ETV Bharat / state

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଲାଗି ହୁଏ ସ୍ଵତନ୍ତ୍ର ପଣା ଭୋଗ - Pana Bhoga of Lord Jagannath

author img

By ETV Bharat Odisha Team

Published : Jun 29, 2024, 3:36 PM IST

Updated : Jun 29, 2024, 4:09 PM IST

Lord Jagannath Anasara Rituals: ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ମହାବାହୁ । ତିନି ଠାକୁରଙ୍କୁ ସୁସ୍ଥ କରିବା ପାଇଁ ଦଇତାପତି ସେବକମାନେ ଉପଚାର ନୀତି ଚାଲିଛି । ଏହି ସମୟରେ ମହାପ୍ରଭୁଙ୍କ ନିକଟରେ ଲାଗି ହୁଏ ସ୍ଵତନ୍ତ୍ର ପଣା ଭୋଗ ।

ସ୍ଵତନ୍ତ୍ର ପଣା ଭୋଗ
ସ୍ଵତନ୍ତ୍ର ପଣା ଭୋଗ (ETV Bharat Odisha)

ପୁରୀ: ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବା ପରେ ଏବେ ଜ୍ୱାରାକ୍ରାନ୍ତ ହୋଇ ଅଣସର ଘରେ ବିରାଜମାନ କରିଛନ୍ତି । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତ ଉପଚାର ବିଧି କରୁଛନ୍ତି । ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଲାଗି ହେବା ପରଠାରୁ ତିନିଠାକୁର ସୁସ୍ଥ ହେଉଥିବା ବେଳେ ଏବେ ତାଙ୍କ ଓଷଲାଗି ନୀତି ଚାଲିଛି । ତେବେ ଏହି ଅଣସର ସମୟରେ ମହାପ୍ରଭୁଙ୍କ ନିକଟରେ ଅନ୍ନ ଭୋଗ ହୋଇ ନଥାଏ । କେବଳ ପଣା ଭୋଗ ଲାଗି ହୋଇଥାଏ । ମହାପ୍ରଭୁଙ୍କ ଶରୀର ଅସୁସ୍ଥ ଥିବାରୁ ଲଘୁ ଖାଦ୍ୟ ଭାବେ ପଣା ଭୋଗ ହୋଇଥାଏ ।

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ (ETV Bharat Odisha)

କିପରି ପ୍ରସ୍ତୁତ ହୁଏ ପଣା ଭୋଗ:

ଅଣସର ସମୟରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ପଣା ଭୋଗର ପ୍ରସ୍ତୁତି ବେଶ ନିଆରା । କ୍ଷୀର, ସର, କର୍ପୁର ସହ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହି ପଣା ଭୋଗ ଲାଗି ହୋଇଥାଏ । ପତିମହାପାତ୍ର ସେବକମାନେ ଏହି ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରିଥାନ୍ତି । ମହାପ୍ରଭୁଙ୍କ ପାଖରେ ଏହି ସ୍ୱତନ୍ତ୍ର ପଣା ଭୋଗ ଲାଗି ହେବା ପରେ ଭୋଗକୁ ସବୁ ଦେବାଦେବୀଙ୍କୁ ଅର୍ପଣ କରଯାଇଥିଏ । ପରେ ଏହି ପଣା ଭୋଗକୁ ଭକ୍ତଙ୍କ ଭିତରେ ବିତରଣ କରିଥାନ୍ତି ଦଇତାପତି ସେବକମାନେ । ଏହି ଦିବ୍ୟ ପଣା ଭୋଗକୁ ଯିଏ ପାନ କରିଥାଏ ଅଶେଷ ପୂଣ୍ୟ ମିଳିଥାଏ ।

ଏହାମଧ୍ୟ ପଢନ୍ତୁ.. ଧର୍ମ-ଅର୍ଥ-କାମ-ମୋକ୍ଷର ଚାରିଦ୍ବାର; ଋଷିମୁନିଙ୍କ ପାଇଁ ଅଶ୍ବଦ୍ବାର, ଏହି ଦ୍ବାରରେ ଯାଆନ୍ତି ଦେବତା-ଭକ୍ତ - Srimandir Four Gates Significance

ସ୍ନାନ ପୂର୍ଣ୍ଣିମାରୁ ରଥଯାତ୍ରା ମଧ୍ୟରେ ଯେଉଁ ଅଣସର ନୀତି ହୋଇଥାଏ ସେହି ସମୟରେ କେବଳ ମହାପ୍ରଭୁଙ୍କ ନିକଟରେ ଏହି କ୍ଷୀର, ସରରେ ପ୍ରସ୍ତୁତ ପଣା ଭୋଗ ଲାଗି ହୋଇଥାଏ । ତେବେ ଏହି ଅଣସର ସମୟରେ ମହାପ୍ରଭୁଙ୍କ ନିକଟରେ ପଣା ଭୋଗ ସହ କେବଳ ଫଳ ଭୋଗ ହୋଇଥାଏ । ଅଣସରରେ ମହାପ୍ରଭୁଙ୍କ ନିକଟରେ ଧଳା ତଥା ଶୁକ୍ଲ ବର୍ଣ୍ଣର ଫୁଲ ଲାଗି ହେବାର ବିଧି ରହିଛି । ତେବେ ଅଣସର ସମୟରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ଅଣସର ପଣା ଭୋଗ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥାଏ । ଅନ୍ୟପଟେ ରତ୍ନବେଦୀରେ ଦାରୁଦିଅଁ ଦର୍ଶନ ଦେଉନଥିବାରୁ ଶ୍ରୀମନ୍ଦିର ଖାଁ ଖାଁ ହୋଇଉଠିଛି । ଭକ୍ତଙ୍କ ଗହଳି ଦେଖିବାକୁ ମିଳୁନାହିଁ ।

ଇଟିଭି ଭାରତ, ପୁରୀ

Last Updated : Jun 29, 2024, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.