ETV Bharat / state

MKCG ରେ ପୁଣି ରାଗିଂ ! 5 ସିନିୟର ହଷ୍ଟେଲରୁ ବହିଷ୍କୃତ, ଅପରାଧିକ ମାମଲା ରୁଜ - MKCG MEDICAL COLLEGE

ପୁଣି ରାଗିଂ ପାଇଁ ଚର୍ଚ୍ଚାରେ ‘ଏମକେସିଜି’ । 5 ସିନିୟର ଛାତ୍ର ହଷ୍ଟେଲରୁ ବହିଷ୍କୃତ । ରୁଜୁ ହେବ ଅପରାଧିକ ମାମଲା ।

MKCG ପୁଣି ଏକ ରାଗିଂ ! 5 ସିନିୟର ଛାତ୍ର ହୋଷ୍ଟେଲରୁ ବହିଷ୍କୃତ, ମାମଲା ରୁଜ
MKCG ପୁଣି ଏକ ରାଗିଂ ! 5 ସିନିୟର ଛାତ୍ର ହୋଷ୍ଟେଲରୁ ବହିଷ୍କୃତ, ମାମଲା ରୁଜ (ETV Bharat Odisha)
author img

By ETV Bharat Odisha Team

Published : Oct 31, 2024, 7:42 AM IST

Updated : Oct 31, 2024, 7:54 AM IST

ବ୍ରହ୍ମପୁର : MKCG ରେ ପୁଣି ରାଗିଂ ଅଭିଯୋଗ । ପୁଣି ଥରେ ଅଧ୍ୟୟନରତ ଡାକ୍ତର ବିଦ୍ୟାର୍ଥୀଙ୍କୁ ମଧ୍ୟରାତ୍ରରେ ସିନିୟର ଛାତ୍ରମାନେ ମିଳିତ ଭାବରେ ହଷ୍ଟେଲ ଛାତ ଉପରକୁ ନେଇ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପୀଡିତ ଛାତ୍ରଙ୍କ ପରିବାର ମେଡିକାଲ କର୍ତ୍ତୁପକ୍ଷଙ୍କୁ ଲିଖିତ ଭାବରେ ଅବଗତ କରିବା ପରେ ତୁରନ୍ତ ‘ଆଣ୍ଟି ରାଗିଂ କମିଟି’ ବୈଠକ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣ ସିନିୟର ଛାତ୍ରଙ୍କୁ ହୋଷ୍ଟେଲରୁ ବହିଷ୍କାର କରାଯିବା ସହିତ କ୍ୟାମ୍ପସ୍ ନଆସିବା ଉପରେ କଟକଣା ଜାରି କରାଯାଇଛି । କେବଳ ଏତିକି ନୁହେଁ, ସେମାନଙ୍କ ବିରୋଧରେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଅପରାଧିକ ମାମଲା ରୁଜୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

  • ୫ ସିନିୟର ଛାତ୍ରଙ୍କୁ ୬ ମାସ କ୍ୟାମ୍ପସ ବାରଣ:-

ଗତ କିଛି ମାସ ଧରି ଲଗାତର ଭାବରେ ରାଗିଂକୁ ନେଇ ବାରମ୍ୱାର ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ଚର୍ଚ୍ଚା ଓ ବିବାଦରେ ରହିଛି । ତେବେ ଏବେ ପୁଣି ଥରେ ଏହି ଅଭିଯୋଗ ଆସିବା ପରେ ଗତକାଲି (ବୁଧବାର) ଆଣ୍ଟି ରାଗିଂ ସେଲ ବୈଠକ ବସିଥିଲା । କ୍ୟାମ୍ପସର ସମ୍ମିଳନୀ କକ୍ଷରେ ପ୍ରାୟ ଦୁଇ ଘଣ୍ଟା ଧରି ଜାରି ରହିଛିବା ଏହି ବୈଠକରେ ମେଡିକାଲର ଅଧ୍ୟକ୍ଷ ଡ଼ା ସୁଚିତ୍ରା ଦାସଙ୍କ ସହ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ଶ୍ରବଣ ବିବେକ୍ ଏମ, ମେଡିକାଲର ମୁଖ୍ୟ ପ୍ରଶାସନିକ ଅଧିକାରୀ ସଂଗ୍ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

