ETV Bharat / state

ଛିଡ଼ିଲା ରେଳ ଫାଟକ, ଫସିଲେ ଯାତ୍ରୀ - ଛିଡ଼ିଲା ରେଳ ଫାଟକ

Level Crossing Bar Fell Down:ଭଦ୍ରକରେ ରେଳ ଫାଟକ ଖୋଲିବା ସମୟରେ ଛିଡ଼ିଲା କେବୁଲ । ରେଳ ଧାରଣାରେ ଫସି ରହିଲେ ଶତାଧିକ ଯାତ୍ରୀ । ଅଧିକ ପଢନ୍ତୁୁ

ଛିଡ଼ିଲା ରେଳ ଫାଟକ , ଫସିଲେ ଯାତ୍ରୀ
ଛିଡ଼ିଲା ରେଳ ଫାଟକ , ଫସିଲେ ଯାତ୍ରୀ
author img

By ETV Bharat Odisha Team

Published : Feb 23, 2024, 7:37 AM IST

ଛିଡ଼ିଲା ରେଳ ଫାଟକ , ଫସିଲେ ଯାତ୍ରୀ

ଭଦ୍ରକ: ରେଳବାଇ ଫାଟକ ଖୋଲିବା ବେଳେ କୌଣସି କାରଣରୁ ଫାଟକର କେବୁଲ ଛିଡ଼ି ଯିବା ଯୋଗୁଁ ହଠାତ୍‌ ଗେଟଟି ଖସି ପଡ଼ିଲା । ଫଳରେ ରେଳବାଇ ଫାଟକ ମଝିରେ ଶତାଧିକ ଲୋକ ଫସି ରହିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 119ନମ୍ବର ଚରମ୍ପା ବରାଳ ପୋଖରୀ ତାରିଣୀ ଫାଟକ ନିକଟରେ । ହେଲେ ସୌଭାଗ୍ୟ କ୍ରମେ ବର୍ତ୍ତିଗଲେ ରେଳ ଧାରଣା ମଝିରେ ଫସି ଯାଇଥିବା ଲୋକେ । ରେଳ ଫାଟକର ଜଗୁଆଳି ଗେଟ ଟେକି ଧରିବା ପରେ, ବହୁ କଷ୍ଟରେ ଫାଟକ ପାରି ହୋଇଥିଲେ ଲୋକେ ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବ୍ୟସ୍ତ ବହୁଳ ରେଳ ଫାଟକ ହେଉଛି ଭଦ୍ରକ ରେଳଷ୍ଟେସନ ବାମ ପଟେ ଥିବା 119 ନମ୍ବର ଚରମ୍ପା ବରାଳପୋଖରୀ ତାରିଣୀ ଫାଟକ । ତେବେ ଗତକାଲି(ଗୁରୁବାର) ଅପରାହ୍ନରେ ଏକ ମାଲବାହୀ ଟ୍ରେନ ସେହି ଫାଟକ ଦେଇ ପାରି ହେବା ପାଇଁ, ଫାଟକର ଜଗୁଆଳି ଗେଟକୁ ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ମାଲବାହୀ ଟ୍ରେନଟି ସେହି ଫାଟକ ଦେଇ ପାସ ହେବା ପରେ, ଫାଟକ ଜଗୁଆଳି ଗେଟକୁ ଖୋଲି ଥିଲେ । ହେଲେ କୌଣସି କାରଣରୁ ଲୋକେ ରେଳ ଧାରଣା ପାର ହେଉଥିବା ସମୟରେ ଗେଟର ତାର ଛିଡି ଯିବାରୁ ଗେଟଟି ପଡ଼ିଯାଇଥିଲା । ଗେଟଟି ଲକ୍ ହୋଇ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ......ନୂଆ ରୂପ ପାଇବ ବାଲେଶ୍ଵର ରେଳ ଷ୍ଟେସନ, ଅଗଷ୍ଟରୁ କାମ ଆରମ୍ଭ

ଏହା ମଧ୍ୟ ପଢନ୍ତୁ ......ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ; ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଯାହା ଫଳରେ ଏକ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ରେଳ ଧାରଣା ମଝିରେ ଫସି ରହିଥିଲେ ଶତାଧିକ ଲୋକ । ଏନେଇ ଖବର ପାଇ ଏକ ଘଣ୍ଟା ପରେ ରେଳ ଫାଟକର ଜଗୁଆଳି ଏବଂ ବିଭାଗୀୟ କର୍ମଚାରୀ ମାନେ ଆସି ଗେଟକୁ ହାତରେ ଟେକି ରେଳ ଧାରଣା ମଝିରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଫଳରେ ଟ୍ରେନ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଲୋକେ ।

ସେପଟେ ଗେଟର ମରାମତି ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ ଏପରି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ହେଲେ ଏନେଇ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆଗାମୀ ଦିନରେ ଏଭଳି ଘଟଣା କିପରି ନ ଘଟେ ସେ ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ , ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.