ETV Bharat / state

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି; ସିଂହଦ୍ବାରରେ ଲାଗିଲା ତିନି ରଥ, ବୁଧବାର ସୁନାବେଶ - Three Chariots Reach Sri Mandir

author img

By ETV Bharat Odisha Team

Published : Jul 15, 2024, 9:08 PM IST

Updated : Jul 15, 2024, 11:02 PM IST

THREE CHARIOTS REACH SRI MANDIR: ଶ୍ରୀକ୍ଷେତ୍ରରେ ଶେଷ ହେଲା ନବ ଦିନାତ୍ମକ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିରକୁ ବାହୁଡିଲେ ତିନି ଦିଅଁ । ସିଂହଦ୍ବାରରେ ଲାଗିଲା ଶ୍ରୀଜିଉଙ୍କ ତିନି ରଥ । ଏମିତି ଥିଲା ଶ୍ରୀକ୍ଷେତ୍ରର ମଉଡମଣିଙ୍କ ବାହୁଡ଼ା ଯାତ୍ରା ।

THREE CHARIOTS REACH SRI MANDIR
THREE CHARIOTS REACH SRI MANDIR (ETV Bharat Odisha)

ପୁରୀ: ସରିଲା ନବ ଦିନାତ୍ମକ ଯାତ୍ରା । ଶରଧାବାଲିରୁ ବଡ଼ ଦେଉଳ ବାହୁଡ଼ିଲେ ଚତୁର୍ଦ୍ଧାମୁରତି । ବାହୁଡ଼ା ଦଶମୀରେ ଶ୍ରୀମନ୍ଦିର ଫେରିଛନ୍ତି ତିନି ଦିଅଁ । ପ୍ରଥମେ ବେଗେ ବେଗେ ବଡ଼ ଠାକୁର ବଳଭଦ୍ର ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପଛେ ପଛେ ପହଞ୍ଚିଥିଲେ ସାନ ଭଉଣୀ । ଏହାପରେ ଗହଳି ଧରି ସିଂହଦ୍ବାରରେ ପହଞ୍ଚିଥିଲେ ହଟିଆ ଠାକୁର କାଳିଆ ସାଆନ୍ତ । ଭକ୍ତି ଓ ଭାବରେ ଭିଜିଲା ଶ୍ରୀକ୍ଷେତ୍ର । ସଭିଏଁ ହେଲେ ଏକାକାର । ଏହାସହିତ ଶେଷ ହୋଇଛି ଶ୍ରୀବିଗ୍ରହଙ୍କ ନବଦିନାତ୍ମକ ଯାତ୍ରା । ବାହୁଡ଼ା ଯାତ୍ରା ଶୃଙ୍ଖଳିତ ଢଙ୍ଗରେ ଶେଷ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି (ETV Bharat Odisha)
ବାହୁଡ଼ାରେ ସଅଳ ପହଣ୍ଡି
ବାହୁଡ଼ାରେ ସଅଳ ପହଣ୍ଡି (ETV Bharat Odisha)

ବାହୁଡ଼ାରେ ସଅଳ ପହଣ୍ଡି:-

ତିନି ରଥକୁ ଆଜ୍ଞାମାଳ ବିଜେ ପରେ 12ଟାରେ ଆରମ୍ଭ ହୋଇଥିଲା ପହଣ୍ଡି । ନିର୍ଦ୍ଧାରତି ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ବାହୁଡା ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିବା ପରେ ମଦନ ମୋହନ ଧାଡି ପହଣ୍ଡିରେ ଆସିଥିଲେ । ଏହାପରେ ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ଧାଡି ପହଣ୍ଡିରେ ଆସିଥିଲେ ବଡ଼ ଠାକୁର ବଳଭଦ୍ର । ପରେ ପରେ ହଳଦୀ ମୁଖି ଦେବୀ ସୁଭଦ୍ରାଙ୍କ ଶୂନ୍ୟ ପହଣ୍ଡି ହୋଇଥିଲା । ଦେବୀ ସୁଭଦ୍ରା ରଥରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ଭାବ ବିନୋଦିଆ କାଳିଆର ପହଣ୍ଡି । ଟାହିଆ ପିନ୍ଧି ଝୁଲି ଝୁଲି ଭକ୍ତଙ୍କ ଗହଣରେ ରଥ ଅଭିମୁଖେ ଆସିଥିଲେ ଜଗତର ନାଥ । ଚକା ଆଖିରେ ଲାଖି ଯାଇଥିଲା ଭକ୍ତର ଆଖି । ଝୁଲି ଝୁଲି ଆସି ନନ୍ଦିଘୋଷରେ ବିଜେ କରିଥିଲେ କାଳିଆ ସାଆନ୍ତ ।

