ETV Bharat / state

ଜୁଲାଇ 8 ତାରିଖରେ ଖୋଲିବ ରତ୍ନଭଣ୍ଡାର, ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି - RATNA BHANDAR TO OPEN

author img

By ETV Bharat Odisha Team

Published : Jun 19, 2024, 2:37 PM IST

Updated : Jun 19, 2024, 4:28 PM IST

Ratna Bhandar To Be Open: ସରିବ ବହୁ ଦିନର ପ୍ରତୀକ୍ଷା । ପୂରଣ ହେବ ଦାବି । ରଥଯାତ୍ରା ପରଦିନ ଖୋଲିବ ରତ୍ନଭଣ୍ଡାର । ଅଧିକ ପଢନ୍ତୁ

8 ତାରିଖରେ ଖୋଲିବ ରତ୍ନଭଣ୍ଡାର, ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି
8 ତାରିଖରେ ଖୋଲିବ ରତ୍ନଭଣ୍ଡାର, ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି (ETV Bharat Odisha)

ପୁରୀ: ସରିବ ପ୍ରତୀକ୍ଷା । ପୂରଣ ହେବ ଓଡ଼ିଶାବାସୀଙ୍କ ବହୁଦିନର ଦାବି । ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରଥଯାତ୍ରା ପରଦିନ ଅର୍ଥାତ ଜୁଲାଇ 8 ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ ।

ଖୋଲିବ ରତ୍ନଭଣ୍ଡାର (ETV Bharat Odisha)

ଜୁଲାଇ ୭ ତାରିଖ ଦିନ ହେଉଛି ରଥଯାତ୍ରା । ଆଉ ଏହା ପରଦିନ ଅର୍ଥାତ ଜୁଲାଇ 8 ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର ଟିମ ଗଠିତ ହୋଇଛି । ଏହି ସ୍ୱତନ୍ତ୍ର ଟିମ୍ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ସହ ଯାଞ୍ଚ କରିବେ । ଏନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି ।

Ratna Bhandar
Ratna Bhandar (ETV Bharat Odisha)

ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି ଯେ, ସ୍ୱତନ୍ତ୍ର ଟିମ୍‌ ଓ ଟେକ୍ନିକାଲ ଟିମ୍‌ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ୨୦୧୮ ମସିହାରେ ପ୍ରଥମ ଭଣ୍ଡାର ଅନୁଧ୍ୟାନ ବେଳେ କ୍ରାକ୍ ଥିବା ଜଣାପଡିଥିଲା । ଯେତେ ଶୀଘ୍ର ହେବ କାମ ହେବ । ଲେଜର ସ୍କାନିଂ କରାଯାଇଛି । ଆବଶ୍ୟକ ପଡିଲେ ଇଣ୍ଡୋର ସ୍କାନିଂ କରାଯିବ । ରତ୍ନଭଣ୍ଡାରର କଣ୍ଡିସନ୍ ଠିକ୍ ନାହିଁ । ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ମରାମତି କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ମଙ୍ଗଳ ଆଳତି ବିଳମ୍ବ, ସେବାୟତ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ - Rituals Break In Puri

ସେପଟେ ରତ୍ନ ଭଣ୍ଡାର ମରାମତିରେ ଅବହେଳାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ । ଶୀଘ୍ର ରତ୍ନଭଣ୍ଡାର ମରାମତି ହେଉ । ଯେଉଁମାନେ ଅବହେଳା କରିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେଉ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର ଟିମ ଗଠିତ ହୋଇଛି । ଏନେଇ ଗଠିତ ହୋଇଥିବା କମିଟିର ଖୁବଶୀଘ୍ର ବୈଠକ ବସି ରତ୍ନଭଣ୍ଡାର କିଭଳି ଯାଞ୍ଜ ଓ ମରାମତି ହେବ ସେ ନେଇ ନିଷ୍ପତ୍ତି ନିଆଯିବ ।

ସେପଟେ ଛତିଶା ନିଯୋଗରେ ଅନୁମୋଦିତ ହୋଇଥିବା ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ । ୨ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ୬ ଜଣ ସବ ଇନସ୍ପେକ୍ଟରଙ୍କୁ ଡେପୁଟେସନରେ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରାଯିବ । ନୀତିକୁ ଶୃଙ୍ଖଳିତ କରିବା ପାଇଁ ଜଣେ ଉପ ପ୍ରଶାସକ, ଦୁଇଜଣ ସହକାରୀ ପ୍ରଶାସକଙ୍କୁ ମଧ୍ୟ ଡେପୁଟେସନରେ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ।

ଇଟିଭି ଭାରତ, ପୁରୀ

Last Updated : Jun 19, 2024, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.