ETV Bharat / state

Ravenshaw: ରେଭେନ୍ସା ନାମ ପରିବର୍ତ୍ତନ ବିବାଦ; କିଏ ଥୋମାସ ଏଡୱାର୍ଡ, କଟକ ସହ କଣ ତାଙ୍କ ସମ୍ପର୍କ ? କଣ କହିଲେ ଐତିହାସିକ ? - TE Ravenshaw

author img

By ETV Bharat Odisha Team

Published : Sep 3, 2024, 2:26 PM IST

Updated : Sep 3, 2024, 3:11 PM IST

Thomas Edward Ravenshaw founder of Ravenshaw College And Name Change Controversy: ବଦଳିବ କି 156 ବର୍ଷର କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ? କାହିଁକି ଏହାକୁ ନେଇ ବଢୁଛି ଚର୍ଚ୍ଚା ? କାହିଁକି ଏପରି ହୋଇଥିଲା ନାମକରଣ ? କିଏ ସେହି ରେଭେନ୍ସା ? ଏବେ କାହିଁକି ସୃଷ୍ଟି ହୋଇଛି ବିବାଦ ? ଜାଣନ୍ତୁ ରେଭେନ୍ସା ପୂରା ଇତିହାସ ।

Ravenshaw
Ravenshaw (ETV Bharat Odisha)

କଟକ: କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ । ବ୍ରିଟିଶ ଅଫିସରଙ୍କ ଦ୍ବାରା ନିର୍ମିତ କଟକ ଛାତି ଉପରେ ଛିଡ଼ା ହୋଇଥିବା ନାଲି ରଙ୍ଗର କୋଠା ସଦୃଶ କଲେଜରେ ପାଠ ପଢିବା ପ୍ରତିଟି ଛାତ୍ରଛାତ୍ରୀଙ୍କ ସ୍ବପ୍ନ । ଏହାକୁ ଓଡ଼ିଶାର ପ୍ରଥମ କଲେଜ ବୋଲି କୁହାଯାଏ । ରାଜ୍ୟ ସମେତ ରାଜ୍ୟ ବାହାର ଓ ବିଦେଶୀ ଛାତ୍ର ବର୍ତ୍ତମାନ ଏଠାରେ ଅଧ୍ୟୟନ କରୁଛନ୍ତି । ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ବିଶ୍ବବିଦ୍ୟାଳର ନାମ ପରିବର୍ତ୍ତନକୁ ନେଇ ଏବେ ପ୍ରଶ୍ନ ଉଠିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବା ଦରକାର ବୋଲି କହିବା ପରେ ଏହି ପ୍ରସଙ୍ଗ ରାଜ୍ୟର ଖବର ସିରୋନାମା ପାଲଟିଛି । ଧର୍ମେନ୍ଦ୍ରଙ୍କ ବୟାନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଅନ୍ୟପଟେ ଛାତ୍ରଛାତ୍ରୀମାନେ ଧର୍ମେନ୍ଦ୍ରଙ୍କ ଏପରି ମତକୁ ବିରୋଧ କରିବା ସହ ରେଭେନ୍ସା ଏକ ନାମ ନୁହଁ ବରଂ ଏକ ଇମୋସନ ବୋଲି କହିଛନ୍ତି । ଏହି ମଧ୍ୟରେ ଚର୍ଚ୍ଚାକୁ ଆସିଛି ଥୋମାସ ଏଡୱାର୍ଡ ରେଭେନ୍ସାଙ୍କ ନାମ । କିଏ ଏହି ରେଭେନ୍ସା ?

