ETV Bharat / state

ରଥ ଖଳା ଚଳଚଞ୍ଚଳ, 24 ଚକ ନିର୍ମାଣ ଶେଷ - PURI RATHA CONSTRUCTION

author img

By ETV Bharat Odisha Team

Published : May 31, 2024, 8:32 AM IST

Updated : May 31, 2024, 9:34 AM IST

PURI RATHA CONSTRUCTION WORK :ଜୋରସୋରରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର 42 ଚକରୁ 24 ଟି ଚକ ନିର୍ମାଣ ଶେଷ ହୋଇଛି । ଅଧିକ ପଢନ୍ତୁ

Ratha Khala Halchal
Ratha Khala Halchal (ETV Bharat Odisha)

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର 42 ଚକରୁ 24ଟି ଚକ ନିର୍ମାଣ ଶେଷ ହୋଇଛି । ଭଉଁରୀ ତିଥିରେ ତିନି ରଥର ଚକ-ଅଖ ସଂଯୋଗ ପୂର୍ବକ ଚକ ଡେରା ନୀତି ସମ୍ପନ୍ନ ହୋଇଥିଲା । ଏଥିସହ ତିନି ରଥର ମୋଟ ୪୨ଟି ଚକ ମଧ୍ୟରୁ ୨୪ଟି ଚକ ନିର୍ମାଣ ଶେଷ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଚକ ଗୁଡ଼ିକୁ ଆଣି ବାହାର ରଥ ଖଳାଠାରେ ସାଇତିଛନ୍ତି ।

Ratha Khala Halchal (ETV Bharat Odisha)

ରଥ ଅମିନ ତିନି ରଥର ନିରାଡି ନିର୍ମାଣ ପାଇଁ ପ୍ରତି ଚାଳିକୁ ଚାରୋଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେଇଛନ୍ତି । ଏଥିସହ ଅଖ ନିର୍ମାଣ ପାଇଁ ଆଉ ଦୁଇଟି ଲେଖାଏଁ ନାହାକା ଅଖ କାଠ ଯୋଗାଇଥିଲେ । ତିନିରଥର ମହାରଣା ସେବକମାନେ ନିରାଡ଼ି କାଠର ଚଉପଟ କାର୍ଯ୍ୟ କରିବା ସହ ନାହାକ ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି ।

ତାଳଧ୍ଵଜ ରଥର ମୋଟ ୧୪ଟି ଚକରୁ ୮ଟି ଚକ ନିର୍ମାଣ ଶେଷ ହୋଇଛି । ଏଥିସହ ନବମ ଏବଂ ଦଶମ ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇ ଅଖ ବିନ୍ଧ ପରେ ଅର କଟା ଯାଇ ଅର ସାଲ କାର୍ଯ୍ୟ ଜାରି ରହିଛି । ଏହାଛଡା ତାଳଧ୍ଵଜ ରଥର ଚାରୋଟି ନିରାଡି କାଠର ଚଉପଟ କାର୍ଯ୍ୟ ତାଳଧ୍ଵଜ ମହାରଣା ମାନେ ଜାରି ରଖିଛନ୍ତି । ସେହିପରି ଦର୍ପ ଦଳନ ରଥର ୭ଗୋଟି ଚକର ନିର୍ମାଣ ଶେଷ ହୋଇଛି । ଆଉ ତିନୋଟି ଚକ ନିର୍ମାଣ ପାଇଁ ତୁମ୍ବରେ ଅର ସଂଯୋଗ ବା ସିଙ୍ଗଡ଼ା ବାଡିଆ ଯାନ୍ତାଗାଡଠାରେ ଶେଷ ହେବାପରେ ଅଖ ବିନ୍ଧ ହୋଇ ମାପ ପ୍ରକାରେ ବଳକା ଅର କଟାଯିବା ଶେଷ ହୋଇଛି । ପଇ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ଦର୍ପଦଳନ ରଥର ଆଉ ଦୁଇଟି ନାହାକ ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ସହ ଚାରି ଗୋଟି ନୀରାଡି କାଠର ଚଉପଟ କାର୍ଯ୍ୟ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ.. ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ତିନି ରଥର ଅଖ ଚକ ଡେରା ନୀତି ସମ୍ପନ୍ନ - Ratha Work Update

ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ୯ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ଦଶମ ଏବଂ ଏକାଦଶ ଚକର ସିଙ୍ଗଡ଼ା କଟା ପରେ ଅର ସାଲ ସରି ତୁମ୍ୱ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ଜାରି ରହିଛି । ଆଉ ଦ୍ୱାଦଶ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ପରେ ତୁମ୍ୱରେ ଅଖ ବିନ୍ଧ ହୋଇ ବଳକା ଅର କଟିଙ୍ଗ ପରେ ସାଲ କାର୍ଯ୍ୟ ଜାରି ରହିଛି । ଦଶମ, ଏକାଦଶ ଏବଂ ଦ୍ବାଦଶ ଚକ ପାଇଁ ପଇ ବିନ୍ଧ କାର୍ଯ୍ୟ ନନ୍ଦିଘୋଷ ରଥ ମହାରଣା ସେବକମାନେ ଜାରି ରଖିଛନ୍ତି । ରଥ ଅମିନ ଯୋଗାଇଥିବା ଚାରିଗୋଟି ନୀରାଡ଼ି କାଠର ଚଉପଟ କାର୍ଯ୍ୟ ସହ ଆଉ ଦୁଇଟି ନାହାକା ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଚାଲୁ ରହିଛି ।

ତିନି ରଥର ରୂପକାର ସେବକ ମାନେ ତିନିରଥର ୧୧ଟି ଲେଖାଏଁ ସାଲ ଗୁଜରେ ରୂପ ଖୋଦେଇ ଜାରୀ ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ କରୁଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଦେବୀ ରଥର ଓଝା ସେବକମାନେ ଦେବୀ ରଥର ୧୨ ଚକ ପାଇଁ ପନ୍ଦାରି, ବଳା ଏବଂ ଅର କଣ୍ଟା ନିର୍ମାଣ କରିଛନ୍ତି । ଶେଷ କରି ଯୋକା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି । ସେହିପରି ନନ୍ଦି ଘୋଷ ରଥର ଅର କଣ୍ଟା, ପନ୍ଦାରି, ଶେଷ ହୋଇ ଗୟଳ କଣ୍ଟା ଏବଂ ଜୋକା କଣ୍ଟା ନିର୍ମାଣ କରୁଛନ୍ତି । ସେହିପରି ତାଳ ଧ୍ଵଜ ରଥର ୧୨ଟି ଚକର ଅର କଣ୍ଟା,ପନ୍ଦାରି, ବଳା ଶେଷ କରି, ଯୋଜା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : May 31, 2024, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.