ETV Bharat / state

ଅସନ୍ତୋଷ ପରେ ରେଳ ମନ୍ତ୍ରାଳୟର ପଦକ୍ଷେପ, ରାୟଗଡା ରେଳ ଡିଭିଜନ ପାଇଁ ୭୦ କୋଟି ଟଙ୍କା ଘୋଷଣା - Rayagada Railwaly Division Project

author img

By ETV Bharat Odisha Team

Published : Jul 28, 2024, 12:15 PM IST

Rayagada Railwaly Division Project: ତ୍ବରାନ୍ବିତ ହେବ ରାୟଗଡ଼ା ରେଳ ଡିଭିଜନ କାମ । ରାୟଗଡା ରେଳ ଡିଭିଜନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୦ କୋଟି ଟଙ୍କା ଘୋଷଣା କଲା ରେଳ ବିଭାଗ । ଅଧିକ ପଢନ୍ତୁ

Rayagada Railwaly Division Project
Rayagada Railwaly Division Project (ETV Bharat Odisha)

ରାୟଗଡା: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରେଳ ମନ୍ତ୍ରାଳୟର ପଦକ୍ଷେପ । ରାୟଗଡା ରେଳ ଡିଭିଜନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୦ କୋଟି ଟଙ୍କା ଘୋଷଣା କଲା ରେଳ ବିଭାଗ । ତ୍ବରାନ୍ବିତ ହେବ ରାୟଗଡ଼ା ରେଳ ଡିଭିଜନ କାମ । ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଅନୁଦାନ ଆକାରରେ ୭୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ରାୟଗଡ଼ା ରେଳ ଡିଭିଜନ ପାଇଁ ୭୦ କୋଟି ଟଙ୍କା:

ରାୟଗଡ଼ା ରେଳ ଡିଭିଜନ କାମରେ ମନ୍ଥରକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଟେଣ୍ଡର ପରେ ଟଙ୍କା ଅନୁମୋଦନ କରାଯାଇ ନଥିବାରୁ ନିର୍ମାଣ କାମ ଆଗେଇ ପାରୁନଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ । ଡିଭିଜନ୍ ଅଗ୍ରଗତି ବାବଦରେ ଆଲୋଚନା କରିଥିଲେ । ଆଲୋଚନା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୭୦ କୋଟି ଟଙ୍କା ଯୋଗାଇ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଏବଂ ସାଂସଦ ଅନୁଦାନ ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ଆଉମଧ୍ୟ କହିଛନ୍ତି, ''ରାୟଗଡ଼ାରେ ରେଳ ମଣ୍ଡଳ ପ୍ରତିଷ୍ଠା ପ୍ରକଳ୍ପ ପାଇଁ ଡିଜାଇନ୍ ଓ ଯୋଜନା ପ୍ରସ୍ତୁତି ଚାଲିଛି । ଡିଜାଇନ୍ ଏବଂ ଯୋଜନା ସମାପ୍ତ ହେବା ପରେ ପରବର୍ତ୍ତୀ କାର୍ଯ୍ୟଗୁଡ଼ିକ ତ୍ବରାନ୍ବିତ କରାଯିବ ।''

ଏହାମଧ୍ୟ ପଢନ୍ତୁ.. ଆସିଲା ରେଳ ବଜେଟ ଅଙ୍କ: ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ରେକର୍ଡ ପ୍ୟାକେଜ, UPAଠୁ ୧୨ ଗୁଣା ଅଧିକ, ଶତ ପ୍ରତିଶତ ବିଦ୍ୟୁତକରଣର ହିସାବ ଦେଲେ ଅଶ୍ବିନୀ ବୈଷ୍ଣବ - Railway Budget for Odisha

୫ ବର୍ଷ ତଳେ ହୋଇଥିଲା ଘୋଷଣା:

ରାୟଗଡ଼ାରେ ରେଳ ଡିଭିଜନ ନିର୍ମାଣ ନେଇ ୨୦୧୯ରେ ବଜେଟ ଉପସ୍ଥାପନ ସମୟରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଘୋଷଣା କରିଥିଲେ । ଲକ୍ଷ ଥିଲା ୨ ବର୍ଷ ମଧ୍ୟରେ ନିର୍ମାଣ ଶେଷ ହୋଇ ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ ହେବ । ହେଲେ ଘୋଷଣା ହେବାର ଇତି ମଧ୍ୟରେ ୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଆଗକୁ ବଢ଼ିନାହିଁ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ରାୟଗଡ଼ାରେ ରେଳ ଡିଭିଜନ ନିର୍ମାଣ ନେଇ ଚଳିତ ବଜେଟରେ କୌଣସି ଅନୁଦାନ ପ୍ରଦାନ ହୋଇନଥିବା ନେଇ ସାଧାରଣରେ ଚିନ୍ତା ପ୍ରକଟ କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା ।

ସେ କହିଛନ୍ତି, "ଏହି ବଜେଟ ଅତ୍ୟନ୍ତ ନିରାଶଜନକ ଯଦିଓ 10 ହଜାର 500 କୋଟି ଟଙ୍କାର ଅନୁଦାନ ଘୋଷଣା ହୋଇଛି କିନ୍ତୁ ଏଥିରେ ସ୍ପଷ୍ଟ ଭାବେ ରାୟଗଡ଼ା ରେଳ ଡିଭିଜନ, ଗୁଣପୁର–ଥେରୁବାଲି ରେଳ ଲାଇନ, ଜୟପୁର–ମାଲକାନଗିରି ଏବଂ ଜୟପୁର–ନବରଙ୍ଗପୁର ରେଳ ଲାଇନଙ୍କୁ ନେଇ କିଛି ଘୋଷଣା କରାଯାଇନାହିଁ । ପୂର୍ବରୁ ଏହି ରେଳ ବଜେଟ ଟିକିନିଖି ଜଣାପଡୁଥିବା ବେଳେ ବର୍ତ୍ତମାନ ଡିଟେଲ ଜାଣିବାକୁ ପିଙ୍କ ବୁକକୁ ଅପେକ୍ଷା କରିବାକୁ ପଡିବ ।"

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.