ETV Bharat / state

ଗାଦବା ଜନଜାତିର କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର, ସମ୍ମାନିତ ହେଲେ ରାଇପଡା ବୁଣାକାର - କୋରାପୁଟ ରାଇପଡା ବୁଣାକାର ସମ୍ମାନିତ

Extinct Kerang cloth: ଗାଦବା ଜନଜାତିର ଲୁପ୍ତପ୍ରାୟ କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର କରି ସମ୍ମାନିତ ହେଲେ କୋରାପୁଟ ଜିଲ୍ଲା ରାଇପଡ଼ା ବୁଣାକାର ସମୂହ । ଅଧିକ ପଢନ୍ତୁ

Extinct Kerang cloth
Extinct Kerang cloth
author img

By ETV Bharat Odisha Team

Published : Feb 22, 2024, 8:14 PM IST

ଗାଦବା ଜନଜାତିର କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର

କୋରାପୁଟ: ସମ୍ମାନିତ ହେଲେ ରାଇପଡ଼ା ବୁଣାକାର ସମୂହ । ଗାଦବା ଜନଜାତିର ଲୁପ୍ତପ୍ରାୟ କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର କରି ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରିଥିବା ଯୋଗୁଁ ଲମତାପୁଟର ରାଇପଡା ଗ୍ରାମର ମହିଳା ଓ ପୁରୁଷ ବୁଣାକାର ତଥା ପ୍ରୋତ୍ସାହିତ କରିଥିବା ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ କୋରାପୁଟ ସ୍ଥିତ ଆଦିବାସୀ ଗବେଷଣା କେନ୍ଦ୍ର କୋଟସ ଦ୍ବାରା ସମ୍ମାନିତ କରାଯାଇଛି । ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହେଉଥିବା ଏହି ବସ୍ତ୍ର ଭବିଷ୍ୟତରେ କୋରାପୁଟର ଗୌରବକୁ ଦ୍ବିଗୁଣିତ କରିବ ବୋଲି ଆଶା କରାଯାଇଛି ।

କୋଟପାଡର ପ୍ରାକୃତିକ ରଙ୍ଗ ଦିଆ ବସ୍ତ୍ର, କଫି, ଅଦା, ହଳଦୀ, ଗୋଲମରିଚ, ଷ୍ଟ୍ରବେରୀ, ଝାଡୁ ଭଳି ଭଳିକି ଭଳି ପ୍ରକୃତି ଦତ୍ତ ସମ୍ପଦକୁ ନେଇ ଦେଶ ବିଦେଶରେ ନାଁ କରିଥିବା କୋରାପୁଟ ଜିଲ୍ଲା ଏବେ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହୋଇଥିବା କେରେଙ୍ଗ ବସ୍ତ୍ର କୋରାପୁଟର ଗୌରବମୟ ଇତିହାସକୁ ଲୋକଲୋଚନକୁ ଆଣିବ । ଗାଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନର୍ଜୀବିତ କରିବା ପାଇଁ ଇନ୍ଟାକ, କୋଟସ ଓ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଅଭିନବ ପ୍ରକଳ୍ପ ସଫଳତାର ପାହାଚ ଚଢ଼ିବାକୁ ଆରମ୍ଭ କରିଥିବା ଇଣ୍ଟାକର କୋରାପୁଟ ଜିଲ୍ଲା ଶାଖାର ସଦସ୍ୟ ତଥା ବିଶିଷ୍ଟ ଗବେଶକ ପରେଶ ରଥ କହିଛନ୍ତି ।