ଅଣସେବାୟତଙ୍କୁ ରଥ ଉପରୁ ଭିଡି ଆଣିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଅଣସେବାୟତଙ୍କୁ ରଥ ଉପରୁ ଭିଡି ଆଣିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (ETV Bharat Odisha)

ଅମାନିଆ ଅଣସେବାୟତଙ୍କୁ ପାନେ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ:-

ଆଡପ ପହଣ୍ଡି ଅଘଟଣ ପରେ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ପାଇଁ ପୁରା ସଜାଗ ଥିଲା ଶ୍ରୀମନ୍ଦିର ପ୍ରଶାସନ । ରଥ ଉପରକୁ ଅଣସେବାୟତଙ୍କୁ ବାରଣ ହୋଇଥିଲା । ମାତ୍ର ନିୟମକୁ ବେଖାତିର କରି କିଛି ଅଣସେବାୟତ ରଥ ଉପରେ ଚଢିଥିଲେ । ଆଜି ପହଣ୍ଡି ବେଳେ ତିନିରଥରେ ଚଢିଥିବା ଅଣସେବାୟତଙ୍କୁ ଚିହ୍ନଟ କରି ବାହାରକୁ କାଢ଼ିଛନ୍ତି ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ l ମୁଖ୍ୟ ପ୍ରଶାସକ ପାଢୀ ନିଜେ ତିନିରଥ ପରିଦର୍ଶନ କରିବା ସହ କିଛି ଅଣସେବାୟତଙ୍କୁ ଚିହ୍ନଟ କରିଥିଲେ । ସେମାନଙ୍କୁ ତୁରନ୍ତ ପୋଲିସ କର୍ଡନ ବାହାରକୁ ପଠାଯାଇଥିଲା । ନିଜେ ମୁଖ୍ୟ ପ୍ରଶାସକ ଅଣସେବାୟତଙ୍କ ହାତ ଭିଡି ନେଇ ବାହାରେ ଛାଡିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଛେରା ପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା
ଛେରା ପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା (X)
ଗଡ଼ିଲା ରଥ
ଗଡ଼ିଲା ରଥ (ETV Bharat Odisha)

ଛେରା ପହଁରା ନୀତି ସମାପନ ପରେ ରଥଟଣା:-

ମହାପ୍ରଭୁଙ୍କ ଆଦ୍ୟ ସେବକ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ବାହାରି ଶରଧାବାଲିରେ ପହଞ୍ଚିଥିଲେ । ଏହାପରେ ଛେରା ପହଁରା ସେବା ଆରମ୍ଭ କରିଥିଲେ । ପ୍ରଥମେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥରେ ଛେରା ପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା । ଘଣ୍ଟଘଣ୍ଟା ନାଦ ସହିତ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଅଭିମୁଖେ ତିନି ରଥକୁ ଟାଣି ନେଇଥିଲେ । ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହୋଇଉଠିଥିଲା ପୁରା ପରିବେଶ ।

ପୋଡ଼ ପିଠା ଖାଇଲେ ଶ୍ରୀଜିଉ
ପୋଡ଼ ପିଠା ଖାଇଲେ ଶ୍ରୀଜିଉ (ETV Bharat Odisha)

ପୋଡ଼ ପିଠା ଖାଇଲେ ଶ୍ରୀଜିଉ:-

ଫେରିବା ବାଟକୁ ଚାହିଁ ବସିଥିଲା ଦେବୀ ଅର୍ଦ୍ଧାଶିନୀ । ଶ୍ରୀଗୁଣ୍ଡିଚା ମନ୍ଦିରରୁ କିଛି ଦୂର ଯାଇ ମାଉସୀ ମା' ମନ୍ଦିର ନିକଟରେ ଅଟକିଥିଲା ତିନି ରଥ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ପୋଡ଼ ପିଠା ତିନି ଦିଅଁଙ୍କ ନିକଟରେ ଲାଗି ହୋଇଥିଲା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଦେବୀ ଅର୍ଦ୍ଧାଶିନୀଙ୍କ ମନ୍ଦିର ନିକଟରେ ଅଟକିଛି । ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ ପୋଡ଼ପିଠା ଖିଆ ନୀତି । ବଡଦାଣ୍ଡ ମଧ୍ୟ ଭାଗରେ ବଳଗଣ୍ଡି ଛକ । ଏଇଠି ରହିଥାଏ ମାଉସୀ ମା' ମନ୍ଦିର । ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷଣୀଙ୍କୁ ସମସ୍ତ ଦେବାଦେବୀ ମାତୃ ରୂପରେ ଗ୍ରହଣ କରିଛନ୍ତି । ଏଣୁ ଦେବୀ ଅର୍ଦ୍ଧାଶିନୀ ଜଗତର ନାଥ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ରୂପେ ପରିଚିତ । ବାହୁଡା ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା କାଳିଆ ସୁନା ମାଉସୀ ମା' ହାତରୁ ପୋଡ ପିଠା ଖାଇ ଫେରିଥାଏ । ଏଥିପାଇଁ ପ୍ରସ୍ତୁତ ହୋଇଥାଏ ସୁଆଦିଆ ପୋଡ଼ପିଠା ।

ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ
ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ (File Photo)

ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ:-

ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଛି । ଜଗନ୍ନାଥ ଶ୍ରୀମନ୍ଦିର ଫେରିଛନ୍ତି ବୋଲି ଦେଖିଲେ ମହାଲକ୍ଷ୍ମୀ । ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପାଲିଙ୍କି ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଇଥିଲା । ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚିଛନ୍ତି । ଶ୍ରୀନଅର ସିଂହଦ୍ଵାରରେ ଗଜପତି ମହାରାଜା ଉପସ୍ଥିତ ଅଛନ୍ତି । ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହିତ ଭେଟ ହୋଇଛନ୍ତି । ଏହାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ । ଏହାସହିତ ଶ୍ରୀନଅରଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ଵାରଠାରେ ରଖାଯିବ । ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡୁ, ବିମାନବଡୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିବାର ପରମ୍ପରା ରହିଛି ।

ସନ୍ଧ୍ୟାରେ ବଡ଼ଦେଉଳରେ ଲାଗିଲା ତିନି ରଥ
ସନ୍ଧ୍ୟାରେ ବଡ଼ଦେଉଳରେ ଲାଗିଲା ତିନି ରଥ (ETV Bharat Odisha)

ସନ୍ଧ୍ୟାରେ ବଡ଼ଦେଉଳରେ ଲାଗିଲା ତିନି ରଥ:-

ବେଗି ବେଗି ଆସି ପ୍ରଥମେ ବଡ଼ ଠାକୁର ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ତାଙ୍କ ପଛକୁ ଦେବୀ ସୁଭଦ୍ରା ମଧ୍ୟ ବଡ଼ଦେଉଳରେ ପହଞ୍ଚିଥିଲେ । ଶେଷରେ କାଳିଆ ସାଆନ୍ତଙ୍କ ରଥ ଶ୍ରୀମନ୍ଦିର ନିକଟରେ ଲାଗିଥିଲା । ତାଳଧ୍ବଜ ଓ ଦର୍ପଦଳନ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ନନ୍ଦିଘୋଷ ମରିଚିକୋଟ ପର୍ଯ୍ୟନ୍ତ ହୋଇଥିଲା । କୁହାଯାଏ କାଳିଆ ଭାବର ଠାକୁର । ଭକ୍ତଙ୍କ ଗହଳିରେ ରହିବାକୁ ସର୍ବଦା କାଳିଆର ମନ । ନବଦିନାତ୍ମକ ଯାତ୍ରା ସରିଆସୁଥିବାରୁ ଧିରେ ଧିରେ ଗଡୁଥିଲା ନନ୍ଦିଘୋଷ । ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ପରେ କାଳିଆର ରଥ ଶ୍ରୀମନ୍ଦିର ନିକଟରେ ଲାଗିଥିଲା ।

ଶ୍ରୀଜିଉଙ୍କ ଚିତ୍ତାକର୍ଷକ ସୁନାବେଶ
ଶ୍ରୀଜିଉଙ୍କ ଚିତ୍ତାକର୍ଷକ ସୁନାବେଶ (File Photo)

ଏଥର ଦିନକ ପରେ ସୁନାବେଶ:-

ଚଳିତ ବର୍ଷ ବାହୁଡ଼ା ଯାତ୍ରାର ଦିନକ ପରେ ଅନୁଷ୍ଠିତ ହେବ ସୁନାବେଶ । ପ୍ରତି ବର୍ଷ ବାହୁଡ଼ା ପରଦିନ ସୁନାବେଶ ହୋଇଥାଏ। କିନ୍ତୁ ଚଳିତବର୍ଷ ବାହୁଡ଼ାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ଵାରଠାରେ ଦଣ୍ଡାୟମାନ ଥିବା ତିନିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନିରଥ ଉପରକୁ ଆସିଥାଏ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।

ପଢନ୍ତୁ ଅନ୍ୟ କିଛି ଖବର

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଆଇନମନ୍ତ୍ରୀ, ରତ୍ନଭଣ୍ଡାରକୁ ନେଇ କହିଲେ ଏମିତି

ରଥ ଉପରେ ଚଢିଥିଲେ ଅଣସେବାୟତ, ହାତ ଧରି ଭିଡି ଆଣିଲେ ମୁଖ୍ୟ ପ୍ରଶାସକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 15, 2024, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.