MKCG ପୁଣି ରାଗିଂ ! 5 ସିନିୟର ଛାତ୍ର କ୍ୟାମ୍ପସରୁ ବହିଷ୍କୃତ, ମାମଲା ରୁଜୁ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-MKCG ମେଡିକାଲ କଲେଜରେ ରାଗିଂ ! ଅଭିଭାବକଙ୍କ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲ୍ ତଦନ୍ତ

ରାଗିଂ ଘଟଣାରେ ଆକ୍ସନ, 17 ଛାତ୍ରଙ୍କ ଉପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନେଲା କାର୍ଯ୍ୟାନୁଷ୍ଠାନ - Berhampur Ragging Incident

  • ବୈଠକ ପରେ କାର୍ଯ୍ୟାନୁଷ୍ଠାନ:-

ବୈଠକରେ ପୁଙ୍ଖାନୁଫୁଙ୍ଖ ଆଲୋଚନା ପରେ ମାମଲାରେ ସମ୍ପୃକ୍ତ ପାଞ୍ଚ ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯିବା ସହିତ ୬ ମାସ ପର୍ଯ୍ୟନ୍ତ କଲେଜ କ୍ୟାମ୍ପସକୁ ବାରଣ କରାଯାଇଛି । ଏପରିକି ସେମାନଙ୍କ ବିରୋଧରେ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯିବାକୁ ସ୍ଥିର କରାଯାଇଛି । ଏହି ପାଞ୍ଚ ଜଣ ଚତୁର୍ଥ ବର୍ଷର ଛାତ୍ର ମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଶାରିରୀକ ଓ ମାନସିକ ଭାବେ ରାଗିଂ କରିଥିବାର ଅଭିଯୋଗ ହୋଇଥିଲା ।

MKCG ପୁଣି ରାଗିଂ ! 5 ସିନିୟର ଛାତ୍ର କ୍ୟାମ୍ପସରୁ ବହିଷ୍କୃତ, ମାମଲା ରୁଜୁ

  • ମଧ୍ୟରାତ୍ରିରେ ହଷ୍ଟେଲ ଛାତ ଉପରେ ନିର୍ଯାତନା !

ରାତ୍ର ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅଭିଯୋଗକାରୀ ବିଦ୍ୟାର୍ଥୀଙ୍କୁ କରାଯାଇଥିଲା ରାଗିଂ । ଏମ୍.କେ.ସି.ଜି ମେଡିକାଲରେ ଦ୍ୱିତୀୟ ବର୍ଷ ବିଦ୍ୟାର୍ଥୀଙ୍କୁ 4ର୍ଥ ବର୍ଷର କିଛି ବିଦ୍ୟାର୍ଥୀ ଏହି ନିର୍ଯାତନା ଦେଇଛନ୍ତି । ଅଭିଯୋଗ ହେବା ପରେ ଘଟଣାରେ ସତ୍ୟତା ଥିବା ମଧ୍ୟ ଜଣାପଡିଛି ।

  • ଘଟଣାର ପ୍ରମାଣ ଥିବା ନେଇ ସ୍ପଷ୍ଟ କଲେ କର୍ତ୍ତୃପକ୍ଷ :

