ETV Bharat / state

ସୀମାରେ ଶତ୍ରୁ ଜଗିଛି ଯବାନ ଭାଇ; ଓଡ଼ିଶାରୁ ସ୍ନେହର ରାକ୍ଷୀ ପଠାଇଲେ ଅନାଥ ଆଶ୍ରମ ଭଉଣୀ - Rakhi gift to jawans

author img

By ETV Bharat Odisha Team

Published : Aug 13, 2024, 1:49 PM IST

Orphanage children send rakhi to soldiers: ସୀମାରେ ଶତ୍ରୁ ଜଗିଥିବା ବୀର ଯବାନଙ୍କ ପାଇଁ ଯାଜପୁରରୁ ଗଲା ରାକ୍ଷୀ । ଯବାନ ଭାଇର ସୁରକ୍ଷା କାମନା କରି ସ୍ନେହରେ ରାକ୍ଷୀ ପଠାଇଲେ ଅନାଥ ଆଶ୍ରମ ପିଲା । ଅଧିକ ପଢନ୍ତୁ

ସୀମାରେ ଶତ୍ରୁ ଜଗିଛି ଯବାନ ଭାଇ; ଓଡ଼ିଶାରୁ ସ୍ନେହର ରାକ୍ଷୀ ପଠାଇଲେ ଅନାଥ ଆଶ୍ରମ ଭଉଣୀ
ସୀମାରେ ଶତ୍ରୁ ଜଗିଛି ଯବାନ ଭାଇ; ଓଡ଼ିଶାରୁ ସ୍ନେହର ରାକ୍ଷୀ ପଠାଇଲେ ଅନାଥ ଆଶ୍ରମ ଭଉଣୀ (ETV Bharat Odisha)

ଯାଜପୁର: ଦିନ କେଇଟା ପରେ ଭାଇ-ଭଉଣୀର ଅତୁଟ ବନ୍ଧନର ପର୍ବ ପବିତ୍ର ରକ୍ଷାବନ୍ଧନ l ଏହି ଦିନକୁ ପ୍ରତ୍ୟେକ ଭାଇ ଅନେଇ ବସିଥାଏ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ପାଇଁ l କୁହାଯାଏ, ରାକ୍ଷୀ ବାନ୍ଧିଲେ ଭାଇ ନିଜ ଭଉଣୀର ଆଜୀବନ ସୁରକ୍ଷା ଜିମା ନେଇଥାଏ l ସେଥିପାଇଁ ପ୍ରତ୍ୟେକ ବର୍ଷ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଅର୍ଥାତ ଗହ୍ମାପୂର୍ଣ୍ଣିମା ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇଥାଏ l ଅଗଷ୍ଟ ୧୯ ଅର୍ଥାତ୍ ଆସନ୍ତା ସୋମବାର ଦିନ ଏହି ରାକ୍ଷୀପୂର୍ଣ୍ଣିମା ପଡୁଥିବାରୁ ଭଉଣୀମାନେ ଏହି ପର୍ବକୁ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି l ଆଉ ଏଥିରୁ ପଛରେ ପଡ଼ିନାହାନ୍ତି ଯାଜପୁର ଜିଲ୍ଲା ଦାନଗଦି ନୂଆଗାଁ ସ୍ଥିତ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ଆଶ୍ରମର ଅସହାୟ ଝିଅମାନେ l ନିଜ ଭାଇ ନଥିଲା କ'ଣ ହେଲା, ଖରା ବର୍ଷା ସହି ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ବୀର ଯବାନ ଭାଇମାନଙ୍କ ପାଇଁ ରାତିଦିନ ଏକ କରି ନିଜ ହାତରେ ରାକ୍ଷୀ ତିଆରି କରି ପୋଷ୍ଟାଲ ମାଧ୍ୟମରେ ପଠାଇଛନ୍ତି l

ଯାଜପୁରରୁ ଯବାନଙ୍କ ପାଇଁ ଗଲା ରାକ୍ଷୀ:

