ETV Bharat / state

ପୁରୀରେ ରଥଟଣା ବେଳେ ଭକ୍ତଙ୍କ ମୃତ୍ୟୁ, ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ - Puri DEVOTEE DIES - PURI DEVOTEE DIES

Devotee Dies: ରଥଟଣା ବେଳେ ବଡ଼ ଧରଣ ଅଘଟଣ ଘଟିଛି । ପ୍ରବଳ ଭିଡରେ ଅଣନିଶ୍ବାସୀ ହୋଇ ଜଣେ ଭକ୍ତଙ୍କ ଜୀବନ ଯାଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Devotee Dies
Devotee Dies (ETV Bharat Odisha)
author img

By ETV Bharat Odisha Team

Published : Jul 7, 2024, 7:48 PM IST

Updated : Jul 7, 2024, 10:43 PM IST

ପୁରୀ: ରଥଟଣା ବେଳେ ବଡ଼ ଅଘଟଣ । ଠେଲାପେଲାରେ ଅନେକ ଆହତ ହୋଇଥିବାବେଳେ ଅଣନିଶ୍ବାସୀ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥଟଣାବେଳେ ହଠାତ ଠେଲାପେଲା ହୋଇଥିଲା । ଫଳରେ ଅନେକ ଲୋକ ତଳେ ପଡିଯାଇଥିଲେ । ତେବେ ଜଣେ ବ୍ୟକ୍ତି ଅଣ ନିଶ୍ୱାସୀ ହୋଇପଡ଼ିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ ବ୍ୟକ୍ତି ଜଣଙ୍କ ବଲାଙ୍ଗୀର ସଇଁତଳାର ଲଳିତ ବଗର୍ତ୍ତି ବୋଲି ଜଣାପଡିଛି । ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଆହତମାନଙ୍କୁ ବିନା ମୂଲ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Devotee Dies (ETV Bharat Odisha)

ଏଭଳି ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, "ଆସନ୍ତାକାଲି ରଥଟଣାରେ ଅଧିକ ସୁରକ୍ଷା ବ୍ୟବସ୍ଥା ହେବ ।" ଜଣେ ଭକ୍ତ ଅଣନିଃଶ୍ବାସୀ ହୋଇ ମୃତ୍ୟୁ ବରଣ କରିଥିବା ନେଇ ଖବର ପାଇବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ପୁରୀ ମେଡ଼ିକାଲ ଆସିଛନ୍ତି । ସେଠାରେ ସେ ଆହତଙ୍କୁ ଭେଟିଛନ୍ତି। ଚିକିତ୍ସା ସେବାରେ ଯେଭଳି ଅବହେଳା ନହୁଏ ସେନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ପ୍ରବଳ ଗୁଳୁଗୁଳି ଯୋଗୁ ଅନେକ ଭକ୍ତ ବେହୋସ ହୋଇଯାଇଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଆସନ୍ତାକାଲି ରଥଟଣାବେଳେ ଭକ୍ତଙ୍କ ସୁରକ୍ଷା ପାଇଁ ଆହୁରି ଅଧିକ ପଦକ୍ଷେପ ନିଆଯିବ।" ଏନେଇ ସେ ପୋଲିସ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ତେବେ ପୁରୀ ମେଡିକାଲରେ ଚିକିତ୍ସା ସେବା ବଢ଼ାଇବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଆଜି ପାଇଁ ସରିଲା ରଥଟଣା, କାଲି ନୀତିକାନ୍ତି ଶେଷ ପରେ ପୁଣି ଗଡ଼ିବ

ପ୍ରଶାସନ ପକ୍ଷରୁ ଭିଡ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହା ସତ୍ତ୍ବେ ପ୍ରବଳ ଭିଡ କାରଣରୁ ଦଳାଚକଟା ଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ସନ୍ଧ୍ୟା ହୋଇଯିବାରୁ ଅଧାରେ ଅଟକିଛି ରଥ । ଆଜି ପାଇଁ ରଥଟଣା ଶେଷ ହୋଇଛି । ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ କିଛି ଦୂର ଟଣାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାତ୍ର 2 ପାଦ ଆଗେଇ ସିଂହଦ୍ବାରରେ ହିଁ ଅଟକି ରହିଛି । ଆଜି ନିର୍ଦ୍ଧାରିତ ସମୟ ସନ୍ଧ୍ୟା 5ଟାରେ ରଥଟଣା ହୋଇଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ନୀତିକାନ୍ତି ଶେଷ ହେବା ପରେ ସକାଳେ ପୁଣି ରଥଟଣା ଆରମ୍ଭ ହେବ । ଚଳିତ ବର୍ଷ ବିରଳ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Jul 7, 2024, 10:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.