ETV Bharat / state

ମୁଁ ମିଞ୍ଜାଲି ମାଓବାଦୀ ନୁହେଁ...ନିୟମଗିରି ପାଦଦେଶରୁ ଡଙ୍ଗରିଆ କନ୍ଧ ଯୁବତୀଙ୍କ କଣ୍ଠରୁ ଶୁଭୁଛି ସ୍ବର - TRIBAL GIRL MAOIST IN POLICE RECORD

TRIBAL GIRL MAOIST IN POLICE RECORD: ଡଙ୍ଗରିଆ କନ୍ଧ ଯୁବତୀଙ୍କୁ ପୋଲିସ ଘୋଷଣା କରିଛି ମାଓବାଦୀ । ଗଣମାଧ୍ୟମରେ କାନ୍ଦି କାନ୍ଦି କଲେ ପ୍ରତିବାଦ । କହିଲେ, ନା ସେ ଭୁଲ କରିଛନ୍ତି, ନା କେବେ ବନ୍ଧୁକ ଧରିଛନ୍ତି । ପଢନ୍ତୁ ମିଞ୍ଜାଲିଙ୍କ କାହାଣୀ...

author img

By ETV Bharat Odisha Team

Published : May 28, 2024, 10:58 PM IST

ପୋଲିସ ରେକର୍ଡରେ ହାର୍ଡକୋର ମାଓବାଦୀ ଡଙ୍ଗରିଆ କନ୍ଧ ଯୁବତୀ ମିଞ୍ଜାଲି
ପୋଲିସ ରେକର୍ଡରେ ହାର୍ଡକୋର ମାଓବାଦୀ ଡଙ୍ଗରିଆ କନ୍ଧ ଯୁବତୀ ମିଞ୍ଜାଲି (ETV Bharat Odisha)

ରାୟଗଡ଼ା: ‘‘ମୁଁ ମିଞ୍ଜାଲି ଶିକକା, ମାଓବାଦୀ ନୁହେଁ, ହେଲେ ପୋଲିସ ମତେ ମାଓବାଦୀ କହୁଛି ।’’ ଲୁହଭରା ଆଖିରେ ଗଣମାଧ୍ୟମ ସମୁଖରେ ଜଣେ ଡଙ୍ଗରିଆ କନ୍ଧ ଯୁବତୀଙ୍କ ଏପରି ବୟାନ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ପ୍ରତିବାଦର ସ୍ଵର ରାୟଗଡ଼ା ଜିଲ୍ଲା କଲ୍ଯାଣସିଙ୍ଗପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦଦେଶରେ ଥିବା ଲାଖପଦର ଗାଁରୁ ସାମ୍ନାକୁ ଆସିଛି । କାରଣ ଏଠାକାର ଜଣେ ସ୍ଥାନୀୟ ଆଦିବାସୀ ଯୁବତୀଙ୍କୁ ପୋଲିସ ମାଓବାଦୀ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଚାରିପଟେ ନିୟମଗିରି ପାହାଡ଼ ଆଉ ମଝିରେ ଡଙ୍ଗରିଆ କନ୍ଧଙ୍କ ଲାଖପଦର ଗାଁ । ଏହି ଗାଁରେ ମିଞ୍ଜାଲିଙ୍କ ଘର । ଘର କହିଲେ ମାଟିକାନ୍ଥ ଓ ମୁଣ୍ଡ ଉପରେ ଭଙ୍ଗା ଟିଣ, ନିୟମଗିରି ପାହାଡ଼ରେ ହିଁ ବିତେ ଦିନ ଓ ରାତି । ନିୟମଗିରିର ସୁରକ୍ଷା ପାଇଁ ଅନେକ ଆନ୍ଦୋଳନ କରିଛନ୍ତି, ଦରକାର ପଡିଲେ ବିଭିନ୍ନ ସମୟରେ ଟାଙ୍ଗିଆ ବି ଧରିଛନ୍ତି ମିଞ୍ଜାଲି । କିନ୍ତୁ ଏବେ ନିଜ ଗାଁରେ ନିଜକୁ ଲୁଚାଇବାକୁ ପଡୁଛି ମିଞ୍ଜାଲିଙ୍କୁ । କାରଣ ପୁଲିସ ଫାଇଲ୍‌ରେ ସେ ଜଣେ ମୋଷ୍ଟ୍ ୱାଣ୍ଟେଡ ମାଓବାଦୀ । ହେଲେ ସେ କେମିତି ମାଓବାଦୀ ହେଲେ ସେକଥା ଯୁବତୀ ଜଣକ ନିଜେ ମଧ୍ୟ ଜାଣନ୍ତି ନାହିଁ ।

