ETV Bharat / state

ଶ୍ରୀଶ୍ରୀହରିବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା; ପହଞ୍ଚିଲା ନନ୍ଦିଘୋଷ, ଅଧାବାଟରେ ଦର୍ପଦଳନ - Bahuda Yatra 2024

author img

By ETV Bharat Odisha Team

Published : Jul 16, 2024, 10:38 PM IST

Shri Shri Hari Baladev Jew: ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଆରମ୍ଭ ହୋଇଛି । ମନ୍ଦିରରେ ପହଞ୍ଚିଛି ନନ୍ଦିଘୋଷ । ଅଧାବାଟରେ ଦର୍ପଦଳନ । କାଲି ଟଣାହେବ ତାଳଧ୍ବଜ । ଅଧିକ ପଢ଼ନ୍ତୁ

Bahuda Yatra
Bahuda Yatra (ETV Bharat Odisha)

ରାଇରଙ୍ଗପୁର: ବାରିପଦାରେ ଆଜି ଶ୍ରୀଶ୍ରୀହରିବଳଦେବଜୀଉ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ବାହୁଡା ଯାତ୍ରାର ପରେ 2 ଦିନ ଧରି ବାରିପଦା ଠାରେ ବାହୁଡା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଦିନରେ ମହାପ୍ରଭୁଙ୍କର ନନ୍ଦିଘୋଷ ଶ୍ରୀମନ୍ଦିରରେ ପହଞ୍ଚିଛି । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପୂର୍ବ ବର୍ଷମାନଙ୍କ ଭଳି ଟାଉନ ଥାନା ସମ୍ମୁଖରେ ପହଞ୍ଚିଛି ।

Bahuda Yatra (ETV Bharat Odisha)

ଗତକାଲି (ସୋମବାର) ପହଣ୍ଡି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାଋଢ଼ କରାଯାଇଥିଲା । ପରେ ରଥରେ ଦିଅଁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଆଜି (ମଙ୍ଗଳବାର) ସକାଳେ ସେହିପରି ରଥାଋଢ଼ ଦିଅଁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଥିଲା । ଅପରାହ୍ନରେ ସମସ୍ତ ନୀତି ସମ୍ପନ୍ନ ପରେ ଅପରାହ୍ନ ୩ଟାରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ରଥକୁ ଟାଣିଟାଣି ନେଇ ୪ଟା ୨୮ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ । ମହାପ୍ରଭୁଙ୍କ ରଥକୁ ଟାଣିବା ପାଇଁ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇଁ ପାଣି ସିଞ୍ଚନ ହୋଇଥିଲା ।

ମହାପ୍ରଭୁଙ୍କ ରଥ ଶ୍ରୀମନ୍ଦିର ପହଞ୍ଚିବା ପରେ ୪ଟା ୪୫ରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା । ପରମ୍ପରା ଅନୁଯାୟୀ, ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନଙ୍କ ଦ୍ୱାରା ଟଣାଯାଉ ଥିବାରୁ ରାଜ୍ୟ ବାହାରୁ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳା ସୁଭଦ୍ରାଙ୍କ ରଥକୁ ଶଙ୍ଖ ହୁଳୁହୁଳି ଓ ହରିବୋଲ ଧ୍ୱନି ଦେଇ ରଥକୁ ଟାଣି ସନ୍ଧ୍ୟା ୫ଟା ୫୦ମିନିଟରେ ଟାଉନ ଥାନା ସମ୍ମୁଖରେ ପହଞ୍ଚାଇଥିଲେ । ପ୍ରଥମ ଦିନ ବାହୁଡା ଯାତ୍ରା କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପୃଥକ ସ୍ଥାନରେ ଧାରାବିବରଣୀ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ବହୁ ଆଧ୍ୟାତ୍ମିକ ଜ୍ଞାନୀଗୁଣି ବିବରଣୀ ପ୍ରଦାନ କରିଥିଲେ । ରଥ ଉପରୁ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ ।

ଆସନ୍ତାକାଲି (ବୁଧବାର) ପ୍ରଥମେ ମହିଳାଙ୍କ ଦ୍ୱାରା ଅଧାବାଟରେ ଅଟକିଥିବା ଦେବୀ ସୁଭଦ୍ରାଙ୍କ ରଥ ଟଣା ଯାଇ ଶ୍ରୀମନ୍ଦିରରେ ପହଞ୍ଚାଇବା ପରେ ଆରମ୍ଭ ହେବ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା । ଉଭୟ ରଥ ଶ୍ରୀମନ୍ଦିର ପହଞ୍ଚିବା ପରେ ଲକ୍ଷ୍ମୀଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ଦିଅଁମାନେ ବିଜେ କରିବେ । ତେବେ ଆଜି ରଥଟଣା ସମୟରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ସାମିଲ ହୋଇ ରଥ ଟାଣିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମାଉସୀ ମା' ଘରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀ ଶ୍ରୀ ହରିବଳଦେବଜୀଉ - Bahuda Yatra 2024

ସେପଟେ ଭକ୍ତଙ୍କ ସମାଗମକୁ ଆଖିରେ ରଖି ଶାନ୍ତିଶୃଙ୍ଖଳା ରଖିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଏପରିକି ଖୋଦ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ପୂର୍ବାଞ୍ଚଳ ଆଇଜି ଦୀପକ କୁମାର ଏବଂ ପୁଲିସ ଆରକ୍ଷୀ ଅଧୀକ୍ଷିକା ଏସ ସୁଶ୍ରୀ ଉପସ୍ଥିତ ରହି ରଥଟଣାକୁ ତଦାରଖ କରିଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, ସଦର ଉପଜିଲ୍ଲାପାଳ, ୨ଜଣ ଅତିରିକ୍ତ ଏସପି, ୬ଜଣ ଡ଼ିଏସପି, ୧୫ଜଣ ଇନ୍ସିପେକ୍ଟର, ୯୦ଜଣ ସବଇନ୍ସିପେକ୍ଟର ଓ ସହକାରୀ ସବଇନ୍ସିପେକ୍ଟର ଏବଂ ୨୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଥିଲେ । ବଡ଼ଦାଣ୍ଡରେ ୧୬ଟି ସିସିଟିଭି ସୁରକ୍ଷା ପାଇଁ ଖଞ୍ଜାଯାଇଛି । ସହରର ସମସ୍ତ ପ୍ରବେଶ ଦ୍ୱାରରେ ଯାଞ୍ଚ ଶିବିରରେ ମୁତୟନ ପୁଲିସ ତଦାରଖ କରୁଛନ୍ତି । ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ବଡ଼ଦାଣ୍ଡ ପଟେ ଯାନବାହାନ ଚଳାଚଳକୁ ପରିବର୍ତ୍ତନ କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.