ETV Bharat / state

ଟିଟିଲାଗଡରେ ହେବ ରେଳ ଫ୍ଲାଏ ଓଭର, 183.89 କୋଟି ମଞ୍ଜୁର କଲେ ରେଳ ମନ୍ତ୍ରଣାଳୟ - Flyover At Titilagarh Junction

author img

By ETV Bharat Odisha Team

Published : Jun 27, 2024, 7:40 AM IST

Flyover At Titilagarh Junction: ଟିଟିଲାଗଡରେ ହେବ ଫ୍ଲାଏ ଓଭର ନିର୍ମାଣ। ଏହି ବ୍ୟସ୍ତବହୁଳ ଜଙ୍କସନ ମଧ୍ୟ ଦେଇ ଚଳାଚଳ କରୁଥିବା ଟ୍ରେନ୍ ଗୁଡିକର ଅପେକ୍ଷା ସମୟକୁ ଯଥେଷ୍ଟ ହ୍ରାସ କରି ମେନ୍ ଲାଇନ୍ ଟ୍ରେନ୍ ଗୁଡିକ ଟିଟିଲାଗଡ ଷ୍ଟେସନରେ ଆଉ ଅଟକ ରଖାଯିବ ନାହିଁ। ଅଧିକ ପଢ଼ନ୍ତୁ,

Flyover At Titilagarh Junction
Flyover At Titilagarh Junction (ETV Bharat Odisha)

ଭୁବନେଶ୍ବର: ରେଳ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଘୋଷଣା । ଟିଟିଲାଗଡ ରେଳ ଫ୍ଲାଏ ଓଭର ନିର୍ମାଣ ପାଇଁ 183.89 କୋଟି ଟଙ୍କା ମଞ୍ଜୁର ଦେଲା ରେଳ ମନ୍ତ୍ରଣାଳୟ । ଟିଟିଲାଗଡଠାରେ ସମସ୍ତ ପାର୍ଶ୍ୱରୁ ଟ୍ରେନର ଏକକାଳୀନ ଚଳାଚଳକୁ ସହଜ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଟିଟିଲାଗଡଠାରେ ଏକ ରେଳ ପ୍ଲାଏ ଓଭର ବ୍ରିଜକୁ ନେଇ ବହୁଦିନରୁ ଦାବି ହୋଇଆସୁଥିଲା ।

ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ଟିଟିଲାଗଡ ଜଙ୍କସନ ଷ୍ଟେସନରେ ବୃଦ୍ଧି ପାଉଥିବା ରେଳ ଚଳାଚଳ ଏବଂ ଯାତାୟାତକୁ ଦୃଷ୍ଟିରେ ରଖି ରାୟପୁର-ବିଜୟନଗରମ, ଟିଟିଲାଗଡ-ସମ୍ବଲପୁର ଓ ସମ୍ବଲପୁର-ରାୟପୁର ରେଳ ସେକ୍ସନରେ ଟ୍ରେନ ଚଳାଚଳକୁ ସୁଗମ କରିବା ପାଇଁ ରେଳ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ଅନୁମତି ଦେଇଛି । ଏନେଇ ବ୍ୟୟ ବାବଦରେ ଅର୍ଥ ମଞ୍ଜୁର ମଧ୍ୟ କରିଛି । ଭାରତୀୟ ରେଳବାଇର ଶକ୍ତି କରିଡର ସ୍କିମ୍ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ, ବ୍ୟସ୍ତବହୁଳ ରେଳ ସେକ୍ସନରେ ଟ୍ରେନ୍ ଚଳାଚଳର ଦକ୍ଷତା ଏବଂ ଦକ୍ଷତା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବହନ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ.. ଓଡ଼ିଶାରେ ୨ ନୂଆ ରେଳ ପ୍ରକଳ୍ପ ଘୋଷଣା କଲେ ଅଶ୍ବିନୀ ବୈଷ୍ଣବ

