ETV Bharat / state

ଧର୍ମ-ଅର୍ଥ-କାମ-ମୋକ୍ଷର ଚାରିଦ୍ବାର; ଋଷିମୁନିଙ୍କ ପାଇଁ ଅଶ୍ବଦ୍ବାର, ଏହି ଦ୍ବାରରେ ଯାଆନ୍ତି ଦେବତା-ଭକ୍ତ - Srimandir Four Gates Significance

author img

By ETV Bharat Odisha Team

Published : Jun 28, 2024, 8:47 PM IST

Updated : Jun 29, 2024, 11:36 AM IST

Significance of four gates of Lord Jagannath temple: ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ମହୋଦଧି ତୀରେ ନୀଳାଚଳେ ରତ୍ନସିଂହାସନେ ବିରାଜିତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ରହିଛି ଚାରିଦ୍ବାର । ଆଉ ଏହିସବୁ ଦ୍ବାରର ରହିଛି ଭିନ୍ନ ଭିନ୍ନ ମାହାତ୍ମ୍ୟ । କେଉଁ ଦ୍ବାର ଦେଇ କିଏ ମନ୍ଦିରକୁ ଯିବେ, ସେନେଇ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଜାଣିବା ପାଇଁ ପଢନ୍ତୁ ଏନେଇ ସ୍ବତନ୍ତ୍ର ରିପୋର୍ଟ

ଧର୍ମ-ଅର୍ଥ-କାମ-ମୋକ୍ଷର ଚାରିଦ୍ବାର; ଋଷିମୁନିଙ୍କ ପାଇଁ ଅଶ୍ବଦ୍ବାର, ଏହି ଦ୍ବାରରେ ଯାଆନ୍ତି ଦେବତା-ଭକ୍ତ
ଧର୍ମ-ଅର୍ଥ-କାମ-ମୋକ୍ଷର ଚାରିଦ୍ବାର; ଋଷିମୁନିଙ୍କ ପାଇଁ ଅଶ୍ବଦ୍ବାର, ଏହି ଦ୍ବାରରେ ଯାଆନ୍ତି ଦେବତା-ଭକ୍ତ (ETV Bharat Odisha)

ପୁରୀ: ହିନ୍ଦୁଜାତିର ପବିତ୍ର ଚାରିଧାମ ମଧ୍ୟରେ ଶ୍ରେଷ୍ଠଧାମ ଶ୍ରୀକ୍ଷେତ୍ର । ଏହାର କ୍ଷେତ୍ରାଧିପତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ହୋଇଥିବାରୁ ଏହାକୁ ମର୍ତ୍ତ୍ୟ ବୈକୁଣ୍ଠପୁରୀ କହନ୍ତି । ମହାପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ । ରତ୍ନସିଂହାସନରେ ଅଖିଳ ବ୍ରହ୍ମାଣ୍ଡର ଅଧିଶ୍ବରଙ୍କ ଦର୍ଶନ କରି କୋଟି ପୂଣ୍ୟ ଲାଭ କରନ୍ତି । ଲୀଳାମୟ ମହାପ୍ରଭୁଙ୍କ ଲୀଳା ଖେଳା ଯେମିତି ବିଚିତ୍ର ତାଙ୍କର ଶ୍ରୀମନ୍ଦିରର ମାହାତ୍ମ୍ୟ ମଧ୍ୟ ଅନନ୍ୟ । ବାଇଶି ପାହାଚ ହେଉକି କୋଇଲି ବୈକୁଣ୍ଠ, ଶ୍ରୀମନ୍ଦିରର ପ୍ରତିଟି କୋଣ ଅନୁକୋଣର ରହିଛି ଭିନ୍ନ ମାହାତ୍ମ୍ୟ । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ରହିଛି ଚାରିଦ୍ଵାର । ଶ୍ରୀମନ୍ଦିର ପୂର୍ବ ଦ୍ଵାରକୁ ସିଂହଦ୍ୱାର, ଦକ୍ଷିଣ ଦ୍ଵାରକୁ ଅଶ୍ଵଦ୍ଵାର, ପଶ୍ଚିମ ଦ୍ଵାରକୁ ବ୍ୟାଘ୍ର ଦ୍ଵାର ଓ ଉତ୍ତର ଦ୍ଵାରକୁ ହସ୍ତୀଦ୍ଵାର କୁହାଯାଏ । ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ ଶ୍ରୀମନ୍ଦିର ଚାରିଦ୍ଵାର ହେଉଛି ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦ୍ଵାର । ଏଣୁ ନିଜର ଇଚ୍ଛା ଅନୁଯାୟୀ ଭକ୍ତ ଶ୍ରୀମନ୍ଦିରର ବିଭିନ୍ନ ଦ୍ଵାର ଦେଇ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବେଶ କରିଥାଏ ।

ଚାରିଦ୍ବାର ମାହାତ୍ମ୍ୟ (ETV Bharat Odisha)

ସିଂହଦ୍ବାରର ମାହାତ୍ମ୍ୟ:

ଶ୍ରୀମନ୍ଦିର ସିଂହଦ୍ବାରର ମାହାତ୍ମ୍ୟ
ଶ୍ରୀମନ୍ଦିର ସିଂହଦ୍ବାରର ମାହାତ୍ମ୍ୟ (ETV Bharat Odisha)