ଲୁପ୍ତ ପ୍ରାୟ କେରେଙ୍ଗ ବସ୍ତ୍ରକୁ ପୁନରୁଦ୍ଧାର କରିବା ସହିତ କେରେଙ୍ଗ ବୃକ୍ଷରୋପଣ ତଥା ପ୍ରାକୃତିକ ରଙ୍ଗ ପ୍ରଦାନ କରିଥିବା ଜାଫରା ଗଛ, ସିନ୍ଦୂର, ସିଉନା ବୃକ୍ଷ ପ୍ରଭୃତିର ବ୍ୟାପକ ପ୍ରସାର ପାଇଁ ଗଦବା ଜନଜାତି ମଧ୍ୟରେ ଇଚ୍ଛାଶକ୍ତି ର ପୁନଃ ପ୍ରତିଷ୍ଠା କରାଯିବା ଦିଗରେ କରାଯାଇଥିବା କାର୍ଯ୍ୟର ଫଳ ସ୍ବରୂପ ବହୁ ଦିନ ପରେ ଗଦବା ଜନଜାତିର ବୁଣାକାର ପାରମ୍ପରିକ ତନ୍ତକୁ ବ୍ୟବହାର କରି ଚାରୋଟି ନୂତନ ବସ୍ତ୍ର ବୁଣିପାରିଥିବା ଏହି ପ୍ରକଳ୍ପକୁ କର୍ଯ୍ୟକ୍ଷମ କରାଇଥିବା ବରିଷ୍ଠ ସଦସ୍ୟ ରାଜେନ୍ଦ୍ର କୁମାର ପାଢୀ ଜଣାଇଛନ୍ତି ।

ଏହା ବି ପଢନ୍ତୁ- ବିଶ୍ବ ଦରବାରରେ ଚମକିବ ଗଦବା ଜନଜାତିର କେରେଙ୍ଗ ବସ୍ତ୍ର

ବିଗତ ଦିନଗୁଡିକରେ ଇଣ୍ଟାକର ଓଡ଼ିଶା ରାଜ୍ୟ ଶାଖାର ବରିଷ୍ଠ କର୍ମକର୍ତ୍ତା, କୋରାପୁଟ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଅର୍ମାସ, ହସ୍ତତନ୍ତ ବିଭାଗ ଓ ଆଇଟିଡିଏର ବରିଷ୍ଠ ଅଧିକାରୀ ଲମତାପୁଟ ବ୍ଲକର କାଙ୍ଗରାପଡା, ଗୋଡ଼ିହଞ୍ଜର, ସୁଏଲପଡା ଓ ରାଇପଡାରେ ଗଦବା ଜନଜାତିର ମହିଳା ଓ ପୁରୁଷଙ୍କ ସହିତ ଆଲୋଚନା କରି ଗତ ଏକ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରି ଏହି ସଫଳତା ଆଣିପାରିଛନ୍ତି । ଜିଲ୍ଲାର ବିଶେଷ କରି ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗାଦବା ଜନଜାତିର ଲୋକେ ପୁରୁଷ ପୁରୁଷ ଧରି କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ତାକୁ ପିନ୍ଧି ଆସୁଥିଲେ । ହେଲେଗତ କିଛି ବର୍ଷ ହେବେ ସେମାନଙ୍କ ପାଖରେ ଏହି ପାରମ୍ପରିକ ବସ୍ତ୍ର ଓ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ତନ୍ତର ବ୍ୟବହାର ଚିନ୍ତାଜନକ ଭାବେ କମିଯାଇଛି ବୋଲି ରାଇପଡାର ମହିଳା ବୁଣାକାର ରୀନା କିରସାନି କହିଛନ୍ତି ।

