ETV Bharat / state

'ରେଡିଓ ଢେମସା'ର ବଢୁଛି ଲୋକପ୍ରିୟତା, ଦେଶିଆ ଭାଷାରେ କରୁଛି ଜନସଚେତନତା

author img

By ETV Bharat Odisha Team

Published : Feb 13, 2024, 9:06 PM IST

Radio Dhimsa Creates Social Changes : ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ବେଶ ଲୋକପ୍ରିୟ ହୋଇପାରିଛି ରେଡିଓ ଢେମସା । ସ୍ଥାନୀୟ ଦେଶିଆ ଭାଷାରେ ହୋଇଥାଏ କାର୍ଯ୍ୟକ୍ରମ ପରିବେଷଣ । ଅଧିକ ପଢନ୍ତୁ

ରେଡିଓ ଢେମସାର ବଢୁଛି ଲୋକପ୍ରିୟତା, ଦେଶିଆ ଭାଷାରେ କରୁଛି ଜନସଚେତନତା

କୋରାପୁଟ: ଆଜି ହେଉଛି ବିଶ୍ବ ରେଡିଓ ଦିବସ । ମଣିଷ ଜୀବନରେ ରେଡିଓର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ଏବଂ ପୂର୍ବରୁ ରେଡ଼ିଓ କିଭଳି ମନୁଷ୍ୟ ସମାଜ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ସେ ନେଇ ସଚେତନତା ପାଇଁ ସାରା ବିଶ୍ଵରେ ପ୍ରତିବର୍ଷ ଫେବୃଆରୀ 13କୁ ବିଶ୍ଵ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ । ବିଗତ ଦିନରେ ରେଡିଓ ଥିଲା ଲୋକମାନଙ୍କ ସୂଚନା ଜାଣିବାର ଗୋଟିଏ ପ୍ରକୃଷ୍ଟ ମାଧ୍ୟମ । ତେବେ ଟିଭି ଓ ଇଣ୍ଟରନେଟର ବିପୁଲ ଲୋକପ୍ରିୟତା ମଧ୍ୟରେ ଏବେ ବି ରେଡିଓ ନିଜର ସ୍ଥିତି ବଜାୟ ରଖିଛି । ଏଭଳି ଏକ ସ୍ଥାନୀୟ ଲୋକପ୍ରିୟ ରେଡିଓ ଷ୍ଟେସନ ହେଉଛି ରେଡିଓ ଢେମସା ।

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ବେଶ ଲୋକପ୍ରିୟ ହୋଇପାରିଛି ଏହି କମ୍ୟୁନିଟି ରେଡିଓ । ଏଠାରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କୋରାପୁଟ ଅଞ୍ଚଳର ଲକ୍ଷାଧିକ ଶ୍ରୋତାଙ୍କ ପାଇଁ ସ୍ଥାନୀୟ ଦେଶିଆ ଭାଷାରେ ସରକାରୀ ଯୋଜନା ଓ ବିଶ୍ବକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟ ସମ୍ପର୍କରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଏ । ଏହି ରେଡିଓ ଷ୍ଟେସନ କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଶୋଭା ଦ୍ବାରା ପରିଚାଳିତ ହୋଇଥାଏ । କୋରାପୁଟରୁ ମାତ୍ର 6 କିଲୋମିଟର ଦୂର ମାଛରା ନିକଟରେ ରହିଛି ରେଡିଓ ଢେମସା । ରେଡିଓ ଢ଼େମସା କମ୍ୟୁନିଟି ରେଡିଓ ଷ୍ଟେସନର ପରିଚାଳକ ଉଦୟନାଥ ହନ୍ତାଳଙ୍କ କହିବା ଅନୁଯାୟୀ କୋରାପୁଟ ଅଞ୍ଚଳର 6ଟି ପଞ୍ଚାୟତର 63ଟି ଗ୍ରାମରେ ଢେମସା ରେଡିଓ ଶ୍ରୋତା ମଣ୍ଡଳୀ ଗଠନ କରାଯାଇ ଏହି କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହୁଞ୍ଚାଇ ଦିଆଯାଇପାରୁଛି ।

ଏହା ମଧ୍ୟ ପଢନ୍ତୁ ... ବାଲୁକାକଳାରେ ବିଶ୍ବ ରେଡିଓ ଦିବସ, ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଏହି କେନ୍ଦ୍ରରେ ପ୍ରାୟ ସମସ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ସ୍ଥାନୀୟ ଭାଷାରେ ପ୍ରସ୍ତୁତ କରାଯାଉଥିବା ଯୋଗୁଁ ସାଧାରଣ ଲୋକେ ବିଷୟଗୁଡିକୁ ଠିକ ଭାବେ ବୁଝିବା ସମ୍ଭବ ହେଉଥିବା ଏହି ରେଡ଼ିଓ ଷ୍ଟେସନର ଯୁବ କଳାକାର ଜଣାଇଛନ୍ତି । ସବୁଦିନ କିଛି କିଛି ବିଷୟରେ ପ୍ରଶାରଣ ହେଉଥିବା ବେଳେ ଆଜି ଭଳି ସ୍ୱତନ୍ତ୍ର ଦିବସରେ କିଛି ସ୍ୱତନ୍ତ୍ର ବିଷୟ ଉପରେ ପ୍ରସାରଣ ଘଟେ ଓ ସେହି ବିଷୟକୁ ନେଇ ବ୍ୟାପକ ଚର୍ଚ୍ଚା କରାଯାଇଥାଏ ବୋଲି ସେ ଜଣାଇଛନ୍ତି । ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରାଯିବା ସହ ରେଡିଓ ମାଧ୍ୟମରେ ଶାନ୍ତି ଓ ଭ୍ରାତୃଭାବ ସୃଷ୍ଟି କରାଯାଇପାରୁଛି ବୋଲି ହନ୍ତାଳ ମତ ରଖିଛନ୍ତି । ଆଜି ଟେଲିଭିଜନ ତଥା ଇଣ୍ଟରନେଟରେ ଦର୍ଶକ ଆନନ୍ଦିତ ହେଉଥିବା ବେଳେ ରେଡ଼ିଓର ଆଦର କମି ନଥିବା ଢ଼ିମସା ରେଡ଼ିଓର କାର୍ଯ୍ୟକ୍ରମ ପ୍ରଯୋଜକ ଉଦୟନାଥ ହନ୍ତାଳ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.