ଶ୍ରୀମନ୍ଦିର ସିଂହଦ୍ଵାର ହେଉଛି ଧର୍ମ ଦ୍ଵାର । ଏହି ଦ୍ଵାର ଦେଇ ଭକ୍ତମାନେ ମୁଖ୍ୟତଃ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଇଥାନ୍ତି । ସେହିପରି ଦେବସ୍ନାନ ମଣ୍ଡପରେ ଛେରା ପହଁରା ନୀତି ପାଇଁ ଗଜପତି ମହାରାଜା ଏହି ସିଂହଦ୍ବାର ଦେଇ ପ୍ରବେଶ କରିଥାନ୍ତି । ଗଜପତି ମହାରାଜାଙ୍କ ମହାରାଣୀଙ୍କ ଗହଣ ବିଜେ ମଧ୍ୟ ଏହି ସିଂହଦ୍ଵାର ଦେଇ ହୋଇଥାଏ । ମହାରାଣୀ ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଯାତ୍ରା କରନ୍ତି ଏହାକୁ ଗହଣ ବିଜେ କୁହାଯାଏ । ତେବେ ସିଂହଦ୍ଵାର ଧର୍ମର ଦ୍ବାର ହୋଇଥିବାରୁ ଭକ୍ତମାନେ ଏହି ଦ୍ବାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବେଶ କରନ୍ତି ।

ଅଶ୍ବଦ୍ବାରର ମାହାତ୍ମ୍ୟ:

ଶ୍ରୀମନ୍ଦିର ଅଶ୍ବଦ୍ବାରର ମାହାତ୍ମ୍ୟ
ଶ୍ରୀମନ୍ଦିର ଅଶ୍ବଦ୍ବାରର ମାହାତ୍ମ୍ୟ (ETV Bharat Odisha)

ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଅଶ୍ବଦ୍ବାର । ଏହାକୁ ଅର୍ଥ ଦ୍ଵାର କୁହାଯାଏ । ଏହି ଦ୍ଵାରର ଦୁଇ ପାର୍ଶ୍ଵରେ ଦୁଇଟି ଅଶ୍ୱ ଉପରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବସିଥିବାର ମୂର୍ତ୍ତି ରହିଛି । କିମ୍ବଦନ୍ତୀ ଅନୁଯାୟୀ, ଯେତେବେଳେ ଗଜପତି ପୁରୁଷୋତ୍ତମଦେବ କାଞ୍ଚିକୁ ଯୁଦ୍ଧ କରିବା ପାଇଁ ଯାଇଥିଲେ ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଘୋଡ଼ାରେ ଯାଇ ଯୁଦ୍ଧ ଲଢି ଗଜପତିଙ୍କୁ ଜିତାଇଥିଲେ । ଏହାର ସ୍ମାରକୀ ସ୍ୱରୂପ ଏହାକୁ ଅଶ୍ଵଦ୍ଵାର କୁହାଯାଏ । ତେବେ ଦକ୍ଷିଣ ଦ୍ଵାରକୁ ରାଜଦ୍ବାର ମଧ୍ୟ କୁହାଯାଏ । ଗଜପତି ମହାରାଜା ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଯାଆନ୍ତି ଏହି ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରନ୍ତି ।

ବ୍ୟାଘ୍ରଦ୍ଵାର ମାହାତ୍ମ୍ୟ:

ଶ୍ରୀମନ୍ଦିରର ପଶ୍ଚିମ ପଟେ ରହିଛି ବ୍ୟାଘ୍ର ଦ୍ଵାର । ଏହାକୁ କାମ ଦ୍ବାର କୁହାଯାଏ । ଏହି ଦ୍ଵାରର ଦୁଇ ପାର୍ଶ୍ଵ ରେ ଦୁଇଟି ବ୍ୟାଘ୍ର ମୂର୍ତ୍ତି ରହିଛି । ଋଷି ମୁନି, ସାଧକମାନେ ଏହି ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିବାର ବିଧି ରହିଛି।

ହସ୍ତୀ ଦ୍ବାର ମାହାତ୍ମ୍ୟ:

ଶ୍ରୀମନ୍ଦିର ହସ୍ତୀଦ୍ବାର ମାହାତ୍ମ୍ୟ
ଶ୍ରୀମନ୍ଦିର ହସ୍ତୀଦ୍ବାର ମାହାତ୍ମ୍ୟ (ETV Bharat Odisha)

ସେହିପରି ଶ୍ରୀମନ୍ଦିରର ଉତ୍ତର ପଟେ ରହିଛି ହସ୍ତୀ ଦ୍ବାର । ଉତ୍ତର ଦ୍ଵାରକୁ ମୋକ୍ଷ ଦ୍ଵାର ଏବଂ ଦେବଜାନ ମାର୍ଗ କୁହାଯାଏ । ଏହି ଉତ୍ତର ଦ୍ବାର ଦେଇ ଦେବତାମାନେ ଶ୍ରୀମନ୍ଦିରକୁ ଯାଇଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ମହାପ୍ରଭୁଙ୍କ ନବକଳେବରରେ ଚିହ୍ନଟ ହୋଇଥିବା ଦାରୁ ଏହି ଉତ୍ତର ଦେଇ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠକୁ ଅଣାଯାଏ ।

ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀମନ୍ଦିରକୁ ରହିଛି ଚାରିଟି ଦ୍ଵାର । ଭକ୍ତଟିଏ ଏହି ଚାରିଦ୍ଵାର ଦେଇ ମହାପ୍ରଭୁଙ୍କୁ ଦର୍ଶନ ପରେ ଅନୁଭବ କରିପାରେ ଶ୍ରୀମନ୍ଦିର ଚାରିଦ୍ଵାର କ'ଣ ରହିଛି ମାହାତ୍ମ୍ୟ । ଏହାକୁ କେବଳ ଅନୁଭବ କରିହୁଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 29, 2024, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.