ETV Bharat / state

ଧିରେ ଧିରେ ସୁସ୍ଥ ହେବେ ମଣିମା, ଲାଗି ହେଲା ଫୁଲୁରି ତେଲ - Phuluri Oil Treatment of Jagannath

author img

By ETV Bharat Odisha Team

Published : Jun 27, 2024, 10:25 PM IST

PHULURI OIL TREATMENT OF LORD JAGANNATH: ବଡ ଓଡ଼ିଆ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ଗଲା ଫୁଲୁରି ତେଲ । ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ଧିରେ ଧିରେ ଜ୍ଵରରୁ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି । ଅଧିକ ପଢନ୍ତୁ

PHULURI OIL TREATMENT FOR LORD JAGANNATH
PHULURI OIL TREATMENT FOR LORD JAGANNATH (ETV Bharat Odisha)

ପୁରୀ: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ପରେ ଜ୍ଵରରୁ ସୁସ୍ଥ ହେବେ । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଏବେ ଅଣସର ଘରେ ଚାଲିଛି ଅସୁସ୍ଥତାର ଉପଚାର । ଆଜି ଅଣସର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହୋଇଛି ଫୁଲୁରି ତେଲ । ଏହି ଫୁଲୁରି ତେଲକୁ ପରମ୍ପରା ଅନୁସାରେ ବହୁବର୍ଷ ଧରି ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଉଛି । ତେବେ ଆଜି (ଗୁରୁବାର) ଅପରାହ୍ନରେ ବଡ଼ ଓଡିଆ ମଠ ପକ୍ଷରୁ ଏହି ସ୍ୱତନ୍ତ୍ର ଫୁଲୁରି ତୈଳକୁ ଶ୍ରୀମନ୍ଦିର ଗାରଦରେ ଦିଆଯାଇଛି । ଏହାକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ ।

ଏହା ଦ୍ବାରା ଜ୍ଵରକ୍ରାନ୍ତ୍ ମହାପ୍ରଭୁ ଧିରେ ଧିରେ ଉପଶମ ଲାଭ କରିବେ । ତେବେ ଘଣାପେଡ଼ା ରାଶି ତେଲରେ ବେଣଚେର, ମାଳତି, କିଆ, କେତକୀ, ବଉଳଫୁଲ ଭଳି ସ୍ୱତନ୍ତ୍ର ସୁବାସିତ ଫୁଲ ଓ ୮ ପ୍ରକାର ଚେରମୂଳି ପକାଯାଇ ପ୍ରସ୍ତୁତ କରାଯାଏ । ଅଣସର ପଞ୍ଚମୀ ତିଥିରେ ଅର୍ଥାତ୍ ଆଜି ଏହାକୁ ମଠ ପକ୍ଷରୁ ଶ୍ରୀମନ୍ଦିର ନିଆଯିବା ପରେ ଦଇତାପତିମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଏହି ତେଲ ଲାଗିପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଥାନ୍ତି । ଅନବସର ସମୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରୁ ଫୁଲୁରି ତେଲ ଲାଗି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ।

ବଡ ଓଡିଆ ମଠ ପକ୍ଷରୁ ପ୍ରତିବର୍ଷ ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟିତଳେ ପୋତା ଯାଇଥାଏ । ଦେବସ୍ନାନ ପୂର୍ଣ୍ଣମୀ ଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇ ଅଣସରର ପଞ୍ଚମୀ ଦିନ ତେଲକୁ ଛଣାଯାଏ ଏବଂ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ । ବଡ ଓଡିଆ ମଠର ସଦସ୍ୟ ମାନେ ପ୍ରାୟ ୬ ସେର ଫୁଲୁରି ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅପର୍ଣ କରିଥାନ୍ତି । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବା ପରେ ଜୟବିଜୟ ଦ୍ବାର ବନ୍ଦ ହୋଇ ଅଣସର ଦ୍ବାର ଖୋଲାଯାଇ ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ପତି ମହାପାତ୍ର ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଏହାଦ୍ବାରା ମହାପ୍ରଭୁଙ୍କ ଶରୀରର ପୀଡା କମ୍ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ ......ଚଳଚଞ୍ଚଳ ରଥଖଳା: ସରିଲା ତିନି ରଥର ଚନ୍ଦ୍ରଶାଳୀ ନିର୍ମାଣ, ନାଟ ଗୋଡ଼ରେ ରୂପ ଖୋଦେଇ ଜାରି - PURI RATH YATRA 2024

ସେପଟେ ମହାପ୍ରଭୁ ପ୍ରବଳ ଜ୍ବରରେ ପୀଡିତ ଥିବା ଯୋଗୁଁ ଶ୍ରୀମନ୍ଦିରରେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟ ଘଣ୍ଟା ନିଷିଦ୍ଧ କରାଯାଇଛି । ଅଣସର ଘର ତାଟି ବାହାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ପାଇଁ କ୍ଷୀର, ସର, ଚିନି, କର୍ପୁର, ନୈବେଦ୍ୟ ଲାଗି କରିବା ପରେ ଏହାକୁ ଘରକୁ ଆଣି ସେଥିରେ ପାଣି ମିଶାଇ ଅଣସର ପଣା ପ୍ରସ୍ତୁତ କରିଥାନ୍ତି । ଏ‌ହି ପଣା ମାନବ ପାନ କଲେ ଶରୀର ରୋଗମୁକ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.