ଜଙ୍ଗଲରେ କେରେଙ୍ଗ ବୃକ୍ଷ ଜଙ୍ଗଲ ନିଆଁରେ ନଷ୍ଟ ପ୍ରାୟ ହୋଇଯାଇଥିବା ବେଳେ ଅନେକ ତନ୍ତ ମଧ୍ୟ ଭାଙ୍ଗିରୁଜି ଯାଇଥିଲା । ତେବେ ଗତବର୍ଷ ଜିଲ୍ଲାରେ ଇଣ୍ଟାକର ବିଶେଷଜ୍ଞମାନେ ଆଦିବାସୀ ଜନଜାତିଙ୍କ କଳା ଓ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ କରିବା ସମୟରେ କେରେଙ୍ଗ ବସ୍ତ୍ର ଲୁପ୍ତ ପ୍ରାୟ ହୋଇଯାଉଥିବା ଆଶଙ୍କା କରିଥିଲେ । ଏହି ଆଶଙ୍କାକୁ ବ୍ୟକ୍ତ କରିବା ପରେ ଦିଲ୍ଲୀ ସ୍ଥିତ ଇଣ୍ଟାକ୍ ମୁଖ୍ୟ କାର୍ଯ୍ୟାଳୟ ସ୍ପନ୍ଦିତ ହୋଇ ଏହି ପାରମ୍ପରିକ ବସ୍ତ୍ରର ପୁନରୁଦ୍ଧାର ପାଇଁ ଏକ ଯୋଜନାକୁ ଅନୁମୋଦନ କରିଥିଲେ । ଏହି ଯୋଜନାରେ ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ତଥା ପୁନଃ ପ୍ରସାର ଲାଗି ପ୍ରୟାସ କରାଯିବା ସହ ତନ୍ତର ମରାମତି କରିବା ସହ କେରେଙ୍ଗ ସୂତାର ଉତ୍ପାଦନ ବୃଦ୍ଧି କରାଯାଇ ପାରିଛି ।

ଏହା ବି ପଢନ୍ତୁ- ହଜିଯାଉଛି ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ, ସରକାରୀ ସହାୟତା ଦାବି

ବର୍ତ୍ତମାନ ଉତ୍ପାଦର ବଜାର ଯୋଗାଇ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ସହ ସମ୍ପର୍କ ସ୍ଥାପନ କରାଯାଇ ପ୍ରୟାସ କରାଯିବ ବୋଲି ଇଣ୍ଟାକର କୋରାପୁଟ ସଂଯୋଜକ ତଥା କୋଟସର ନିର୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହି ଯୋଜନାର ସଫଳ ରୂପାୟନ କରି ଏହି ଲୁପ୍ତ ପ୍ରାୟ କଳା ଓ ବସ୍ତ୍ରକୁ ପୁନର୍ଜୀବିତ କରିବା ପାଇଁ ଇଣ୍ଟାକ, ରାଜ୍ୟ ସରକାର ଓ ଗାଦବା ଜନଜାତିର ଲୋକଙ୍କ ମଧ୍ୟରେ ଦେଖାଯାଇଥିବା ଅପୂର୍ବ ଉତ୍ସାହ ଭରି ଦେଇଛି । କେରେଙ୍ଗ ଗଛର ତନ୍ତୁରୁ ସୂତା ବାହାର କରି ସ୍ବତନ୍ତ୍ର ତନ୍ତରେ ବୁଣା ଯାଉଥିବା ଏହି ବସ୍ତ୍ର ଶତାଧିକ ବର୍ଷ ନଷ୍ଟ ନ ହୋଇ ପିଢ଼ି ପରେ ପିଢ଼ି ବ୍ୟବହୃତ ହେଉଥିବା ଯୋଗୁଁ ଏହା କେବଳ ଏକ ବସ୍ତ୍ର ନୁହେଁ, ବରଂ ସଂସ୍କୃତିର ବାର୍ତ୍ତାବହ ବୋଲି ସେ ମତ ରହିଛନ୍ତି । ଓଡ଼ିଶା ମାଟିରେ ଇଣ୍ଟାକ ଦ୍ଵାରା ଏପରି ଏକ ଯୋଜନା ପ୍ରଥମ ଥର ପାଇଁ କରାଯାଉଥିବା ଯୋଗୁଁ ଏହାର ସଫଳତା ପରେ ରାଜ୍ୟରେ ଅନ୍ୟାନ୍ୟ ଲୁପ୍ତ ପ୍ରାୟ କଳାକୁ ଜୀବନ ଦେବା ପାଇଁ ବାଟ ଖୋଲିଯିବାର ସମ୍ଭାବନା ଉଜ୍ଜ୍ବଳ ହେବ ବୋଲି ଡ. ରଥ ଆଶା ପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.