ETV Bharat / state

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ତିନି ରଥର ଅଖ ଚକ ଡେରା ନୀତି ସମ୍ପନ୍ନ - Ratha Work Update

author img

By ETV Bharat Odisha Team

Published : May 29, 2024, 6:39 PM IST

Ratha Work Update: ପାଖେଇ ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ତେବେ ଆଜି ଭଉଁରୀ ତିଥିରେ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ରଥଖଳା ହାଲଚାଲ: ତିନି ରଥର ଅଖ ଚକ ଡେରା ନୀତି ସମ୍ପନ୍ନ
ରଥଖଳା ହାଲଚାଲ: ତିନି ରଥର ଅଖ ଚକ ଡେରା ନୀତି ସମ୍ପନ୍ନ (ETV Bharat Odisha)

ପୁରୀ: ଆସନ୍ତା ଜୁଲାଇ ୭ରେ ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ରଥଯାତ୍ରା ପାଇଁ ଏବେ ଠାରୁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଆଜି ଭଉଁରୀ ତିଥିରେ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ତେବେ ବିଧି ଅନୁଯାୟୀ ତିନି ରଥର ଛଅଟି ନାହାକ, ଚକ ସହ ତିନୋଟି ଅଖ ଡେରାଯାଇଛି । ପ୍ରଥମେ ତାଳଧ୍ବଜ ରଥର ଚକ ଅଖ ଯୋଖା ହୋଇଛି । ପରେ ନନ୍ଦିଘୋଷ ଶେଷରେ ଦର୍ପଦଳନ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଭୋଇ ସେବକମାନେ ଏହି ନୀତି କରିଛନ୍ତି ।

ଚକଅଖ ଡେରା ନୀତି ପାଇଁ ବିଶ୍ଵକର୍ମା ମହାରଣାମାନେ ୬ଟି ନାହାକ ଚକ ଓ ତିନୋଟି ଅଖ ପ୍ରସ୍ତୁତ କରିଥିଲେ । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ବଢିବା ପରେ ତିନି ବାଡର ପୂଜାପଣ୍ଡା ସେବକ ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାରେ ଆସି ପହଞ୍ଚିଥିଲେ । ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିଥିଲେ । ଆଜ୍ଞାମାଳ ପାଇବା ପରେ ତିନି ରଥରେ ଚକ-ଅଖ ଡେରା ଯାଇଛି ।

ସେପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଶ୍ରୀକ୍ଷେତ୍ରରେ ଶ୍ରୀରାମ କୃଷ୍ଣ ଓ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ସହ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ 21 ବାର ଚାପ କ୍ରୀଡା କରିବେ । ତେବେ ପବିତ୍ର ଭଉଁରି ତିଥିରେ ମହାପ୍ରଭୁଙ୍କ ରଥ ପାଇଁ ଚକ ଅଖ ଡେରା ବିଧିକୁ ଦେଖିବା ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥିଲା ।

ତେବେ ମହାପ୍ରଭୁଙ୍କର ଆଜି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ହୋଇଥିବାରୁ ନରେନ୍ଦ୍ର ପୁଷ୍କରିଣୀରେ ଏହି ଦୁର୍ଲ୍ଲଭ ଦୃଶ୍ୟ ତଥା ମହାପ୍ରଭୁଙ୍କ ଚାପ ଖେଳ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ତେବେ ଭକ୍ତଙ୍କ ଭିଡକୁ ଦେଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଭିଡ ନିୟନ୍ତ୍ରଣ ପାଈଁ ପୋଲିସ୍ ଅଧିକାରୀ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜିରୁ ଊର୍ଦ୍ଧ୍ବ ସୁନା

ପୁରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.