ETV Bharat / state

ସ୍ବାମୀ ନଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ମୋହନକୁ 10 ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ - Rairangpur Rape case

author img

By ETV Bharat Odisha Team

Published : Jul 24, 2024, 7:37 PM IST

RAIRANGPUR RAPE CASE: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ । ମୟୂରଭଞ୍ଜର ମୋହନକୁ ସଜ୍ଜା ଶୁଣାଇଲେ କୋର୍ଟ । ଜାଣନ୍ତୁ କିଏ ଏହି ମୋହନ ମାଝୀ ।

RAPE-ACCUSED SENTENCED TO LIFE TIME IMPRISONMENT IN MAYURBHANJ
RAPE-ACCUSED SENTENCED TO LIFE TIME IMPRISONMENT IN MAYURBHANJ (ETV Bharat Odisha)

ରାଇରଙ୍ଗପୁର: ଜନୈକା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଉକ୍ତ ଦୁଷ୍କର୍ମ ମାମଲାର ରାୟ ଶୁଣାଣି ହୋଇଛି । ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳର ମୋହନ ମାଝୀ ବୋଲି ଜଣାପଡିଛି । ରାୟ ପ୍ରକାଶ ପାଇବା ପରେ ଆସାମୀ ମୋହନକୁ ରାଇରଙ୍ଗପୁର ଉପ-କାରାଗାର ପଠାଇ ଦିଆଯାଇଛି । ଏହି ମାମଲାକୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟର ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ, ବିଶୋଇ ଥାନା ଅଞ୍ଚଳରେ ଜନୈକା ବିବାହିତା ମହିଳା ଏକୁଟିଆ ରହୁଥିଲେ । ତାଙ୍କର ସ୍ବାମୀ ପରିବାର ପ୍ରତିପୋଷଣ ପାଇଁ ଗୁଜୁରାଟକୁ ଦାଦନ ଭାବରେ କାମ କରିବାକୁ ଯାଇଥିଲେ । ଗତ ୧୦/୦୧/୨୦୨୩ ତାରିଖ ଦିନ ରାତିରେ ଉକ୍ତ ମହିଳା ଜଣକ କୌଣସି କାରଣ ପାଇଁ କବାଟ ଖୋଲି ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ମୋହନ ମାଝୀ (୩୨) ଘର ଭିତରକୁ ପଶି ତାଙ୍କ ଦୁଷ୍କର୍ମ କରିଥିଲା ।

ତେବେ ପୀଡିତା ମହିଳା ଜଣଙ୍କ ଏହି ଘଟଣାକୁ କାହାକୁ କହି ପାରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ବାମୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ମହିଳାଙ୍କ ସ୍ବାମୀ ଗୁଜୁରାଟରୁ ଘରକୁ ଆସି ଅଭିଯୁକ୍ତ ମୋହନ ବିରୋଧରେ ଗତ ୧୦/୨/୨୩ ଦିନ ବିଶୋଇ ଥାନାରେ ଲିଖିତ ଅଭିଯୁକ୍ତ କରିଥିଲେ । ଏହାକୁ ନେଇ ପୋଲିସ ୩୩/୨୩ ଏକ ମାମଲା ରୁଜୁ କରିବା ସହିତ ମୋହନକୁ ଗିରଫ କରି କୋର୍ଟ ଚାଲାଣ କରାଯାଥିଲା ।

ଏହା ମଧ୍ୟ ପଢନ୍ତୁ....IPS ଅଫିସର କହି ଇନଷ୍ଟାଗ୍ରାମରେ ବନ୍ଧୁତା, ପରେ ହୋଟେଲରେ ଦୁଷ୍କର୍ମ - Rape in name of IPS officer

ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଭି ସୁଜାତା ଉକ୍ତ ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ସମସ୍ତ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଆସାମୀ ମୋହନ ମାଝୀକୁ ଦୋଷୀ ସାବ୍ୟସ୍ତ କରି 10ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଆସାମୀଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.