ନିୟମଗିରି ପାହାଡ଼ର ପାଦଦେଶରେ ରହିଛି ଲାଖପଦର ଗାଁ । ଏହି ଗାଁତିରେ ବସବାସ କରନ୍ତି ୨୫ଟି ଡଙ୍ଗରିଆ କନ୍ଧ ପରିବାର । ନିୟମଗିରି ପାହାଡ଼ ହିଁ ଏମାନଙ୍କ ଜୀବନଜୀବିକା । ବେଦାନ୍ତ ଖଣି ମାମଲା ହେଉ କିମ୍ବା ସରକାରଙ୍କ ଖଣି ଖନନ ଯୋଜନା, ଏସବୁକୁ ବିରୋଧ କରିଆସିଛନ୍ତି ନିୟମଗିରିବାସୀ । ଆନ୍ଦୋଳନ କରିଛନ୍ତି, କେସ ମଧ୍ୟ ଖାଇଛନ୍ତି । ହେଲେ କେବେ ନିୟମଗିରିକୁ ଛାଡି ନାହାନ୍ତି । ଏହି ଗାଁରେ ଥିବା ମିଞ୍ଜାଲିଙ୍କ ନାରେ ୨ରୁ ୩ ବର୍ଷ ହେବ ମାଓବାଦୀର ଅପବାଦ ଲାଗିଛି । ସେ ଅନେକ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରିୟ ଥିଲେ ବୋଲି ପୁଲିସ ରେକର୍ଡରେ ଉଲ୍ଲେଖ କରିଛି । ମିଞ୍ଜାଲିଙ୍କୁ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ପ୍ରସ୍ତାବ ଦେଇଛି ପୁଲିସ । ଆତ୍ମସମର୍ପଣ କଲେ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବା ସହ ରୋଜଗାର ପାଇଁ ଦକ୍ଷତା ବିକାଶ କରାଯିବ ବୋଲି କହୁଛି ପୁଲିସ ।

କିନ୍ତୁ ମିଞ୍ଜାଲିଙ୍କ କହିବା କଥା, ଯେଉଁ ଭୁଲ୍ ସେ କରିନାହାନ୍ତି, ସେ ଭୁଲ୍‌କୁ କାହିଁକି ସ୍ଵୀକାର କରିବେ । ୨ ଲକ୍ଷ ଟଙ୍କାର ଆବଶ୍ୟକତା ନାହିଁ । ନିୟମଗିରି ପାହାଡ଼ ପାଦଦେଶରୁ ଯାହା ମିଳିବ ସେଥିରୁ ଜୀବନ ବଞ୍ଚିଯିବେ । ପୋଲିସର ସହାୟତା ଦରକାର ନାହିଁ, ତେଣୁ ସେ ସରେଣ୍ଡର କରିବାକୁ ମଧ୍ୟ ଚାହାନ୍ତି ନାହିଁ ।

ମିଞ୍ଜାଲି ବନ୍ଧୁକ ଧରିଥିବା ଏକ ଫଟୋ କିଛି ଦିନ ତଳେ ଭାଇରାଲ୍ ହୋଇଥିଲା । ସେହି ଫଟୋ ବିଷୟରେ ମିଞ୍ଜାଲି ବି ଶୁଣିଛନ୍ତି । କିନ୍ତୁ ସେହି ଫଟୋକୁ ପୁଲିସ ପ୍ରସ୍ତୁତ କରିଥିବା ସେ କହିଛନ୍ତି । ଗଣମାଧ୍ୟାମ ଆଗରେ କୋହଭରା କଣ୍ଠରେ ମାଓବାଦୀଙ୍କୁ କେବେ ବି ଭେଟି ନାହାନ୍ତି କିମ୍ବା ବନ୍ଧୁକ ଚଳାଇବା ଜାଣିନାହାନ୍ତି, ତାଙ୍କ ନାମରେ ମିଛ ମାମଲା କରି ଫସାଇ ଦିଆଯାଇଛି ବୋଲି କାନ୍ଦିକାନ୍ଦି କହିଛନ୍ତି ମିଞ୍ଜାଲି ।

ଏହା ବି ପଢନ୍ତୁ- ପୂରଣ ହେଉନି ଦାବି, ନିୟମଗିରି ଡଙ୍ଗରିଆଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଅନ୍ୟପଟେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକାକା ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ନିୟମଗିରିର ସୁରକ୍ଷା ପାଇଁ ଲଢ଼ୁଥିବା ଅନେକ ଡ଼ଙ୍ଗରିଆ କନ୍ଧ ଆଦିବାସୀଙ୍କୁ ଏମିତି ମିଛ ମାମଲାରେ ଫସାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଲଦ ସିକକା । ମିଞ୍ଜାଲି ସେମାନଙ୍କର ଗାଁର ଝିଅ, ସେ ମାଓବାଦୀ ନୁହନ୍ତି । ପୁଲିସ ବିନା ପ୍ରମାଣରେ ଏମିତି ମିଛ ମାମଲା ନକରୁ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ଲଦ ସିକକା । ହେଲେ ଆଶ୍ଚର୍ଯ୍ୟଜନକ ବିଷୟ ଗତ ତିନି ବର୍ଷ ହେବ ମିଞ୍ଜାଲିଙ୍କୁ ଖୋଜୁଛି ରାୟଗଡ଼ା ପୁଲିସ । ଆତ୍ମସମର୍ପଣ ପାଇଁ ପ୍ରସ୍ତାବ ବି ଦେଇଛି । ହେଲେ କେଉଁଠି ଅଛନ୍ତି ମିଞ୍ଜାଲି, ସେ ଖବର ପୁଲିସ ପାଖରେ ନାହିଁ । ତେବେ କେବେ ଏହି ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ । ଏହା ପୋଲିସ ବିଭାଗର ତ୍ରୁଟି ନା ଆଉ କିଛି, ତାହା ଜଣାପଡିବ । ମାତ୍ର ଏହି ଘଟଣା ସମ୍ପର୍କରେ ପୋଲିସ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.