ETV Bharat / state

ଛୁଟିରେ ଗଲେ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଦାୟିତ୍ୱରେ ରହିବେ ରାଜେଶ

author img

By ETV Bharat Odisha Team

Published : Feb 24, 2024, 2:09 PM IST

Rajesh Pravakar Patil BMC Commissioner: ଅଚାନକ ଛୁଟିରେ ଗଲେ ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । ରାଜେଶ ପ୍ରଭାକର ପାଟିଲଙ୍କୁ ମିଳିଲା ଦାୟିତ୍ବ । ଅଧିକ ପଢନ୍ତୁ

ବିଏମସି କମିଶନର ଦାଇତ୍ୱରେ ରହିବେ ରାଜେଶ
Rajesh Pravakar Patil BMC Commissioner

ଭୁବନେଶ୍ବର: ବଦଳିଲେ ବିଏମସି କମିଶନର । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯାଇଥିବା ବେଳେ ତାଙ୍କ ସ୍ଥାନରେ ସମବାୟ ବିଭାଗର କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛଡନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକପ୍ରତିନିଧିଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରି ବିବାଦୀୟ ଓ ଏହା ପରେ ବିଏମସି କମିଶନର ହଠାତ୍‌ ଛୁଟିରେ ଯିବାକୁ ନେଇ ଚର୍ଚ୍ଚା ଜୋରଦାର ଆରମ୍ଭ ହୋଇଛି ।

ମେୟର, ଡେପୁଟି ମେୟର, କର୍ପୋରେଟଙ୍କ ସିଟିଂ ଫିକୁ ନେଇ ବିବାଦୀୟ ହୋଇଥିବା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯାଇଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ହସ୍ତାକ୍ଷର ଯୁକ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ମାସେ ଛୁଟିରେ ଯିବା ପାଇଁ ସରକାରଙ୍କୁ ଅନୁମତି ମାଗିଥିଲେ । ୨୩ ତାରିଖ ଅର୍ଥାତ ଶୁକ୍ରବାର ଠାରୁ ସେ ଛୁଟିରେ ଯିବାକୁ ଅନୁମତି ମାଗିଥିଲେ । ସରକାରଙ୍କ ପକ୍ଷରୁ ୨୦୧୩ ବ୍ୟାଚର ଏହି ଅଫିସରଙ୍କୁ ଛୁଟିରେ ଯିବାକୁ ସରକାର ଅନୁମତି ଦେଇଛନ୍ତି । ବିଜୟଙ୍କ ଛୁଟି ଅନୁମୋଦନ ହେବା ପରେ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ରାଜେଶ ପ୍ରଭାକର ପାଟିଲ । ୨୦୦୫ ବ୍ୟାଚର ରାଜେଶ ବର୍ତ୍ତମାନ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ନିଜ ମୂଳ ଦାୟିତ୍ୱ ସହ ରାଜେଶ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।

ଏହା ମଧ୍ୟ ପଢନ୍ତୁ: ସିଟିଂ ଫି ବୃଦ୍ଧି ହୋଇଛି କହିଲେ ବିଏମସି କମିଶନର, ଭୁଲ ସୂଚନା କହି ପରେ ମାଗିଲେ କ୍ଷମା

କାହିଁକି ଛୁଟିରେ ଗଲେ ବିଏମସି କମିଶନର ?

ସୂଚନା ଅନୁସାରେ, ଗତକାଲି ମେୟର, ଡେପୁଟି ମେୟର ଓ କର୍ପୋରେଟର ମାନଙ୍କ ସିଟିଂ ଫି ବୃଦ୍ଧି ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମରେ କହିଥିଲେ କମିଶନର ବିଜୟ ଅମୃତ କୁଲାଙ୍ଗେ । ଲୋକ ପ୍ରତିନିଧି ମାନେ ୱାର୍ଡରେ ଲୋକଙ୍କ ସହ ବୁଲି କାମ କରୁଛନ୍ତି । ତେଣୁ ତାଙ୍କ ପାଇଁ ଏହି ସିଟିଂ ଫି ସହାୟକ ହେବ ସେ କହିଥିଲେ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସିଟିଂ ଫି ବୃଦ୍ଧି ଲୋକପ୍ରତିନିଧିଙ୍କୁ ସଠିକ ଭାବେ କାମ କରିବା ପାଇଁ ଉତ୍ସାହିତ କରିବ ବୋଲି ସେ କହିଥିଲେ । ଏମିତି କି ବର୍ଦ୍ଧିତ ସିଟିଂ ଫି ବାବଦରେ ଘୋଷଣା ମଧ୍ୟ କରିଦେଇଥିଲେ । ସିଟିଂ ଫି ବାବଦରେ ୭ ଶହ ଟଙ୍କା ପାଉଥିବା କର୍ପୋରେଟରମାନେ ୧୦ ହଜାର, ମେୟରଙ୍କୁ ୫୦ ହଜାର ଓ ଡେପୁଟି ମେୟରଙ୍କୁ ୨୫ ହଜାର ଟଙ୍କା ମିଳିବ ବୋଲି କର୍ପୋରେସନ ବୈଠକରେ ବିଏମସି କମିଶନର କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୃଥକ ଅଳିଆ ନଦେଲେ ନିଆଯିବ କଡା ଆକ୍ସନ: ବିଏମସି କମିଶନର