RAVENSHAW UNIVERSITY (ETV Bharat Odisha)
କାହିଁକି ବିଶ୍ବବିଦ୍ୟାଳୟର ନାମ ରେଭେନ୍ସା ରଖାଗଲା, କିଏ ଏହାର ନାମ ରେଭେନ୍ସା ରଖିଥିଲେ ? କେବେ ପ୍ରତିଷ୍ଠା ହୋଇଥିଲା ଏହି କଲେଜ ? ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ରେଭେନ୍ସା ବିଶ୍ବବିଦ୍ୟାଳୟ ଇତିହାସ ବିଷୟରେ ଜାଣିବା ପାଇଁ ପଢନ୍ତୁ ପୂରା ଖବର....କିଏ T.E ରେଭେନ୍ସା ?ବ୍ରିଟିଶର ଥୋମାସ ଏଡୱାର୍ଡ ରେଭେନ୍ସା । ୧୮୬୫ ମସିହାରେ ସେ ଓଡି଼ଶାର କମିଶନର ଭାବରେ ନିଯୁକ୍ତ ହୋଇ ୧୮୭୮ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ଯାହାଙ୍କ ପାଇଁ ରାଜ୍ୟର ପ୍ରଥମ କଲେଜ କଟକରେ ସ୍ଥାପିତ ହୋଇଥିଲା । ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପାଇଁ ତାଙ୍କୁ ଦାୟୀ କରାଯାଉଥିଲେ ମଧ୍ୟ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା ,ଜଳସଚେନର ଆବଶ୍ୟକତାକୁ ସେ ବେଶ ଉପଲବ୍ଧି କରିଥିଲେ । ଉନବିଂଶ ଶତାବ୍ଦୀର ଦ୍ବିତୀୟ ଭାଗରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର କିଛି ସାଧନ ନଥିଲା । ଏହି ସମୟରେ କିଛି ଇଂରେଜ ଶାସକ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିଶନର T.E. ରେଭେନ୍ସା, ଯେ କି ସେ ସମୟରେ ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଃଖ ବୁଝି ବଙ୍ଗ ସରକାରଙ୍କଠାରୁ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଆଣିଥିଲେ । ଏହି ପରି ୧୮୬୮ ମସିହାରେ ଜାନୁଆରୀ କଟକରେ ରାଜ୍ୟର ପ୍ରଥମ କଲେଜ ସ୍ଥାପନ ହୋଇଥିଲା ।
ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଦୋହରାଇଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ (ETV Bharat Odisha)
ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସାଙ୍କୁ ଦାୟୀ କରାଯାଏ:୧୮୬୫ ମସିହାରେ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କଟକ, ପୁରୀ ଓ ବାଲେଶ୍ଵର ଜିଲ୍ଲାର କମିଶନର ଭାବେ ଦାୟିତ୍ୱରେ ଥିଲେ ରେଭେନ୍ସା । ୧୮୬୬ରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ବର୍ଷା ହୋଇନଥିଲା, ଖାଦ୍ୟ ନପାଇ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିଲା । ରେଭେନ୍ସା ସେତେବେଳେ ବହୁତ ଭୁଲ କରିଥିଲେ । ଏପରିକି ଏହି ଭୟାବହ ସ୍ଥିତି ପାଇଁ ତାଙ୍କୁ ମଧ୍ୟ ଦାୟୀ କରାଯାଏ । ଜନବିମ୍ସ ତତ୍କାଳୀନ ବାଲେଶ୍ଵର ଜିଲ୍ଳାପାଳ ରେଭେନ୍ସାଙ୍କର ନଅଙ୍କ ଦୁର୍ଭିକ୍ଷ ପରିଚାଳନାର ଅପାରଗତାକୁ ଦର୍ଶାଇ ଥିଲେ। କ୍ୟାମବେଲ ଦୁର୍ଭିକ୍ଷ କମିଶନ ରେଭେନ୍ସାଙ୍କୁ ଜେରା କରିବା ପରେ ତାଙ୍କର ରିପୋର୍ଟରେ ରେଭେନ୍ସାଙ୍କୁ ଦାୟୀ କରିଥିଲେ।ଏହା ମଧ୍ୟ ପଢନ୍ତୁ-ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ଶାସକ ବିରୋଧୀ ମୁହାଁମୁହିଁ - CONTROVERSY OVER RAVENSHAW NAMEକାହିଁକି ବିଶ୍ବବିଦ୍ୟାଳୟର ନାମ ରଖାଗଲା ରେଭେନ୍ସା ?
Cuttack Ravenshaw University
Cuttack Ravenshaw University (ETV Bharat Odisha)
ଦୁର୍ଭିକ୍ଷର ପରବର୍ତ୍ତୀ ସମୟରେ ଓଡି଼ଶାର ଶିକ୍ଷା, ସ୍ଵାସ୍ଥ୍ୟ ବିକାଶ ଯଥା କଟକ କଲେଜ ନିର୍ମାଣ କରିବା, କଟକ ମେଡିକାଲ ସ୍କୁଲ କରିବା ତାଳଦଣ୍ଡା କେନାଲର ବିସ୍ତାର ଏବଂ ସମ୍ପୂର୍ଣ୍ଣ କରିବା ଏବଂ ଷ୍ଟୁଆର୍ଟକୁ ସିଭିଲ ସର୍ଜନ ଭାବରେ ନିଯୁକ୍ତି ଦେବା କ୍ଷେତ୍ରରେ ରେଭେନ୍ସା ଉଲ୍ଲେଖନୀୟ ଭୂମିକା ରହିଥିଲା । ୧୮୬୮ ମସିହାରେ ଜାନୁୟାରୀରେ କଟକରେ ରାଜ୍ୟର ପ୍ରଥମ କଲେଜ ସ୍ଥାପନ ହୋଇଥିଲେ । ଯାହାର ନାମ କଟକ କଲେଜ ରହିଥିଲା । ଏହି କାରଣରୁ ମୟୂରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସରକାରଙ୍କୁ କଟକ କଲେଜର ନାମ ରେଭେନ୍ସା କଲେଜ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରି ଏକ ସର୍ତ୍ତ ରଖିଥିଲେ । କଲେଜ ପାଇଁ କିଛି ଅନୁଦାନ ପାଇଁ ସରକାର କହିଥିଲେ । ସିଭିଲି ସୋସାଇଟି ସଂଗଠନ ଏହି ଅନୁଦାନ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ମୟୂରଭଞ୍ଜ ରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ୨୦ ହଜାର ଟଙ୍କା ଅନୁଦାନ ମଧ୍ୟ ପ୍ରଦାନ କରିଥିଲେ।