ଦାନଗଦି ବ୍ଲକ ନୂଆଗାଁରେ ଆଜକୁ ଅନେକ ବର୍ଷ ହେବ ରହିଛି ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ଆଶ୍ରମ l ଏହି ଆଶ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହେରୁ ଊର୍ଦ୍ଧ୍ବ ଅସହାୟ ଝିଅମାନେ ରହି ପାଠପଢା ସାଙ୍ଗକୁ ବିଭିନ୍ନ କାର୍ଯ୍ୟ କରୁଛନ୍ତି l ଏହି ଅସହାୟମାନଙ୍କର ନା ଅଛନ୍ତି ବାପାମାଆ ନା ଅଛନ୍ତି ଭାଇ l ତେଣୁ ବୀର ଯବାନମାନଙ୍କୁ ନିଜର ଭାଇ ବୋଲି ଭାବି ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ପଠାଇଛନ୍ତି । ସେମାନେ ନିଜ ହାତରେ ଭଳିକି ଭଳି ଏହି ଆକର୍ଷଣୀୟ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଆଶ୍ରମ କର୍ମଚାରୀଙ୍କ ସହାୟତାରେ ନିଜ ହାତରେ ରାକ୍ଷୀ ତିଆରି କରିବା ପାଇଁ ବିଭିନ୍ନ ସରଞ୍ଜାମ ମାର୍କେଟରୁ ଆଣି ପ୍ରସ୍ତୁତି ଆରମ୍ଭ କରିଥିଲେ l ମାର୍କେଟରୁ କଲର କାଗଜ, ଅଠା, ତୁଳି, ରଙ୍ଗବେରଙ୍ଗର ଜରି ଆଣି ୟୁଟ୍ୟୁବରୁ ଭିଡିଓ ଦେଖି ନିଜ ହାତରେ ରାକ୍ଷୀ ତିଆରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଷ୍ଟ୍ରପତିଙ୍କ ଜିଲ୍ଲାରୁ ପଠାଗଲା ରାକ୍ଷୀ - Rakhi for PM Modi

ଆଶ୍ରମ ସଦସ୍ୟା ଅଞ୍ଜନା ମହାନ୍ତି କହିଛନ୍ତି, ''ଯବାନ ଭାଇମାନେ ସୀମାରେ ରହି ଦେଶକୁ ସୁରକ୍ଷା ଦେଉଛନ୍ତି । ତେଣୁ ସେମାନଙ୍କର ମଙ୍ଗଳ ପାଇଁ ଆମେ ଅତି ସ୍ନେହରେ ରାକ୍ଷୀ ତିଆରି କରି ପଠାଇଛୁ l'' କେବଳ ଏ ବର୍ଷ ନୁହେଁ, ବିଗତ ୪ ବର୍ଷ ହେଲା ଆଶ୍ରମର ଝିଅମାନେ ଦେଶର ଯବାନଙ୍କ ପାଇଁ ରାକ୍ଷୀ ପଠାଇଆସୁଛନ୍ତି । ଏହି ରାକ୍ଷୀ ପଠାଇ ନିଜର ଖୁସିବ୍ୟକ୍ତ କରିଛନ୍ତି ଆଶ୍ରମରେ ରହୁଥିବା ଝିଅ ସୀମା ମଲ୍ଲିକ l

ପୋଷ୍ଟାଲରେ ୧ ହଜାର ରାକ୍ଷୀ ପଠାଇଲେ ଅନାଥ ଆଶ୍ରମ ପିଲା:

ଚଳିତ ବର୍ଷ ଏହି ଅନାଥ ଝିଅମାନେ ନିଜ ହାତରେ ୧ ହଜାର ରାକ୍ଷୀ ତା' ସାଙ୍ଗକୁ ଶହେ ପୋଷ୍ଟ କାର୍ଡରେ ଯବାବମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି l ସେମାନେ ଏକ ବଡ଼ କାଗଜ ପେଟିରେ Rakhi for Soldiers ଲେଖି Army Soldiers C/099 APO or 56 APO ଠିକଣାରେ ପଠାଇଛନ୍ତି l ଏହି ରାକ୍ଷୀ ନିର୍ମାଣ ପାଇଁ ୧୫ରୁ ୨୦ ଦିନ ଲାଗିଥିଲା l ତେବେ ନିଜର ଭାଇ ନଥିବାବେଳେ ବୀର ଯବାନ ଭାଇମାନଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଆଶ୍ରମର ସୁଚିସ୍ମିତା ମହାନ୍ତ l ଯବାନଙ୍କ ପ୍ରତି ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ଆଶ୍ରମର ଝିଅମାନଙ୍କ ଏପରି ସ୍ନେହ ଶ୍ରଦ୍ଧାକୁ ଜିଲ୍ଲାରେ ପ୍ରଶଂସା କରାଯାଉଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.