ETV Bharat / state

ନିଆରା ସେଲିବ୍ରେସନ, କେଉଁଠି ଦିବ୍ୟାଙ୍ଗ ବାନ୍ଧିଲେ ରାକ୍ଷୀ ତ ଆଉ କେଉଁଠି ଚାରା ବଣ୍ଟନ... - RAKHI UNIQUE CELEBRATION

author img

By ETV Bharat Odisha Team

Published : Aug 19, 2024, 8:29 PM IST

Unique Rakhi Celebration: ବିଭିନ୍ନ ସ୍ଥାନରେ କିପରି ନିଆରା ଢଙ୍ଗରେ ପାଳନ ହୋଇଛି ରାକ୍ଷୀ ପୂର୍ଣ୍ଣିମା । କେଉଁଠି ଦିବ୍ୟାଙ୍ଗ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି ତ ଆଉ କେଉଁଠି ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ସେହିପରି ପୋଷ୍ଟମର୍ଟମରେ ବ୍ୟସ୍ତ ରହୁଥିବା କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସମାଜସେବୀ । ଏମିତି ନିଆରା ସେଲିବ୍ରେସନକୁ ନେଇ ପଢନ୍ତୁ ଏହି ଖବର ।

Unique Celebration
Unique Celebration (ETV Bharat Odisha)

ରାଉରକେଲା/କଟକ/ଭୁବନେଶ୍ବର/ବୌଦ୍ଧ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଛି ଭଉଣୀ । ଆସନ୍ତୁ ବିଭିନ୍ନ ସ୍ଥାନରେ କିପରି ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇଛି ତାହା ଉପରେ ନଜର ପକାଇବା ।

Unique Celebration (ETV Bharat Odisha)

ରାକ୍ଷୀ ବାନ୍ଧିଲେ ଦିବ୍ୟାଙ୍ଗ:

ରାଉରକେଲା ସହରର ଅଶାଦୀପ ଭିନ୍ନକ୍ଷମ ସ୍କୁଲରେ ପାଳନ ହୋଇଛି ପବିତ୍ର ରକ୍ଷା ବନ୍ଧନ । ନିଜ ନିଜ ଭିତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ନିଜ ଦିବ୍ୟାଙ୍କ ଭାଇଙ୍କ ଶୁଭ ମନାସିଛନ୍ତି ଦିବ୍ୟାଙ୍ଗ ଭଉଣୀ । ଭିନ୍ନକ୍ଷମ ହୋଇଥିବାରୁ ହୁଏତ ରାକ୍ଷୀ ଠିକ ଭାବେ ବାନ୍ଧି ପାରୁନଥିଲେ ବି ସେମାନଙ୍କ ମଧ୍ୟରେ ରହିଛି ଖୁବ ଉତ୍କଣ୍ଠା । ଏଠାରେ ସ୍ନେହ, ପ୍ରେମ ଓ ଏକତାର ଭାବ ଦେଖିବାକୁ ମିଳିଛି । ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ଏହି ଉତ୍ସବକୁ ନେଇ ବେଶ ଖୁସି ଥିବା କହିଛନ୍ତି ।

Unique Celebration (ETV Bharat Odisha)

SCBରେ ନିଆରା ରକ୍ଷା ବନ୍ଧନ:

ମୃତଦେହ ବୋହିବା ଓ ପୋଷ୍ଟମୋର୍ଟମ ସରିବା ପରେ ତାକୁ ପ୍ୟାକ୍ କରି ଆମ୍ବୁଲାନ୍ସରେ ରଖିବା ହେଉଛି ବ୍ୟବଚ୍ଛେଦ ରୁମ ପାଇଁ ନିୟୋଜିତ କର୍ମଚାରୀର କାମ । ସେମାନଙ୍କ ପକ୍ଷେ ପରିବାର ପାଇଁ ସ୍ୱଳ୍ପ ସମୟ ମିଳିଥାଏ । ତେବେ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ନିଜ ପରିବାର ଓ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ହୁଏତ ତାଙ୍କ ପାଇଁ ସ୍ୱପ୍ନ । କିନ୍ତୁ ଏହି ସ୍ୱପ୍ନକୁ ସାକାର କରିଛନ୍ତି କଟକର ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି । ସଂଗଠନର ସମସ୍ତ ଝିଅ ଓ ମହିଳାମାନେ ରୀତିନୀତି ଅନୁସାୟୀ SCB ପୋଷ୍ଟମର୍ଟମ ଓ ସଫେଇ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି ।

'ବଢିବ ଛୁଆ ବଢିବ ଗଛ'

Unique Celebration
Unique Celebration (ETV Bharat Odisha)

'ବଢିବ ଛୁଆ ବଢିବ ଗଛ' ଏଭଳି ନିଆରା ଚିନ୍ତାଧାରାକୁ ନେଇ ରକ୍ଷା ବନ୍ଧନରେ ନବଜାତ ଶିଶୁଙ୍କ ମାଆଙ୍କୁ ଗଛ ଉପହାର। ପରିବେଶ ସୁରକ୍ଷା ଓ ଜଙ୍ଗଲ ସୃଷ୍ଟିର ଲକ୍ଷ ନେଇ ନବଜାତ ଶିଶୁଙ୍କ ମାଆଙ୍କୁ ବୃକ୍ଷ ଉପହାର ଦେଇଛି କ୍ୟାପିଟାଲ ହସ୍ପିଟାଲ । ବକୁଳ ଫାଉଣ୍ଡେସନର ସହ ବନ୍ଧିତାରେ କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲ ଏକ ବର୍ଷ ପର୍ଯ୍ୟନ୍ତ ମାଆ ମାନଙ୍କୁ ଗଛ ଉପହାର ଦେବ । ବକୁଳ ଫାଉଣ୍ଡେସନ ପକ୍ଷରୁ ଟ୍ୱିନ ଟ୍ରି କ୍ୟାମ୍ପିଂ ସହ ଆନୁକୂଲ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଏହି ଗଛ ପ୍ରଦାନ କରାଯିବ । ଯେତେବେଳେ ଶିଶୁ ଓ ତାର ମା' ଡିସଚାର୍ଜ ହୋଇ ଘରକୁ ଯିବେ ସେତେବେଳେ ତାଙ୍କୁ ଗୋଟିଏ ଗଛ ପ୍ରଦାନ କରାଯିବ ।