ଏମ୍.କେ.ସି.ଜି ମେଡିକାଲରେ ୨ୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ମାଡ ମାରି ଶାରୀରିକ ନିର୍ଯାତନା ଦିଆଯାଇଥିବା ଘଟଣାର ଅଭିଯୋଗ ପରେ ଏହାର ପ୍ରମାଣ ରହିଥିବା ନେଇ ସ୍ପଷ୍ଟ କରିଛନ୍ତି ଆଣ୍ଟି ରାଗିଂ କମିଟି ବୈଠକ ପ୍ରମାଣ କର୍ତ୍ତୁପକ୍ଷ । ଗଣମାଧ୍ୟମକୁ ବିବୃତ୍ତି ଦେବା ସମୟରେ ଘଟଣା ଦିନ ହଠାତ୍ ରାତ୍ର ସମୟରେ ଅଭିଯୋଗ ଆସିଥିବା ଛାତ୍ରବାସ ପରିସରରେ ହଠାତ୍ ୱାର୍ଡନ୍ ପହଞ୍ଚି ଯାଇଥିଲେ । ହେଲେ ସେହି ସମୟରେ ଛାତ ଉପରେ ସିନିୟରମାନଙ୍କୁ ଦେଖିବାକୁ ପାଇଥିବା ଓ୍ବାର୍ଡେନ କମିଟି ନିକଟରେ ପ୍ରକାଶ କରିଛନ୍ତି ।

MKCG ରେ ପୁଣି ରାଗିଂ ! 5 ସିନିୟର ହୋଷ୍ଟେଲରୁ ବହିଷ୍କୃତ, ମାମଲା ରୁଜ
MKCG ରେ ପୁଣି ରାଗିଂ ! 5 ସିନିୟର ହୋଷ୍ଟେଲରୁ ବହିଷ୍କୃତ, ମାମଲା ରୁଜ (ETV Bharat Odisha)

ସୀମା ଟପିଲା ରାଗିଂ, ଛାତ୍ରଙ୍କୁ ମାଡମାରି ୨ ମହଲା କୋଠାରୁ ତଳକୁ ଠେଲିଦେଲେ - College Ragging

ରାତି ସାରା ଛାତ୍ରଙ୍କୁ ମାନସିକ ନିର୍ଯାତନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଲା ରାଗିଂ ଅଭିଯୋଗ - ragging in Berhampur University

  • କାର୍ଯ୍ୟାନୁଷ୍ଠାନ ହେଲେ ହିଁ ଅନ୍ୟମାନେ ଏପରି କରିବା ପୂର୍ବରୁ ଚିନ୍ତା କରିବେ:-

ବାରମ୍ୱାର ରାଗିଂ ଅଭିଯୋଗ ଆସିବା ପରେ ବର୍ତ୍ତମାନ ପାଞ୍ଚ ଜଣ ସିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହିତ ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ । ସେମାନଙ୍କ ସେମିଷ୍ଟାରରେ ବ୍ୟାକ ରହିବା ସହିତ ଥାନାରେ ମାମଲା ରୁଜ ରହିଲେ ସେମାନଙ୍କର ବ୍ୟକ୍ତିଗତ ଚରିତ୍ର ପ୍ରମାଣପତ୍ର ଉପରେ ଆଞ୍ଚ ଆସିବା ଭୟ ରହିବ । ଫଳରେ ଏପରି ଘଟଣାରୁ ସେମାନଙ୍କୁ ନିବୃତ୍ତ ରଖାଯିବାରେ ସହାୟକ ହେବ ବୋଲି କହିଛନ୍ତି ଏମ୍.କେ.ସି.ଜି ମେଡିକାଲ ର ଅଧ୍ୟକ୍ଷା ପ୍ରଫେସର ଡା.ସୁଚିତ୍ରା ଦାସ ।

  • ଅଲଗା ହେବ ସିନିୟର-ଜୁନିୟର ହଷ୍ଟେଲ :-

‘ଏମ.କେ.ସି.ଜି’ ରେ ବାରମ୍ୱାର ଏଭଳି ରାଗିଂ ଅଭିଯୋଗ ପରେ ସିନିୟର ଏବଂ ଜୁନିୟର ଛାତ୍ରବାସ ଅଲଗା କରାଯିବାକୁ ଚେଷ୍ଟା କରାଯିବା ନେଇ ବିଚାର ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ଛାତ୍ରାବାସ ନଥିବା ବେଳେ ତାହାକୁ ନେଇ ଚିନ୍ତା କରାଯାଉଥିବା କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 31, 2024, 7:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.