ETV Bharat / state

ଖପୁରିଆ ପହଞ୍ଚିଲା ଆଜ୍ଞାମାଳ, ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥକାଠ ଚିରଟ ଅନୁକୂଳ - Ratha Katha Chirat - RATHA KATHA CHIRAT

Ratha Katha Chirat Ritual: ରଥକାଠ ଚିରଟ ଅନୁକୂଳ ପାଇଁ ଆଜି ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ପହଞ୍ଚିବା ପରେ କଟକର ଖପୁରିଆ ଠାରେ କାଠ ଚିରା କାମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ,

ରଥକାଠ ଚିରଟ ଅନୁକୂଳ
ରଥକାଠ ଚିରଟ ଅନୁକୂଳ
author img

By ETV Bharat Odisha Team

Published : Apr 17, 2024, 7:49 PM IST

ରଥକାଠ ଚିରଟ ଅନୁକୂଳ

କଟକ: ଆଜି ହେଉଛି ପବିତ୍ର ରାମ ନବମୀ । ପରମ୍ପରା ଅନୁସାରେ ଆଜି ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ କାମର ଅନୁକୂଳ ହୋଇଥାଏ । ପ୍ରଥମେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିଥାନ୍ତି । ପରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଆରମ୍ଭ ହୋଇଥାଏ କାଠ ଚିରଟ କାମ । ସେହି ପରିପ୍ରେକ୍ଷୀରେ ଆଜି କଟକ ଖପୁରିଆ ଠାରେ ଥିବା ବନ ବିଭାଗର ସରକାରୀ କରତ କଳରେ ରଥ ନିର୍ମାଣ ପାଇଁ କାଠ ଚିରା କାମ ଆରମ୍ଭ ହୋଇଛି ।

ଆଜି ଦିନ ପ୍ରାୟ ୩ଟା ବେଳେ ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ମହାରଣା ଖପୁରିଆ କରତ କଳରେ ପହଞ୍ଚିଥିଲେ । ଆଜ୍ଞାମାଳ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ସଂକୀର୍ତ୍ତନ । ଝାଞ୍ଜ, ମୃଦଙ୍ଗର ତାଳେ ତାଳେ ଶ୍ରୀମନ୍ଦିରର ଦୁଇ ମୁଖ୍ୟ ମହାରଣା ଆଜ୍ଞାମାଳ ନେଇ କାଠ ଚିରଟ ସ୍ଥାନରେ ପହଞ୍ଚିବା ପରେ ଯଥାବିଧି ଅନୁସାରେ କରାଯାଇଥିଲା ପୂଜାର୍ଚ୍ଚନା । ଆଉ ତାପରେ ଆରମ୍ଭ ହୋଇଥିଲା କାଠ ଚିରଟ କାମ । ରଥର ଚକ, ଅଖ, ପହି, ଅର ଆଦି ନିର୍ମାଣ ପାଇଁ ଏହି କାଠ ସବୁ ଲାଗିବ । ତେବେ ସେ ସବୁକୁ ପର୍ଯ୍ୟାୟକ୍ରମେ ଠିକ୍‌ ସମୟରେ ଗାଡିରେ ବୋହି ନେଇ ଆବଶ୍ୟକତା ଅନୁସାରେ ପୁରୀକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ।

ଏହା ମଧ୍ୟ ପଢ଼ନ୍ତୁ.... ରଥକାଠ ଚିରଟ ପାଇଁ କଟକ ଖପୁରିଆ କରତ କଳ ଗଲା ମହାପ୍ରଭୂଙ୍କ ଆଜ୍ଞାମାଳ ଓ ମହାପ୍ରସାଦ - Ratha Katha Chirat Ritual

ଜୁଲାଇ ୭ ତାରିଖରେ ମହାପ୍ରଭୂଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ ପାଇଁ କାଠ ଚିରା କାମ । ଅକ୍ଷୟ ତୃତୀୟା ଠାରୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ନିର୍ମାଣ କାମ । ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥାଏ। ଯେଉଁଥିରେ ଫାଶି, ଶିମିଳି, ଅଶନ, ଧଉରା, ରାଇ, ମଇ ଭଳି କାଠ ସାମିଲ ହୁଏ । ଏହି ସମସ୍ତ କାଠ ନୟାଗଡ ବନଖଣ୍ଡ ସମେତ ରାଜ୍ୟର ଅନ୍ୟାନ ବନଖଣ୍ଡରୁ ଆସିଥାଏ । ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୯ ଟା ପର୍ଯ୍ୟନ୍ତ କରତ କଳରେ କାଠଚିରା କାର୍ଯ୍ୟ ଚାଲିବ ଏବଂ ଏଥିପାଇଁ ନିୟୋଜିତ ରହିବେ ପ୍ରାୟ ୩୦ ଜଣ କର୍ମଚାରୀ । ଆବଶ୍ୟକ ପଡିଲେ ଅଧିକ ସମୟ ଦେଇ କାମକୁ ଠିକ୍‌ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମିଲ ମ୍ୟାନେଜର ଅଶୋକ କୁମାର କର । ତେବେ କାଠ ଅନୁକୂଳ ସମୟରେ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.