ETV Bharat / state

ପାଖେଇ ଆସୁଛି ରଥ ଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ - RathaKhala Halchal

author img

By ETV Bharat Odisha Team

Published : Jun 24, 2024, 5:43 PM IST

Ratha Construction Work: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ । ତିନି ରଥର ଦଣ୍ଡାରେ ଖଦୀ ଓରା ପଡ଼ି, କାପ ବିନ୍ଧ ଶେଷ ସହ ତିନି ରଥର ଦ୍ୱିତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇସାରିଛି । ଅଧିକ ପଢନ୍ତୁ,

ପାଖେଇ ଆସୁଛି ରଥ ଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ପାଖେଇ ଆସୁଛି ରଥ ଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ (ETV Bharat Odisha)

ପୁରୀ: ଆଗାମୀ ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଏଥିପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିପଡିଛନ୍ତି ରଥ ନିର୍ମାଣକାରୀ ସେବକ । ତିନି ରଥର ଦଣ୍ଡାରେ ଖଦୀ ଓରା ପଡ଼ି, କାପ ବିନ୍ଧ ଶେଷ ସହ ତିନି ରଥର ଦ୍ୱିତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇସାରିଛି । ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନେ ମିଶି ତିନି ରଥରେ ଚଉଦ ନାହାକା ଖମ୍ବିି ଗୁଡ଼ିକୁ ପ୍ରତି ରଥର ଚାରି ନାହାକା ଠାରୁ ଅଢେଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାର୍ଶ୍ୱରେ ବୁଲିବା ସହ ପ୍ରଥମ ଭୂଇଁ ଛ' କାଠିରେ ପାଖୁଡ଼ା ସଂଯୋଗ ହୋଇ, ତିନି ରଥରେ ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ସଂଯୋଗ ହୋଇଛି ।

ଏଥିସହ ରଥ ଚାଳିରେ ତିନି ରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି । ଅଗ ଭୂଇଁ ଫ୍ରେମ ୪ଟି ଚଉତା ବର୍ଗାକାର ରେ ସଂଯୋଗ ହୋଇ ତାର ଚାରି କୋଣରେ ୪ଟି ଭୂଇଁ ଗୋଡ ଉଠି ଭୂଇଁ ର ଚାରି ପଟେ, ପ୍ରତି ପାର୍ଶ୍ୱରେ ୬ଟି ଲେଖାଏଁ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି । ଏଥିସହ ତିନି ରଥର ୪ ଗୋଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି ।

ସେପଟେ ମହାରଣା ସେବକ ମାନେ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡା ଚଉପଟ କରି ରୂପକାର ସେବକ ମାନଙ୍କୁ ଯୋଗାଇ ଦେଇଛନ୍ତି । ରୂପକାର ସେବକ ମାନେ ସେଥିରେ ୫ଟି ଲେଖାଏଁ ପଦ୍ମ ଫୁଲ ,ଏବଂ ଦୁଇ ପାର୍ଶ୍ୱରେ ପଦ୍ମ କଢି ଖୋଦେଇ କରିବେ।ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ଧୂଳି ଦଣ୍ଡା ରେ ପଦ୍ମ ଫୁଲ, ପଦ୍ମ କାଢି ଖୋଦେଇ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତିନି ରଥରେ ସଂଯୋଗ ହେଲା ଖଦି ଓରା, ଚାଳି ପାଇଁ ଆରମ୍ଭ ହେଲା କତରା ନିର୍ମାଣ

ତିନିରଥ ସମ୍ମୁଖ ଚକ ଗୁଡିକର ଉଭୟ ପାର୍ଶ୍ଵରେ ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ ମାନ ନଟ ବୋଲ୍ଟ ଦେଇ ମହାରଣା ସେବକ ମାନେ ଫିଟିଙ୍ଗ କରିଛନ୍ତି । ଚିତ୍ରକାର ସେବକ ମାନେ ତିନି ରଥ ପାର୍ଶ୍ଵ ଦେବ ଦେବୀ, ସକ୍ଷୀ, ଶିଖର ଡମ୍ବରୁ, ଓଲଟ ଶୁଆ, ଠେକେରା ବଡ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ, ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଚକ, ଏବଂ ଦଣ୍ଡା ଗୁଡ଼ିକର ରଙ୍ଗ ପୂର୍ବରୁ ସେଥିରେ ଧଳା ପ୍ରାଇମର ଦେବା ଆରମ୍ଭ କରିଛନ୍ତି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର କତରା କଣ୍ଟା, କଇଞ୍ଚି କଣ୍ଟା ଏବଂ ପୋଟଳ ପାଇଁ ବାଗୀଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ଏବଂ ଶୀଘ୍ର ପୋଟଳ ପଟା କାମ ଆରମ୍ଭ ହେବ ।

ପୁରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.