ଏହା ମଧ୍ୟ ପଢନ୍ତୁ-Ravenshaw Name Controversy: 'ରେଭେନ୍ସା' ନାଁ ବଦଳିବା ଦରକାର କହିଲେ ଧର୍ମେନ୍ଦ୍ର, ଛାତ୍ରଛାତ୍ରୀଙ୍କ ଅସନ୍ତୋଷ, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ - Renaming Of Ravenshaw College

ରେଭେନ୍ସାରେ ବସିଥିଲା ବିଧାନସଭା :

୧୯୩୭ ମସିହାରେ ରେଭେନ୍ସା କ୍ୟାମ୍ପସ ପରିସରରେ ଥିବା ଆସେମ୍ବଲି ହଲରେ, ଓଡିଶା ସ୍ୱତନ୍ତ୍ର ପ୍ରଦେଶର ପ୍ରଥମ ବିଧାନସଭା ଅଧିବେଶନ ବୈଠକ ବସିଥିଲା । ଏହି ସ୍ଥାନଟି ସ୍ୱାଧୀନତା ପରବର୍ତ୍ତୀ ସମୟ ଅର୍ଥାତ ୧୯୫୨ ମସିହା ପର୍ଯ୍ୟନ୍ତ ଓଡିଶା ବିଧାନସଭାର କାର୍ଯ୍ୟସ୍ଥଳୀ ଥିଲା । ମାତ୍ର ୧୯୪୮ ମସିହାରେ ଯେତେବେଳେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱର ସ୍ଥାନିତ ହେଲା, ସେତେବେଳେ ଏବେ କାର ଭୁବନେଶ୍ୱର ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ବୈଠକ ବସିଥିଲା।କେବେ ମିଳିଲା ବିଶ୍ବବିଦ୍ୟାଳୟ ମାନ୍ୟତା ?

୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ ।ରେଭେନ୍ସା ଏବଂ ଓଡ଼ିଆ ଅସ୍ମିତା କହିଁକି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ?ସମ୍ପୂର୍ଣ୍ଣ ଏକକ ଓଡିଶା ଗଠନ, ଓଡ଼ିଆ ଜାତୀୟତାବାଦର ସମ୍ପ୍ରସାରଣ, ସବୁଜ ସାହିତ୍ୟଠାରୁ ଓଡ଼ିଆ ସାହିତ୍ୟର ବିକାଶ କରିବା, ଜାତୀୟତାବାଦର ବହ୍ନି ଏହିଠାରୁ ଚାରିଆଡେ ବିସ୍ତାର ହୋଇଥିଲା। କେବଳ ସେତିକି ନୁହେଁ, ଓଡ଼ିଆ ଅସ୍ମିତା, ଜାତୀୟତାବାଦ, ଓଡିଶା ସମ୍ପୂର୍ଣ୍ଣ ପ୍ରଦେଶ ଗଠନ, ଓଡ଼ିଆ ସାହିତ୍ୟର ବିକାଶରେ ରେଭେନ୍ସା ଏବଂ ରେଭେନ୍ସାର ଛାତ୍ର ମାନଙ୍କର ଭୂମିକା ବେଶ ଗୁରୁତ୍ୱର ଥିଲା। ଭରତଛାଡ଼ ଆନ୍ଦୋଳନ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ୧୯୪୨ ଅଗଷ୍ଟ ମାସରେ ରେଭେନ୍ସା ଟେନିସ କୋର୍ଟଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆନ୍ଦୋଳନରେ ରେଭେନ୍ସା ଛାତ୍ରଛାତ୍ରୀ, ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ କଲେ ଦାବି - RAVENSHAW UNIVERSITY PROTEST

