ETV Bharat / state

ପ୍ରେମ ପରେ ପ୍ରତାରଣା ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ ପଣ୍ଡା, ପୁରୁଷ ବନ୍ଧୁଙ୍କ ନାଁରେ ଦେଲେ ଏତଲା - Rani Panda Alleges Cheating

Rani Panda Allegation Against Boyfriend: ପୁରୁଷ ବନ୍ଧୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଣୀ ପଣ୍ଡା । ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ଅଭିଯୋଗରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ରାଣୀ ପଣ୍ଡା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 12, 2024, 8:29 PM IST

Allegation Of Rani Panda
Allegation Of Rani Panda
Allegation Of Rani Panda

ଭୁବନେଶ୍ବର: ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ପ୍ରେମରେ ଧୋକା ଖାଇବା ପରେ ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି । ପୁରୁଷ ବନ୍ଧୁ ବିକ୍ରମ ବିକାଶ ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଣୀ ପଣ୍ଡା । ବିବାହର ପ୍ରତିଶ୍ରୁତି ଦେଇ ବିକ୍ରମ ତାଙ୍କୁ ଠକିଥିବା ସେ ଅଭିଯୋଗ କରିଛନ୍ତି । ବିବାହ ପ୍ରତିଶ୍ରୁତି ଓ ପରେ ପ୍ରତାରଣା ଅଭିଯୋଗରେ ଏତଲା ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଏନେଇ ସେ ପୂର୍ବରୁ ସୋସିଆଲ ମିଡିଆରେ ମଧ୍ୟ ଗତ କିଛି ଦିନ ହେବ ଭିଡିଓ ଜାରି କରି ଆସୁଥିଲେ । ଭିଡିଓ ମାଧ୍ୟମରେ ପୁରୁଷ ବନ୍ଧୁ ତାଙ୍କ ସହ ପ୍ରତାରଣ କରିଥିବା ନେଇ ଅଭିଯୋଗ ଆଣୁଥିଲେ ।

ଅଭିଯୋଗ ଅନୁସାରେ, ପୁରୁଷ ବନ୍ଧୁ ବିକ୍ରମଙ୍କ ସହ ୮ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ ରାଣୀ ପଣ୍ଡା । ବିବାହ କରିବେ ବୋଲି ପ୍ରତିଶୃତି ଦେଇ ଦୀର୍ଘ ଦିନ ସମ୍ପର୍କରେ ରହିଥିବାବେଳେ ପରେ ପରିବାର ସ୍ବୀକୃତି ନଥିବା କହି ବିବାହ ପାଇଁ ମନା କରିଥିଲେ । ଏହାକୁ ନେଇ ଆଜି ରାଣୀପଣ୍ଡା କ୍ୟାପିଟାଲ ପୋଲିସ ଷ୍ଟେସନରେ ମାମଲା ରୁଜୁ କରି ନ୍ୟାୟ ପାଇଁ ଦ୍ବାରସ୍ଥ ହୋଇଥିବା କହିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, "ବିକ୍ରମ ପ୍ରେମରେ ଖାଲି ପ୍ରତାରଣା ଦେଇନାହାନ୍ତି ବରଂ ବିଭିନ୍ନ ଉପାୟରେ ଧମକ ଦେଉଛନ୍ତି । ଜୀବନରୁ ମାରିଦେବାରୁ ଧମକ ବି ଦେଉଛନ୍ତି । କର୍ପୋରେଟର ଓ ବିଧାୟକଙ୍କ ସାଙ୍ଗସାଥୀ ବନ୍ଧୁ ପରିଜନ ସମସ୍ତଙ୍କ ମାଧ୍ୟମରେ ଧମକାଉଛନ୍ତି ।"

ଏହା ବି ପଢନ୍ତୁ...ପ୍ରେମ ପରେ ପ୍ରତାରଣା: ହକି ତାରକାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା ଭଲିବଲ ଖେଳାଳୀ, ଥାନାରେ ମାମଲା

ଏହା ବି ପଢନ୍ତୁ...ଜେଲ ଗଲେ ରସିକିଆ କନିଷ୍ଠ ଯନ୍ତ୍ରୀ, ଦୁଇ ଯୁବତୀଙ୍କ ସହ ପ୍ରେମ-ପ୍ରତାରଣା ଅଭିଯୋଗ

ତେବେ ବିକ୍ରମ ଭୁବନେଶ୍ୱରର ନୂଆଗାଁ ସାମନ୍ତରାପୁରର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ସେ ବିଭିନ୍ନ ଉପାୟରେ ଧମକାଉଥିବାରୁ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । କାରଣ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁଅ ହୋଇଥିବାରୁ ରାଣୀ ପଣ୍ଡାଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏହି ସବୁ ଘଟଣାରେ ମାନସିକ ସ୍ତରରେ ଭାଙ୍ଗି ପଡିଥିବା କହିଛନ୍ତି ରାଣୀ ପଣ୍ଡା । ତେଣୁ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.