ETV Bharat / state

ସୁଦୃଢ଼ ହେବ ଭାଇ-ଭଉଣୀ ସମ୍ପର୍କ; ଥାଳିରେ ରଖନ୍ତୁ ଏସବୁ ଜିନିଷ, କେଉଁ ସମୟରେ ବାନ୍ଧିବେ ରାକ୍ଷୀ ? କଣ କହୁଛନ୍ତି ଜ୍ୟୋତିଷ - Rakhi 2024 - RAKHI 2024

Rakhi 2024: ରାକ୍ଷୀ ବାନ୍ଧିବାର ଶୁଭ ସମୟ କେବେ । ରାକ୍ଷୀ ଥାଳି ସଜାଡ଼ିବା ବେଳେ କେଉଁ କେଉଁ ଜିନିଷ ରଖିବେ । ଶୁଣନ୍ତୁ ଜ୍ୟୋତିଷଙ୍କ ମୁହଁରୁ ।

Raksha Bandhan 2024
Raksha Bandhan 2024 (ETV Bharat Odisha)
author img

By ETV Bharat Odisha Team

Published : Aug 18, 2024, 10:39 PM IST

Updated : Aug 18, 2024, 10:51 PM IST

ଭୁବନେଶ୍ବର: ରାତି ପାହିଲେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ପବିତ୍ର ସଂପର୍କର ପ୍ରତୀକ ରକ୍ଷା ବନ୍ଧନ । ଭଉଣୀଟିଏ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ । ନିଜର ସୁରକ୍ଷା ପାଇଁ ଭାଇର ହାତରେ ସ୍ନେହର ଡୋରୀ ରାକ୍ଷୀ ବାନ୍ଧିଥାଏ ଭଉଣୀ । ଆଉ ଭଉଣୀକୁ ସବୁ ବିପଦ ଆପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥାଏ ଭାଇ । ଏହାସହ ସବୁ ପରିସ୍ଥିତିରେ ଭଉଣୀର ସାଥ ଦେବା ପାଇଁ ପଣ କରେ ଭାଇ । ସାଧାରଣ ଭାବେ ହିନ୍ଦୁ ଧର୍ମାବଲମ୍ବୀ ପରିବାରେ ଏହି ପ୍ରଥା ପାଳିତ ହୁଏ । ରାକ୍ଷୀ ବାନ୍ଧିବା ବେଳେ କିଛି ଜିନିଷକୁ ଧ୍ୟାନ ଦେବା ଉଚିତ । ନଚେତ ଏହା ଭାଇ ଭଉଣୀ ସମ୍ପର୍କରେ ନକରାତ୍ମକ ପ୍ରଭାବ ପକାଇଥାଏ । ସନାତନ ଧର୍ମରେ ରାକ୍ଷୀ ବାନ୍ଧିବା ଠାରୁ ନେଇ ରାକ୍ଷୀ ଥାଳିକୁ ସଜାଇବା ପର୍ଯ୍ୟନ୍ତ ଅନେକ ନିୟମ ବିସୟରେ କୁହାଯାଇଛି । ଯାହା ଭାଇ-ଭଉଣୀ ସମ୍ପର୍କକୁ ସୁଦୃଢ଼ କରିଥାଏ । ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଏହିଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ । ତେବେ ରାକ୍ଷୀ ବାନ୍ଧିବାର ଶୁଭ ସମୟ କେବେ ? ରାକ୍ଷୀ ପାଇଁ ସଜାଡ଼ିଥିବା ଥାଳିରେ କେଉଁ କେଉଁ ଜିନିଷ ସବୁ ରଖିବା ଆବଶ୍ୟକ ? ରାକ୍ଷୀର ସୁତା କେଉଁ ରଙ୍ଗର ହେବା ଉଚିତ ? ଆସନ୍ତୁ ଜାଣିବା..