ବିଏମସି କମିଶନରଙ୍କ ଘୋଷଣା ପରେ ରାଜନୈତିକ ଓ ପ୍ରଶାସନିକ ହଟଚମଟ ସୃଷ୍ଟି ହୋଇଥିଲା । ମହାନଗରର ନିଗମର ଜନ ପ୍ରତିନିଧିଙ୍କ ପାରିଶ୍ରମିକ ବାବଦରେ କମିଶନରଙ୍କ ଘୋଷଣା ପାୱାର କରିଡରର ଟେନସନକୁ ବୃଦ୍ଧି କରିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତୁରନ୍ତ ଏଥିରେ ହସ୍ତକ୍ଷେପ କରିଥିଲା । ଉଭୟ ଭୁବନେଶ୍ୱର କମିଶନର ଓ ମେୟରଙ୍କୁ ଲୋକସେବା ଭବନକୁ ଡକରା ହୋଇଥିଲା । ରାଜ୍ୟ ସରକାର ସ୍ପଷ୍ଟୀକରଣରେ କୁହାଯାଇଥିଲା ଯେ, ମେୟର, ଡେପୁଟି ମେୟର ଓ କର୍ପୋରେଟମାନଙ୍କ ସିଟିଂ ଫି ବା ପାରିଶ୍ରମିକ ବାବଦରେ ବିଏମସି କମିଶନରଙ୍କ ଦେଇଥିବା ବିବୃତ୍ତି ତ୍ରୁଟି ଯୁକ୍ତ । ମହାନଗର ନିଗମର ଲୋକ ପ୍ରତିନିଧିମାନଙ୍କ ପାରିଶ୍ରମିକ ବୃଦ୍ଧି ହୋଇନାହିଁ । ବିଏମସି ପକ୍ଷରୁ ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଯାହା ସରକାରଙ୍କ ବିଚାରାଧୀନ ରହିଛି । ବିଏମସି କମିଶନରଙ୍କ ପକ୍ଷରୁ ଦିଆଯାଇଥିବା ବିବୃତିକୁ ପ୍ରତ୍ୟାହାର କରିନିଆଯାଉଛି ।

ବିଧାୟକ ଓ ପୂର୍ବତନ ବିଧାୟକ ଦରମା ବୃଦ୍ଧି ନେଇ ଦାବି ହୋଇଆସୁଛି । ବିଭିନ୍ନ ସଂଗଠନ ଓ ସରକାରୀ ବିଭାଗର କର୍ମଚାରୀ ଦରମା ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଏହାକୁ ନେଇ ବ୍ୟାକଫୁଟରେ ରହିଛନ୍ତି ରାଜ୍ୟ ସରକାର । ଠିକ ଏହି ସମୟରେ ମହାନଗରର ନିଗମର ଜନ ପ୍ରତିନିଧିଙ୍କ ପାରିଶ୍ରମିକ ବୃଦ୍ଧି ବାବଦରେ କମିଶନରଙ୍କ ଘୋଷଣା ସରକାରଙ୍କୁ ହରଡ଼ଘଣାରେ ପକେଇ ଦେଇଥିଲା । ପୂର୍ବରୁ ଲୋକପ୍ରତିନିଧିଙ୍କ ପାରିଶ୍ରମିକ ବାବଦରେ ଘୋଷଣା କେବଳ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ହୁଏ । କିନ୍ତୁ ଜଣେ କମିଶନର ଏହି ଘୋଷଣା କରିବା ବଡ଼ ପ୍ରଶ୍ନ ସୃଷ୍ଟି କରିଥିଲା । ପାୱାର କରିଡର ଅତି ନିକଟତର ହୋଇଥିବାରୁ ଜାଣତରେ ବା ଭୁଲରେ କମିଶନର ଏହା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାକୁ ଘଉଡ଼ାଇବା ପାଇଁ କମିଶନଙ୍କୁ ଛୁଟିରେ ପଠେଇ ଦିଆଯାଇଥିବା ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.