ETV Bharat / state

ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ - Rajendra Abhishek Ritual - RAJENDRA ABHISHEK RITUAL

RAJENDRA ABHISHEK RITUAL OF LORD JAGANNATH: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି । ସେପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅଧିକ ପଢନ୍ତୁ

RAJENDRA ABHISHEK RITUAL OF LORD JAGANNATH
RAJENDRA ABHISHEK RITUAL OF LORD JAGANNATH (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 5:09 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥ ଯାତ୍ରା । ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ସଂଧ୍ୟାଧୂପ ନୀତି ସରିବା ପରେ ଆଜ୍ଞାମାଳ ପାଇ ପ୍ରଭୁ ମଦନମୋହନ ଖଟ ଉପରକୁ ବିଜେ କରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯାଇଥାଏ । ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡ଼ଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ । ତାପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସାରି ସୁସଜ୍ଜିତ ରଥରେ ମଦନମୋହନ ଘଣ୍ଟ, ଛତା, କାହାଳି ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ ।

RAJENDRA ABHISHEK RITUAL OF LORD JAGANNATH (ETV Bharat Odisha)

ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ । ତେବେ ପବିତ୍ର ତିଥିକୁ ନେଇ ଶ୍ରୀମନ୍ଦିର ଚଳଚଞ୍ଚଳ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି ଶ୍ରୀମନ୍ଦିରରେ । ସେପଟେ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଚାଲିଥିବା ବେଳେ ଏହାକୁ ଦେଖିବାକୁ ରଥ ଖଳା ନିକଟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ଦେବସ୍ନାନ ପୂର୍ଣ୍ଣିମା ନଆସୁଣୁ ତିନି ରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି । ଟାର୍ଗେଟ ଥାଏ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ଚାରିନାହାକା ଉଠିବ । କିନ୍ତୁ ଭୋଇ ସେବକମାନେ ମହାରଣାଙ୍କ ନିର୍ଦ୍ଦେଶରେ ତିନି ରଥର ଚାରି ନାହାକା ଉଠାଇବା ସହ ତୃତୀୟ ହରିବୋଲ ପକାଇଛନ୍ତି । ଶୀତଳଷଷ୍ଠୀ ପୂର୍ବଦିନ ତିନିରଥର ସମସ୍ତ ୪୨ ଚକ ସହ ୨୧ ଅଖ ସଂଯୋଗ ହୋଇ ଡେରା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ .....ରଥଖଳା ହାଲଚାଲ: 3 ରଥର ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ 4ଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ - Ratha Yatra 2024

ତେବେ ଚାରିନାହାକା ଉଠିବା ପରେ ଗୁଜ, ଜଳଯନ୍ତ୍ର ସ୍ଥାପନ ଚାଲିଛି ।ଏହାପରେ ଛନ୍ଦା ଗୟଳ ପକାଇ ତୀଖ ଗୁଜ ଓ ସାଲଗୁଜ ସଂଯୋଗ କରାଯାଇ ଚଉଦ ନାହାକା ଉଠାଯିବ । ସେହିପରି ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.