2023-24ରେ ଲାଇନ୍ କ୍ଷମତା ବିବରଣୀ ଅନୁଯାୟୀ ଏହିପରି କ୍ରସ୍ ଗତିବିଧି ସଂଖ୍ୟା ଦୈନିକ ହାରାହାରି 38ଟି ଟ୍ରେନ ବୋଲି ଆକଳନ କରାଯାଇଛି । ଏତେ ସଂଖ୍ୟକ କ୍ରସ୍ ଜନିତ ପ୍ରତିବନ୍ଧକ ଟ୍ରେନ୍ ଅପରେସନ୍ ସିଷ୍ଟମରେ ସାମଗ୍ରିକ ଗତିଶୀଳତାକୁ ପ୍ରଭାବିତ କରିଆସୁଛି । କେବଳ ଟିଟିଲାଗଡରେ ନୁହେଁ ବରଂ ପାଖାପାଖି ଷ୍ଟେସନ ମାନଙ୍କରେ ମଧ୍ୟ ଟ୍ରେନ୍ ଟ୍ରାଫିକ୍ ପ୍ରଭାବିତ ହୋଇ ଅଟକ ରଖାଯାଇଥାଏ । ଏହି ପ୍ରତିବନ୍ଧକ ଜନିତ ସମସ୍ୟା ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ 8.11 କିମି ଦୈର୍ଘ୍ୟ ଏକ ଫ୍ଲାଏଓଭର ନିର୍ମାଣ ପାଇଁ 183.89 କୋଟି ଟଙ୍କା ମଞ୍ଜୁର କରିଛି । ଯାହାକି ଏହି ଫ୍ଲାଏଓଭର ଅନ୍ୟ ଲାଇନଗୁଡିକ ଅତିକ୍ରମ ନକରି ଟିଟିଲାଗଡରୁ ବିଜୟନଗରମ, ରାୟପୁର ଏବଂ ସମ୍ବଲପୁର ଦିଗରୁ ଟ୍ରେନ୍ ଚଳାଚଳ ପାଇଁ ଏକ ଉତ୍ସର୍ଗୀକୃତ ଭିତ୍ତିଭୂମି ଯୋଗାଇ ବୃଦ୍ଧିପାଉଥିବା ଟ୍ରେନ୍ ଟ୍ରାଫିକ୍ ସମସ୍ୟାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି ।

ଫ୍ଲାଏ ଓଭର 183.89 କୋଟି ଟଙ୍କା ଅନୁମୋଦିତ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ବେଳେ ଫ୍ଲାଏଓଭର ଦୈର୍ଘ୍ୟ 8.11 କିଲୋମିଟର ହେବ । ଏହା ରାୟପୁର, ବିଜୟନଗରମ୍ ଏବଂ ସମ୍ବଲପୁର ଦିଗରୁ / ଦିଗକୁ ଚଳାଚଳ କରୁଥିବା ଟ୍ରେନ୍ ମାନଙ୍କର ଯାତାୟତକୁ ସୁଗମ କରିବ । ଏହି ନିର୍ମାଣ ଭାରତୀୟ ରେଳବାଇର ଶକ୍ତି କରିଡରର ଏକ ଅଂଶ ହେବ । ସ୍ଥାୟୀ ଏବଂ ଦକ୍ଷ ଭିତ୍ତିଭୂମି ବିକାଶ ପାଇଁ ଏକ ପ୍ରତିବଦ୍ଧତା ପ୍ରଦର୍ଶନ କରିବ । ନୂତନ ଫ୍ଲାଇଓଭର ଟିଟିଲାଗଡ଼ ଷ୍ଟେସନ ଠାରେ କ୍ରସିଂ ଜନିତ ଗତିବିଧି ପ୍ରତିବନ୍ଧକକୁ ଦୂର କରିବା ସହିତ ଉଭୟ ରାୟପୁର-ବିଜୟନଗରମ ମୁଖ୍ୟ ଲାଇନକୁ ଉନ୍ନତ କରିବ । ଟିଟିଲାଗଡ-ସମ୍ବଲପୁର ଲାଇନରେ ଟ୍ରେନର ହାରାହାରି ଗତି ଏବଂ କାର୍ଯ୍ୟକ୍ଷମତାକୁ ଉନ୍ନତ କରିବ ।

ବାଧା ଦୂର କରାଇ ସହଜ ସାଧ୍ୟ କରାଯିବ

ଏହି ବ୍ୟସ୍ତବହୁଳ ଜଙ୍କସନ ମଧ୍ୟ ଦେଇ ଚଳାଚଳ କରୁଥିବା ଟ୍ରେନ୍ ଗୁଡିକର ଅପେକ୍ଷା ସମୟକୁ ଯଥେଷ୍ଟ ହ୍ରାସ କରି ମେନ୍ ଲାଇନ୍ ଟ୍ରେନ୍ ଗୁଡିକ ଟିଟିଲାଗଡ ଷ୍ଟେସନରେ ଆଉ ଅଟକ ରଖାଯିବ ନାହିଁ । ବିଭିନ୍ନ ଟ୍ରେନ୍ ଚଳାଚଳକୁ ନିୟନ୍ତ୍ରଣ କରୁଥିବା ଟିଟିଲାଗଡ ରେଳ ଷ୍ଟେସନ ଏକ ପ୍ରମୁଖ ସଂଯୋଗ ଅଟେ । ଏହି ଫ୍ଲାଏ ଓଭରର ନିର୍ମାଣ ବିଜୟନଗରମ, ସମ୍ବଲପୁର ଏବଂ ରାୟପୁରରୁ ଆସୁଥିବା କିମ୍ବା ସେହି ଦିଗକୁ ଯାତ୍ରା କରୁଥିବା ଟ୍ରେନର ଚଳାଚଳକୁ ସହଜ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.