Raksha Bandhan 2024 (ETV Bharat Odisha)

କେଉଁ ସମୟରେ ବାନ୍ଧିବେ ରାକ୍ଷୀ:

୧୯ ଅଗଷ୍ଟ ସୋମବାର ଦିନ ଭୋର ୩ଟା ୪ ମିନିଟରୁ ଶ୍ରାବଣ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ଏହା ରାତି ୧୧ଟା ୫୫ ମିନିଟ ପର୍ଯ୍ୟନ୍ତ ରହିବ । ଭୃଗୁ ଜ୍ୟୋତିଷ ଶ୍ରୀଧର ଆଚାର୍ଯ୍ୟଙ୍କ କହିବା ଅନୁସାରେ, "ଉତ୍କଳୀୟ ଶ୍ରୀଜଗନ୍ନାଥ ପରମ୍ପରାରେ ରକ୍ଷାବନ୍ଧନ ଦିନ ଶୀମନ୍ଦିରରେ ଜଗନ୍ନାଥଙ୍କୁ ସୁବର୍ଣ୍ଣ ରାକ୍ଷୀ ଲାଗି ହେବାର ଏକ ପରମ୍ପରା ରହିଛି । ଜଗନ୍ନାଥ ରାକ୍ଷୀ ବାନ୍ଧିବା ପରେ ଉତ୍କଳରେ ସମସ୍ତେ ରାକ୍ଷୀ ବାନ୍ଧିଥାନ୍ତି । ପୂର୍ବାହ୍ନ 10ଟା 34 ମିନିଟ ଠାରୁ ମଧ୍ୟହ୍ନ 01ଟା 03 ମିନିଟ ମଧ୍ୟରେ ଜଗନ୍ନାଥଙ୍କ ରାକ୍ଷୀଲାଗି ନୀତି ସମ୍ପର୍ଣ୍ଣ ହେବ । ଏହି ସମୟରେ ଓଡ଼ିଶାରେ ଭାଉଣୀମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ସର୍ବକୃଷ୍ଟ ହେବ । ପୂର୍ଣ୍ଣମୀର ଏହି ସମୟରେ ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ହେବ ।"

Raksha Bandhan 2024
Raksha Bandhan 2024 (Getty)

ରାକ୍ଷୀ ଥାଳିରେ କେଉଁ ଜିନିଷ ରଖିବେ:

ତେବେ ଭଉଣୀମାନେ ରାକ୍ଷୀ ଥାଳି ସଜାଡ଼ିବା ସମୟରେ ଥାଳିରେ ସିନ୍ଦୁର, ଚନ୍ଦନ, ଅରୁଆ ଚାଉଳ, ଦୀପ, ମିଠା ଓ ଦହି ରଖିବା ଉଚିତ । ଏହାସହ ରାକ୍ଷୀ ଥାଳିରେ ନଡ଼ିଆ ଉପରେ ଏକ କଏନ (ମୁଦ୍ରା) ରଖିବା ଶୁଭ ହୋଇଥାଏ । ଥାଳିରେ ମିଠା ବ୍ୟତୀତ ଗୁଡ଼ ମଧ୍ୟ ରଖିବା ଅନ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

Raksha Bandhan 2024
Raksha Bandhan 2024 (Getty)

ଏହା ମଧ୍ୟ ପଢ଼ନ୍ତୁ...ରାକ୍ଷୀରେ ଝଲସୁଛି ସମ୍ବଲପୁରୀ କଳା ସଂସ୍କୃତିର ଝଲକ, ଯୁବତୀଙ୍କୁ କରିଛି ଲକ୍ଷପତି - Sambalpuri Rakhi

ରାକ୍ଷୀ ସୁତା କେଉଁ ରଙ୍ଗର ହେବା ଉଚିତ :

Raksha Bandhan 2024
Raksha Bandhan 2024 (Getty)

ତେବେ ଭାଇ ହାତରେ ବାନ୍ଧୁଥିବା ରକ୍ଷୀ ସୁତାର ରଙ୍ଗ ଲାଲ, ହଳଦିଆ କିମ୍ବା ଧଳା ରଙ୍ଗର ହେବା ଉଚିତ । ଏହି ରଙ୍ଗ ବ୍ୟତୀତ ଅନ୍ୟ କୌଣସି ରଙ୍ଗର ସୁତା ବାନ୍ଧିବା ଅନୁଚିତ । ଯଦି ରାକ୍ଷୀ ଉପରେ ଚନ୍ଦନ ଲଗାଯାଇ ଭାଇ ହାତରେ ବନ୍ଧାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

Last Updated : Aug 18, 2024, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.