ETV Bharat / state

ପବିତ୍ର ଶ୍ରୀପଞ୍ଚମୀରେ ଆଜି ହେବ ରଥକାଠ ଅନୁକୂଳ

author img

By ETV Bharat Odisha Team

Published : Feb 14, 2024, 10:54 AM IST

Ratha Katha Anukula Ritual: ଆଜି ଅନୁକୂଳ ହେବ ରଥକାଠ । ଶ୍ରୀପଞ୍ଚମୀ ଅବସରରେ ଚଳିତ ରଥଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା କରାଯିବ । ଅଧିକ ପଢନ୍ତୁ

ପୁରୀ ରଥଯାତ୍ରା ପ୍ରସ୍ତୁତି
ପୁରୀ ରଥଯାତ୍ରା ପ୍ରସ୍ତୁତି

ପୁରୀ ରଥଯାତ୍ରା ପ୍ରସ୍ତୁତି

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀରେ ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ । ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା' ସରସ୍ୱତୀଙ୍କ ପୂଜା ପରେ ଏହି କାଠଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ଅନୁକୂଳ ଆରମ୍ଭ ହେବ । ତିନି ରଥ ପାଇଁ 3 ଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ 3ଟି ଧଉରା କାଠର ମାଜଣା କରାଯିବ । ଏହାପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠର ପୂଜାର୍ଚ୍ଚନା ହେବ ।

ସେହିପରି ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟରେ ରଥକାଠ ଆସି ପୁରୀ ବଡ଼ଦାଣ୍ଡରେ ପହଞ୍ଚିସାରିଛି । ମୋଟ 3ଟି ଟ୍ରକରେ 102 ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ନୟାଗଡ଼ର ଦଶପଲ୍ଲା ବନାଞ୍ଚଳରୁ ଏହି କାଠ ଆସିଛି । ତେବେ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ରଥ କାଠ ଆସି ପୁରୀରେ ପହଞ୍ଚିବ ।

ରଥର ତତ୍ତ୍ଵବଧାରକ ସୁଦର୍ଶନ ମେକାପ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ 102 ଖଣ୍ଡ କାଠ ଆସି ପହଞ୍ଚିଛି । ଚଳିତ ବର୍ଷ ରଥ ନିର୍ମାଣ ପାଇଁ 812 ଖଣ୍ଡ କାଠର ଆବଶ୍ୟକତା ରହିଛି । 53 ଖଣ୍ଡ କାଠ ପୂର୍ବରୁ ବଳକା ଭାବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମହଜୁଦ ରହିଛି । ତେବେ ତିନି ରଥ ନିର୍ମାଣ ପାଇଁ ପ୍ରତିବର୍ଷ ମୋଟ 865 ଖଣ୍ଡ କାଠ ଦରକାର ହୋଇଥାଏ । ତେବେ ପ୍ରଥମ ପର୍ଯ୍ୟାୟରେ ଆସିଛି 50ଟି ଧଉରା ଓ 52 ଅସନ କାଠ । ଆଜି ସରସ୍ଵତୀ ପୂଜାରେ ରଥଖଳାରେ 3ଟି ଧଉରା କାଠ ପୂଜା ହେବ ।

ଏହା ମଧ୍ୟ ପଢନ୍ତୁ...ଆଇନ ମନ୍ତ୍ରୀଙ୍କ ସୂଚନା; ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର !

ଶ୍ରୀମନ୍ଦିର ପୁରୋହିତ, ଗଜପତିଙ୍କ ରାଜଗୁରୁ ଚଳିତ ବର୍ଷର ରଥକାଠ ଅନୁକୂଳ ପୂଜା କରିବେ । ପରେ ପର୍ଯ୍ୟାୟ କ୍ରମେ ରଥକାଠ ଆସିବ । ଆଗାମୀ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଗତ ଜାନୁଆରୀ 1 ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ନୟାଗଡ଼ ଦଶପଲ୍ଲା ଯାଇଥିଲେ । ସେଠାରେ ବଡରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ରଥ କାଠ ଚିହ୍ନଟ ହୋଇଥିଲା । ଭୋଇ ସର୍ଦ୍ଦାର ରବି ଭୋଇ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ରଥ ତତ୍ତ୍ଵବଧାରକ ସୁଦର୍ଶନ ମେକାପ ଏହି ଟିମରେ ରହି ଗଛ ଚିହ୍ନଟ କରିଥିଲେ । ସେପଟେ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ ଆସି ପହଞ୍ଚିବା ପରେ ବେଶ ଉତ୍ସାହିତ ହୋଇଛନ୍ତି ଭୋଇ ସେବକ । ଚଳିତ ବର୍ଷ ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ସେନେଇ ଭୋଇ ସର୍ଦ୍ଦାର ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.