ETV Bharat / state

ରାୟଗଡ଼ା ମାଓପ୍ରବଣ ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ - police flag march in rayagada - POLICE FLAG MARCH IN RAYAGADA

POLICE FLAG MARCH IN RAYAGADA: ରାୟଗଡ଼ା ଜିଲ୍ଲାର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ଓ ସିଆରପିଏଫ ତରଫରୁ ଫ୍ଲାଗମାର୍ଚ୍ଚ । ଜିଲ୍ଲାରେ ମେ ୧୩ ତାରିଖରେ ହେବ ମତଦାନ ।ଅଧିକ ପଢନ୍ତୁ

ରାୟଗଡ଼ା ମାଓପ୍ରବଣ ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ

author img

By ETV Bharat Odisha Team

Published : Mar 30, 2024, 10:35 PM IST

ରାୟଗଡ଼ା ମାଓପ୍ରବଣ ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ

ରାୟଗଡ଼ା: ପାଖେଇ ଆସୁଛି ଚଳିତ ସାଧାରଣ ନିର୍ବାଚନ । ନିର୍ବାଚନକୁ ଅବାଧ,ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଅଣ୍ଟା ଭିଡ଼ିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ତେଣୁ ଆଜି (ଶନିବାର) ଦିନ ରାୟଗଡା ସହରର ବିଭିନ୍ନ ସ୍ଥାନରେ ପୋଲିସ ଓ ସିଆରପିଏଫ ୪ର୍ଥ ବାଟାଲିୟନ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ମେ ୧୩ ତାରିଖ ଦିନ ରାୟଗଡା ଜିଲ୍ଲାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ କିପରି ସ୍ବଚ୍ଛ ଓ ଅବାଧ ହେବ ସେ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି । ସମ୍ବେଦନଶୀଳ ବୁଥର ଥିବା ଭୋଟରଙ୍କ ମନରେ ନିର୍ବାଚନୀ ହିଂସା ଦୂର କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ଏସ.ପି ହରିଶ୍ ବି.ସିଙ୍କ ନିର୍ଦ୍ଦେଶ କ୍ରମେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଏହି ଫ୍ଲାଗ ମାର୍ଚ୍ଚ ରାୟଗଡା ପୋଲିସ ଷ୍ଟେସନରୁ ଆରମ୍ଭ ହୋଇ ଆମ୍ବେଦକର କଲୋନୀ, କରଣ ସାହି, ବ୍ରାହ୍ମଣ ସାହି, ଆର.କେ.ନଗର ଏରିଆ, ମୁଖ୍ୟ ବଜାର ଯାଏଁ ହୋଇଥିଲେ । ଏଥିରେ ସିଆରପିଏଫର ଏକ ପ୍ଲାଟୁନ ଯବାନ ନିୟୋଜିତ ହୋଇଥିଲେ । ଏସଡିପିଓ ରଶ୍ମିରଞ୍ଜନ ସେନାପତି ଓ ଆଇଆଇସିଙ୍କ ନେତୃତ୍ବରେ ଅତି ସମ୍ବେଦନଶୀଳ ସହରର ପୁରୁଣା ଅଞ୍ଚଳର ରେଲିସାହି, ବ୍ରାହ୍ମଣ ସାହି, ରାମକୃଷ୍ଣ ନଗର, ନଦୀକନ୍ଧ ସାହି, ଜୟରାମଗୁଡ଼ା, ନୂଆସାହି, ଆମ୍ବଗୁଡ଼ା ଓ ମାରୁତି କଲୋନୀ ଅଞ୍ଚଳରେ ଏହି ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା । ନୂଆ ରାୟଗଡ଼ାର କୃଷି କାର୍ଯ୍ୟାଳୟ ରୋଡ୍, ନ୍ୟୁ- କଲୋନୀ ଓ ଅଶୋକ ନଗର ଅଞ୍ଚଳରେ ମଧ୍ୟ ପୋଲିସ ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ......ନିର୍ବାଚନୀ ପ୍ରସ୍ତୁତି, ନବରଙ୍ଗପୁରରେ ଫ୍ଲାଗ ମାର୍ଚ୍ଚ କଲା ପୋଲିସ

ଏସ୍‌ପି ହରୀଶ ବି.ସି.ଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ନକ୍ସଲ ପ୍ରବଣ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ସିଆର୍‌ପିଏଫ୍ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ୍ ଜାରି ରହିଛି । ମାଓବାଦୀ ପ୍ରବଣ ଅଞ୍ଚଳରେ ନିର୍ବାଚନ ପାଇ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ କି ଜିଲ୍ଲାରେ ରହିଛ ମୋଟ ୫୩ଟି ମାଓପ୍ରବଣ ବୁଥ୍ ସେଥି ମଧ୍ୟରୁ ବିଷମକଟକ ନିର୍ବାଚନମଣ୍ଡଳୀର ୨୭, ଗୁଣପୁର ନିର୍ବାଚନମଣ୍ଡଳୀର ୨୩ ଏବଂ ରାୟଗଡ଼ା ନିର୍ବାଚନମଣ୍ଡଳୀର ୩ଟି ବୁଥର ରହିଛି । ସମ୍ପୃକ୍ତ ଅଞ୍ଚଳରେ ଯବାନମାନେ ପଇଁତରା ମାରୁଛନ୍ତି । ସମସ୍ତ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏସଡିପିଓ ମାନଙ୍କ ତତ୍ତ୍ବାବଧାନରେ ସମସ୍ତ ଥାନା ଅଞ୍ଚଳରେ ମଦ କାରବାର ବନ୍ଦ ସହ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଉଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.