ETV Bharat / state

ଓଡ଼ିଶାବାସୀଙ୍କୁ ରାହୁଲଙ୍କ 5 ଗ୍ୟାରେଣ୍ଟି; 200ୟୁନିଟ ନିଶୁଳ୍କ ବିଜୁଳି, ମହିଳାଙ୍କୁ ମାସିକ 2ହଜାର ଟଙ୍କା - Rahul Gandhi 5 Guarantees

Rahul Gandhi's 5 Guarantees to Odisha: ସାଲେପୁରରେ ନିର୍ବାଚନୀ ବିଗୁଲ୍‌ ଫୁଙ୍କିଲେ ରାହୁଲ ଗାନ୍ଧୀ । ରାଜ୍ୟବାସୀଙ୍କୁ ଦେଲେ 5 ଗ୍ୟାରେଣ୍ଟି । 200 ଯୁନିଟ ନିଶୁଳ୍କ ବିଜୁଳି, ମହିଳାଙ୍କୁ ମାସିକ 2 ହଜାର ଟଙ୍କା ଭଳି ଲୋଭନୀୟ ପ୍ରତିଶୃତି । ଅଧିକ ପଢନ୍ତୁ

Rahul Gandhi
Rahul Gandhi
author img

By ETV Bharat Odisha Team

Published : Apr 28, 2024, 4:15 PM IST

Updated : Apr 28, 2024, 4:37 PM IST

ଓଡ଼ିଶାବାସୀଙ୍କୁ ରାହୁଲଙ୍କ 5 ଗ୍ୟାରେଣ୍ଟି

କଟକ: ଆଜି ସୁପର-ସନ୍‌ଡେରେ ସାଲେପୁରରେ ନିର୍ବାଚନୀ ବିଗୁଲ୍‌ ଫୁଙ୍କିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜ୍ୟବାସୀଙ୍କୁ ଦେଲେ 5 ଗ୍ୟାରେଣ୍ଟି । ଯଦି ଓଡ଼ିଶାବାସୀ କଂଗ୍ରେସକୁ କ୍ଷମତାକୁ ଆସିବାକୁ ସୁଯୋଗ ଦିଅନ୍ତି, ତେବେ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ ହେବାକୁ ଦେଇଛନ୍ତି ପ୍ରତିଶୃତି । ଓଡ଼ିଶାର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସିକ 2ହଜାର ଟଙ୍କା, 200 ଯୁନିଟ ନିଶୁଳ୍କ ବିଜୁଳି, 500 ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବା ଭଳି ଅନେକ ପ୍ରତିଶୃତି ଦେଇଛନ୍ତି । ଯାହାଦ୍ବାରା ରାଜ୍ୟର ମହିଳା, ବେରୋଜଗାର ଯୁବକ, ଗରିବ ଶ୍ରେଣୀର ମହିଳା ଉପକୃତ ହେବେ ବୋଲି କହିଛନ୍ତି ରାହୁଲ ।

Rahul Gandhi
Rahul Gandhi

ରାହୁଲଙ୍କ ଲୋଭନୀୟ ପ୍ରତିଶୃତି:- ରାଜ୍ୟବାସୀ କଂଗ୍ରେସକୁ ସୁଯୋଗ ଦିଅନ୍ତୁ ବୋଲି ରାହୁଲ ଅନୁରୋଧ କରିଛନ୍ତି । ଯଦି କଂଗ୍ରେସ ସରକାରକୁ ଆସେ, ତେବେ ରାଜ୍ୟର ସମସ୍ତ ବର୍ଗଙ୍କ ହିତରେ ଅନେକ ବ୍ୟବସ୍ଥା କରିବ ବୋଲି ରାହୁଲ କହିଛନ୍ତି । ଯେପରିକି ଓଡ଼ିଶାର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସିକ 2 ହଜାର ଟଙ୍କା, ବେରୋଜଗାର ଯୁବକଙ୍କୁ ମାସିକ 3 ହଜାର ଟଙ୍କା, 200 ଯୁନିଟ ନିଶୁଳ୍କ ବିଜୁଳି, 500 ଟଙ୍କାରେ ଗ୍ୟାସ ସିଲିଣ୍ଡର, ପ୍ରତି କ୍ବିଣ୍ଟାଲ ଧାନ ପିଛା ଚାଷୀଙ୍କୁ ପ୍ରତି ମାସ 3 ହଜାର ଟଙ୍କା, ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସକୁ 8500 ଟଙ୍କା, 'ପେହଲି ନୌକରି ପକ୍କି' ରୋଜଗାର ଗ୍ୟାରେଣ୍ଟି (ଶିକ୍ଷିତ ଚାକିରି ଆଶାୟୀଙ୍କୁ ସରକାରୀ ଅଫିସରେ 1ବର୍ଷ ପର୍ଯ୍ୟନ୍ତ ଚାକିରି ସୁଯୋଗ), ଚାଷୀଙ୍କ ଋଣ ପରିଶୋଧ ଦାୟିତ୍ବ ବହନ ଓ ମନରେଗା ମଜୁରୀ 400 ଟଙ୍କା ଭଳି ଲୋଭନୀୟ ପ୍ରତିଶୃତି ଦେଇଛନ୍ତି ରାହୁଲ ।

ପ୍ରଧାନମନ୍ତ୍ରୀଙ୍କୁ 'ଅଙ୍କଲ୍‌', ପାଣ୍ଡିଆନକୁ କହିଲେ 'ପାନ':- ସାଲେପୁରରେ ବିଶାଳ ଜନସଭାରେ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ଅଙ୍କଲ୍‌' ବୋଲି ସମ୍ବୋଧନ କରିଛନ୍ତି । ଏହି ଅବସରରେ ରାହୁଲ କହିଛନ୍ତି, "ଓଡ଼ିଶାରେ ବିଜେପି ଓ ବିଜେଡିର ବିବାହ ହୋଇଛି । ଉଭୟ ମିଶି ରାଜ୍ୟବାସୀଙ୍କ ଟଙ୍କା ଲୁଟୁଛନ୍ତି । ଓଡ଼ିଶା ପାନ୍‌-ଡିଆନ ସରକାର ଚାଲୁଛି । ପାଣ୍ଡିଆନର ଅର୍ଥ ପାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ହାତରେ ପାନ ଧରାଇ ଦେଇଛନ୍ତି ।" ଏଭଳି କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ।

ଏହା ବି ପଢନ୍ତୁ- ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ଓଡ଼ିଶାରେ ପାଣ୍ଡିଆନ ଶାସନ ଚଳାଉଛନ୍ତି

ସୂଚନା ଥାଉ କି ରାହୁଲ ଆଜି ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ ନେତା ଓ କର୍ମୀ ଭବ୍ୟ ସ୍ବାଗତ କରିଥିଲେ । ଏହାପରେ ରାହୁଲ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଏକ ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପହଞ୍ଚିଥିଲେ । ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିବା ପରେ ସାଲେପୁର ଜନସଭା ଅଭିମୁଖେ ବାହାରିଥିଲେ । କଂଗ୍ରେସ ଷ୍ଟାର ପ୍ରଚାରକ ରାହୁଲଙ୍କ ଗସ୍ତକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 28, 2024, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.