Unique Celebration (ETV Bharat Odisha)

ରାକ୍ଷୀ ପୂର୍ଣ୍ଣିମାରେ ଗଛ ଉପହାର:

ଏହି ନିଆରା ଉପହାରକୁ ନେଇ ମାଆମାନେ ବେଶ ଖୁସି ବ୍ୟକ୍ତ କରି କହିଛନ୍ତି, "ଆମ ଛୁଆଙ୍କ ପରି ଗଛର ମଧ୍ୟ ଯତ୍ନ ନେବୁ, ଯାହାଦ୍ୱାରା ଗଛ ବି ଆମ ସନ୍ତାନ ପରି ଆମକୁ ରକ୍ଷା କରିବ ।" ସେହିପରି ଏହି ଉପହାର ପ୍ରଦାନକୁ ନେଇ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ସସ୍ମିତା ବେହୁରିଆ କହିଛନ୍ତି, "ଏହା ଏକ ସୁନ୍ଦର ପ୍ରୟାସ । ଯାହାଦ୍ୱାରା ହସ୍ପିଟାଲର ସମସ୍ତ ଗର୍ଭବତୀ ମହିଳାମାନେ ଘରକୁ ଯିବାବେଳେ ଏକ ଗଛ ଉପହାର ନେଇପାରିବେ । ଏହି ପ୍ରୟାସ ଯୋଗୁ କିଛିଦିନ ପରେ ଗଛ ବଡ ହୋଇ ଆମ ପରିବେଶକୁ ସରସ ସୁନ୍ଦର ଓ ସୁସ୍ଥ କରିପାରିବ ।" ସେହିପରି ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି, "ଗଛ ସହ ମଣିଷର ସମ୍ପର୍କକୁ ନିବିଡ କରିବା ସହ ସବୁଜ ପରିବେଶ ଗଠନର ସହାୟକ ପାଇଁ ମାଆମାନଙ୍କୁ ଏହି ଉପହାର ଦିଆଯାଇଛି । ଭବିଷ୍ୟତରେ ଏହି ଗଛ ହିଁ ତାଙ୍କର ଭାଇ ବା ବନ୍ଧୁ ସାଜି ରକ୍ଷା କରିବ।"

ଏହା ବି ପଢନ୍ତୁ...ରାକ୍ଷୀରେ ରାଜ୍ୟର ମହିଳାଙ୍କୁ ମୋହନଙ୍କ ପ୍ରତିଶ୍ରୁତି, ସବୁ ସୁଭଦ୍ରାଙ୍କ ସୁରକ୍ଷା ଦାୟିତ୍ବ ମୋର - CM On Rakhi Purnima

ଆକର୍ଷଣ ସାଜିଲା ତୁଳା ରାକ୍ଷୀ:

Unique Celebration (ETV Bharat Odisha)

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ବଳଦେବ ଜୀଉଙ୍କୁ ସେବାୟତ ତଥା ଶ୍ରଦ୍ଧାଳୁମାନେ ରାକ୍ଷୀ ବାନ୍ଧିଛନ୍ତି । ପାଟ ସୂତା ଓ ତୁଳାରେ ନିର୍ମିତ ସ୍ବତନ୍ତ୍ର ରାକ୍ଷୀ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଥିଲା । ସହରରେ ବିରାଜିତ ଶ୍ରୀଜଗନ୍ନାଥ ମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ନାମ ସଂକୀର୍ତ୍ତନ ରାମ ଚରିତ ମାନସ ପାଠ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେପଟେ ଜିଲ୍ଲାର କୁଷ୍ଠା ସଂପ୍ରଦାୟର ଅଧିବାସୀଙ୍କ ଦ୍ବାରା ପାଟ ସୂତା ଓ ତୁଳାରେ ନିର୍ମିତ ସ୍ବତନ୍ତ୍ର ରାକ୍ଷୀର ବେଶ ଚାହିଦା ଦେଖିବାକୁ ମିଳିଥିଲା । ଠାକୁରଙ୍କୁ ଏହି ସ୍ବତନ୍ତ୍ର ତୁଳା ରାକ୍ଷୀ ଲାଗି ହେବା ସହିତ ମଣିଷ ଏପରିକି ଗାଈଗୋରୁଙ୍କୁ ମଧ୍ୟ ଏହି ସ୍ବତନ୍ତ୍ର ତୁଳା ରାକ୍ଷୀ ବନ୍ଧାଯାଇଛି । ଅନ୍ୟପଟେ ଏହି ଅବସରରେ ଗମ୍ଭା ଡିଆଁ ପ୍ରତିଯୋଗିତା ବେଶ ଆକର୍ଷଣୀୟ ହୋଇଥିଲା ।

ଇଟିଭି ଭାରତ, ରାଉରକେଲା/କଟକ/ଭୁବନେଶ୍ବର/ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.