କଲେଜର ନାମ ସହ ଭାବାବେଗ ଜଡ଼ିତ :
ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼ଃ ଉମାକାନ୍ତ ମିଶ୍ରଙ୍କ କହିବା କଥା, '' 1878 ମସିହାରେ କଟକ କଲେଜର ନାମ ପରିବର୍ତ୍ତନ ହୋଇ ରେଭେନ୍ସାଙ୍କ ନାମରେ ନାମିତ ହୋଇଥିଲା । ଆଧୁନିକ ଓଡ଼ିଶାର ଇତିହାସ ସହିତ ରେଭେନ୍ସାର ଇତିହାସ ଜଡିତ । ରେଭେନ୍ସା ଥୋମାସ ଏଡୱାର୍ଡଙ୍କର କେବଳ ସରନେମ ନୁହେଁ, ଏହା ଏକ ଇମୋସନ ବା ଭାବାବେଗ । ଶିକ୍ଷାନୁଷ୍ଠାନ ରେଭେନ୍ସା ଓଡିଶା ପାଇଁ ଗର୍ବ, ଗୌରବ ଏବଂ ଅସ୍ମିତାର ଅବିଚ୍ଛେଦ୍ୟ ଅଙ୍ଗ । କାହିଁକି ନାଁ ରେଭେନ୍ସାର ଇତିହାସ ସହିତ ଆଧୁନିକ ଓଡ଼ିଶାର ଇତିହାସ ଅଙ୍ଗାଙ୍ଗୀ ଭାବେ ଜଡିତ। ରେଭେନ୍ସା ଆସୋସିଏଟ ହେଲା ଆଧୁନିକ ଓଡି଼ଶା ଇତିହାସ । ଏଇଠୁ 8 ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କଲେଜର ନାମ ପରିବର୍ତ୍ତନ ହେଲେ ଇମୋସନ ପଳାଇବ । ''

ବିଧାନସଭାରେ ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଥିବା ବେଳେ ଦ୍ବାଦଶ ଦିନର ଶୂନ୍ୟକାଳରେ ଉଠିଲା ରେଭେନ୍ସା ନାମ କରଣ ପରିବର୍ତ୍ତନ ପ୍ରସଙ୍ଗରେ ଗୃହରେ ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ନାମକରଣ ପରିବର୍ତ୍ତନର ଅଭିସନ୍ଧିକୁ ନେଇ ଆଙ୍ଗୁଳି ଉଠାଇଲେ ଗଣେଶ୍ୱର। ଏହା ବୁଦ୍ଧିଜୀବୀଙ୍କ ଚେତନାକୁ ଦୋହଲାଇ ଦେଇଛି, ଓଡ଼ିଆ ଅସ୍ମିତା ପ୍ରତି କୁଠାର ଘାତ। ଚିନ୍ତା ବିଭ୍ରାଟର ଢୋଲ ନ ବାଜୁ। ଓଡ଼ିଆ ଜାତି ଓ ଭାଷା ପ୍ରତି ରେଭେନ୍ସାଙ୍କ ଅବଦାନ କଣ ଥିଲା ? ବିଭିନ୍ନ ନଜିର ଦେଇ ଗୃହରେ ତଥ୍ୟ ରଖିଲେ ଗଣେଶ୍ୱର। କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ ଏକ କାର୍ଯ୍ୟକ୍ରମରେ ରେଭେନ୍ସା ନାଁ ପରିବର୍ତ୍ତନ ନେଇ କହିଥିଲେ । ତେବେ ଏହାକୁ ନେଇ ରାଜ୍ୟରେ ବିଭିନ୍ନ ସ୍ତରରେ ନାପସନ୍ଦ କରାଯାଉଛି।

ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଦୋହରାଇଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ-

