ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ରଥଯାତ୍ରାର ଦିନକ ପରେ ଟଣା ହୁଏ ରଥ - RATHA YATRA 2024 PREPARATION WORK

author img

By ETV Bharat Odisha Team

Published : Jun 26, 2024, 5:43 PM IST

Ratha yatra 2024 preparation work: ପାତାଳୀ ଶ୍ରୀକ୍ଷେତ୍ର ଠାରେ ମଧ୍ୟ ଅତ୍ୟନ୍ତ ଗୋପନୀୟ ଭାବରେ ବଠ ଠାକୁରଙ୍କ ଉପଚାର ବିଧି ଚାଲିଛି । ଏପଟେ ଘୋଷଯାତ୍ରା ପାଇଁ ଚାଲିଛି ନୂତନ ରଥ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

Ratha yatra 2024 preparation
Ratha yatra 2024 preparation (ETV Bharat Odisha)

ବୌଦ୍ଧ: ଅଣସର ଘରେ ଜ୍ବରରେ ପ୍ରପୀଡ଼ିତ ହୋଇ ଉପଚାର ହେଉଛନ୍ତି ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ । ତେବେ ଲୀଳାମୟ ଠାକୁରଙ୍କ ଅନନ୍ୟ ପାତାଳୀ ଶ୍ରୀକ୍ଷେତ୍ର ଠାରେ ମଧ୍ୟ ଅତ୍ୟନ୍ତ ଗୋପନୀୟ ଭାବରେ ବଠ ଠାକୁରଙ୍କ ଉପଚାର ବିଧି ଚାଲିଥିବା ବେଳେ ସିଦ୍ଧ ଗୁମ୍ଫାର ପାଦ ଦେଶରେ ବଡ ଠାକୁରଙ୍କ ପ୍ରତିକାତ୍ମକ ବିଗ୍ରହଙ୍କ ପୂଜାର୍ଚ୍ଚନା ସହିତ ଘୋଷଯାତ୍ରା ପାଇଁ ଚାଲିଛି ନୂତନ ରଥ ନିର୍ମାଣ କାର୍ଯ୍ୟ ।

Ratha yatra 2024 preparation (ETV BHARAT ODISHA)

ଆଉ ଦିନ କେଇଟା ପରେ ବଡ ଠାକୁରଙ୍କ ଘୋଷଯାତ୍ରା । ତେଣୁ ବଡ ଠାକୁରଙ୍କ ବଡ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଉଛି । ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଲୀଳାମୟ ଠାକୁରଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ଠାରେ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ବିଭିନ୍ନ ପ୍ରସ୍ତୁତି ଚାଲିଛି । ମହାନଦୀର ଦକ୍ଷିଣ ତଟରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ନାଏକପଡା ଠାରେ ରହିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋପନ ଲୀଳା ପୀଠ । ମାଦଳାପାଞ୍ଜି ବର୍ଣ୍ଣିତ ରକ୍ତବାହୁର ଆକ୍ରମଣ ସମୟରେ ଶ୍ରୀକ୍ଷେତ୍ର ବଡ ଦେଉଳରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାନଦୀ ଜଳପଥରେ ସେବାୟତମାନେ ନୌକା ଯୋଗେ ଘେନିଆସି ନାଏକପଡା ଗୁମ୍ଫା ଠାରେ ପାତାଳୀ କରିଥିଲେ ।

ବର୍ତ୍ତମାନ ସୁଦ୍ଧା ଉକ୍ତ କାଳିଆ ପାହାଡର ଗୁମ୍ଫା ସମେତ ଅନ୍ୟାନ୍ୟ ଗୁମ୍ଫା ବିଦ୍ୟମାନ । ଧାର୍ମିକ ଭାବନା ସହିତ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ଛୋଟବଡ ଅନେକ ପାହାଡର ସମାହାରରେ ଥିବା ଏହି ନାଏକପଡା ଜଙ୍ଗଲ ଗୁମ୍ଫା ଅଞ୍ଚଳରେ ଅନେକ ଦୁର୍ମୂଲ୍ୟ ତଥା ଔଷଧୀୟ ବୃକ୍ଷ ରାଜି ରହିଛି ।

ଏହି ପବିତ୍ର ନାଏକପଡା ଜଙ୍ଗଲର ଶିଖରରେ ପବିତ୍ର ଗୁମ୍ଫା ରହିଥିବା ବେଳେ ଜଙ୍ଗଲ ପାଦ ଦେଶରେ ଲୀଳାମୟ ଠାକୁରଙ୍କ ପବିତ୍ର ପୀଠ ରହିଛି । ଏଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ବଡ ଠାକୁର ଅଣସର ଘରେ ଗୁପ୍ତ ରୀତିନୀତି ରେ ଚିକିତ୍ସିତ ହେଉଛନ୍ତି । ସେପଟେ ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଓ ବାହୁଡା ଯାତ୍ରାର ପରଦିନ ବାସି ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବର୍ତ୍ତମାନ ଏଠାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ।

ତେବେ ଏଭଳି ଏକ ପବିତ୍ର ତଥା ଲୀଳାମୟ ଠାକୁରଙ୍କ ପୀଠରେ ଘୋଷଯାତ୍ରା ପାଇଁ ସ୍ଥାନୀୟ ଶ୍ରଦ୍ଧାଳୁ ମୁଷ୍ଟି ଭିକ୍ଷା ତଥା ଲୋକଙ୍କ ଠାରୁ ସହଯୋଗ ଭିକ୍ଷା କରି ଘୋଷଯାତ୍ରା ସମ୍ପନ୍ନ କରିଆସୁଛନ୍ତି । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ବଡ ଠାକୁରଙ୍କ ଘୋଷଯାତ୍ରା ନିମନ୍ତେ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.