୀ ପାଇଁ ପ୍ରାର୍ଥୀଠୁ କର୍ମୀ ସମସ୍ତେ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ରାୟଗଡା ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ଜନମତ ରହିବ ବୋଲି କହିଛନ୍ତି ମତଦାତା ।

ଗାଁଠାରୁ ସହର ସବୁଆଡେ ବର୍ତ୍ତମାନ ନିର୍ବାଚନର ମାହୋଲ । ସେ ଭିତରେ ମାଳ ମାଳ ଯୋଜନା ନେଇ ପ୍ରାର୍ଥୀ, ନେତା ଏବଂ କର୍ମୀମାନେ ଗାଁ ମୁହାଁ ହୋଇ ଭୋଟ ଭିକ୍ଷା କରୁଛନ୍ତି । ଗାଁ ଗାଁରେ ଅନେକ ସମସ୍ୟା ରହିଛି । ବିଶେଷକରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି ଅନେକ କିଛି ସମସ୍ୟା ରହିଛି । କଂଗ୍ରେସ ତାର ୫ ଗ୍ୟାରେଣ୍ଟି ନେଇ ମୈଦାନକୁ ଓଲ୍ଲାଇଥିବା ବେଳେ ବିଜେପି ଡବଲ ଇଞ୍ଜିନ ସହ ମୋଦି ଗ୍ୟାରେଣ୍ଟି ଆଉ ବିଜେଡି 5T ନବୀନ ଗ୍ୟାରେଣ୍ଟି ସହ ପ୍ରଚାରରେ ଲାଗି ପଡ଼ିଛି । ରାୟଗଡା ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀ ଗୁଣୁପୁର, ବିଷମକଟକ, ରାୟଗଡାରେ କିଏ ଜିତିବ କିଏ ହାରିବ କାହାର କେତେ ରହିଛି ଦମ୍ ସେନେଇ ଅଙ୍କ କଷା ଆରମ୍ଭ ହୋଇଗଲାଣି । ଯଦି ଗୁଣୁପୁର ନିର୍ବାଚନ ମଣ୍ଡଳୀ ଦେଖିବା, ଆଗରୁ ଏହା କଂଗ୍ରେସର ଗଡ ଥିଲା କିନ୍ତୁ ଏହି ଗଡକୁ ମାତ୍ ଦେଇ ବିଜେଡି ଏଠି ଲଗାତାର ହ୍ୟାଟ୍ରିକ ବିଜୟ ହାସଲ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ.. ପୁରୀରେ କିଏ ମାରିବ ବାଜି ? କେମିତି ଅଛି ଭୋଟରଙ୍କ ମୁଡ୍‌ ? - General Election 2024

ଚଳିତ ବର୍ଷ ମଧ୍ୟ ବିଜୟ ପାଇଁ ବିଭିନ୍ନ କୌଶଳ ପ୍ରଦର୍ଶନ ଆରମ୍ଭ କଲାଣି ବିଜେଡ଼ି । ସରକାରଙ୍କ ଜନ ହିତକାରୀ ଯୋଜନା ନେଇ ଲୋକଙ୍କୁ ପାଖକୁ ଯାଇ ବିଜୟ ହାସଲ କରିବୁ ବୋଲି ନେତା କର୍ମୀ କହୁଛନ୍ତି । ସେହିଭଳି ବିଷମକଟକ ଏବଂ ରାୟଗଡା ବିଧାନସଭାରେ ମଧ୍ୟ ସମାନ ସ୍ଥିତି । ତେବେ ଆଗକୁ ଭୋଟର କାହାକୁ ଅଧିକ ଭୋଟ ଦେବେ ଆଉ କିଏ ବିଜୟର ମୁକୁଟ ପିନ୍ଧିବ ତାହାକୁ ଅପେକ୍ଷା ରହିଲା । ତେବେ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଯୁବବର୍ଗ ଭୋଟରଙ୍କ ଉପରେ ଫୋକସ ରଖିଥିବା ବେଳେ ଯୁବ ଭୋଟରମାନେ ମଧ୍ୟ ଏନେଇ ବେଶ ସଚେତନ ରହିଥିବା ସୂଚନା ମିଳିଛି । ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଥିବାବେଳେ ବର୍ତ୍ତମାନ ସଚେତନ ଭୋଟର ବିକାଶ ଓ ଉପଯୁକ୍ତ ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦେବା ଭଳି ମନେ ହେଉଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.