ପୁଣି ତେଜିଲା ରେଭେନ୍ସା ନାମ ପରିବର୍ତ୍ତନ ବିବାଦ । ରେଭେନ୍ସା ନାମ ପରିବର୍ତ୍ତନ ନେଇ ତର୍ଜମା ହେବା ଆବଶ୍ୟକ । ରେଭେନ୍ସା ସିଏ ନଅଙ୍କ ଦୁର୍ଭିକ୍ଷ ସମୟରେ ଯାହାଙ୍କ ପାଇଁ ଖାଦ୍ୟାଭାବ ଦେଖା ଦେଇଥିଲା । କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ମତ ପରିପ୍ରକାଶ କରିଛନ୍ତି, ସଭ୍ୟ ସମାଜ ତର୍ଜମା କରିବା ଦରକାର । କର୍ଣ୍ଣଟପ୍ୟାଲେସ ନାମ ପରିବର୍ତ୍ତନ କାହିଁକି ହୋଇଛି ବୋଲି ପଚାରିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ତେବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି, "କେନ୍ଦ୍ରମନ୍ତ୍ରୀ ନିଜେ କହିଛନ୍ତି ରେଭେନ୍ସା ନାମ ପରିବର୍ତ୍ତନ ତାଙ୍କ ବ୍ୟକ୍ତିଗତ ମତ । ଦ୍ୱିତୀୟରେ ସେ ସମାଜକୁ ଛାଡ଼ିଛନ୍ତି ତର୍ଜମା ପାଇଁ । ଗଣତନ୍ତ୍ର ରେ ସୌନ୍ଦର୍ଯ୍ୟ ହେଉଛି ଭିନ୍ନମତ । ଚାଇନା କିମ୍ବା ଉତ୍ତର କୋରିଆ ନୁହେଁ ସରକାର ଯାହା କହିବ ତାହା ହେବ । କେନ୍ଦ୍ରମନ୍ତ୍ରୀ ପରିପ୍ରକାଶ କରିଛନ୍ତି, ସଭ୍ୟ ସମାଜ ତର୍ଜମା କରିବା ଦରକାର । ଆଜିବି ଚିନ୍ତା କରିବା ଦରକାର କର୍ଣ୍ଣଟପ୍ୟାଲେସର ନାମ କଣ ପାଇଁ ପରିବର୍ତ୍ତନ ହେଲା, କର୍ତ୍ତବ୍ୟ ପଥର ନାଁ କାହିଁକି ଆସିଲା । ରେଭେନ୍ସା ସିଏ ଯିଏ ଭୂୟାଁ ଆନ୍ଦୋଳନ ରତନା ନାୟକଙ୍କ ଦ୍ୱାରା ହୋଇଥିଲା ତାକୁ ପ୍ରତ୍ୟାହୋତ କରିଥିଲେ । କେତେ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ , କେତେ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ , କେତେଜଣ ଓଡ଼ିଆଙ୍କୁ କଳାପାଣି ପଠେଇଥିଲେ, ଓଡ଼ିଆଙ୍କୁ 10 ବର୍ଷ , 15 ବର୍ଷ କାରାଦଣ୍ଡ ଦେଇଥିଲେ" ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ନଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍ସା ସାହେବ କଣ କରୁଥିଲେ, 70 ଦିନିଆ ଟୁର ରେ ବାହାରିଥିଲେ । ରେଭିନ୍ୟୁ ବୋର୍ଡକୁ ଖାଦ୍ୟଶସ୍ୟ ମହଜୁଦ ଅଛି କହିଥିଲେ ଯେତେବେଳେ ବାଲେଶ୍ୱର, କଟକ ଆଦି ଜିଲ୍ଲାପାଳ ଏକଥାକୁ ମନା କରୁଥିଲେ । ଏସବୁ କଥା କୁ ବିଚାର କଲେ ତର୍ଜମା ର ଆବଶ୍ୟକତା ଅଛି । ମନ୍ତ୍ରୀ ଭାବରେ ମୋ ମତ ସରକାରଙ୍କର ରହିବ ହେଲେ ବ୍ୟକ୍ତିଗତ ଭାବରେ କହିବି ତର୍ଜମା ହେବାର ଆବଶ୍ୟକତା ଅଛି," ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ।

ସୂଚନା ଅନୁଯାୟୀ, T.E.Ravenshaw ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ। ଆଗାମୀ ଦିନରେ ଏହାର ନାମ ପରିବର୍ତ୍ତନ କରାଯିବ କି ନାହିଁ ତାକୁ ନେଇ ଏବେଠାରୁ ତର୍ଜମା ଆରମ୍ଭ ହୋଇଛି । କାରଣ ସ୍ବାୟତ୍ବ ଶାସନ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗରୀମାମୟ ବିଶ୍ବ ବିଦ୍ୟାଳୟର ନାମ ପରିବିର୍ତ୍ତନ ହେବା ଉଚିତ୍ କି ନୁହେଁ ବୋଲି ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନଟିଏ ଠିଆ କରିଛନ୍ତି ।

ଇଟିଭି ଭାରତ, କଟକ, ଭୁବନେଶ୍ବର

Last Updated : Sep 3, 2024, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.