ETV Bharat / state

୧୪ରେ ଖୋଲିବ ରତ୍ନଭଣ୍ଡାର ! ଗଣତି ମଣତି ବେଳେ ବନ୍ଦ ହେବନି ଦର୍ଶନ, କମିଟି ସୁପାରିସ ପରେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର - SRIMANDIR RATNA BHANDAR TO OPEN

author img

By ETV Bharat Odisha Team

Published : Jul 9, 2024, 1:25 PM IST

Updated : Jul 9, 2024, 2:44 PM IST

Srimandir Ratna Bhandar: ଘୋଷଣା ହେଲା ରତ୍ନଭଣ୍ଡାର ଖୋଲିବା ତାରିଖ । ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରାକରଙ୍କୁ ପ୍ରସ୍ତାବ ଦେଲେ କମିଟି । ପଢନ୍ତୁ ପୂରା ଖବର

୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ; ଗଣତି ବେଳେ ଦର୍ଶନ ଚାଲିବ, ଏସ୍‌ଓପି ପ୍ରସ୍ତୁତ
୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ; ଗଣତି ବେଳେ ଦର୍ଶନ ଚାଲିବ, ଏସ୍‌ଓପି ପ୍ରସ୍ତୁତ (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ଥିବା ବର୍ଷ ବର୍ଷ ଅପେକ୍ଷାର ଖୁବଶୀଘ୍ର ଘଟିପାରେ ଅନ୍ତ । ଆସନ୍ତା ୧୪ ତାରିଖରେ ଖୋଲିପାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁଚର୍ଚ୍ଚିତ ରତ୍ନଭଣ୍ଡାର । ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପାଇଁ ରତ୍ନଭଣ୍ଡାର ତଦାରଖ କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଏନେଇ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସରକାର ୧୪ ତାରିଖରେ ଖୋଲିବାକୁ ଅନୁମତି ଦେବେ ବୋଲି ଆଶା କରୁଛି । ସରକାରଙ୍କ ଅନୁମତି ମିଳିବା ପରେ ଚାବି କାମ କରୁ ବା ନକରୁ ନିଶ୍ଚିତ ରତ୍ନଭଣ୍ଡାର ଖୋଲାଯିବ ।

୧୪ରେ ଖୋଲିବ ରତ୍ନଭଣ୍ଡାର ! ଗଣତି ମଣତି ବେଳେ ବନ୍ଦ ହେବନି ଦର୍ଶନ (ETV Bharat Odisha)

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରକୋଷ୍ଠରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ ବସିଥିଲା । ଏଥିରେ ରତ୍ନଭଣ୍ଡାର ଘୋଷଣା ତାରିଖ ସହ କେମିତି ଖୋଲିବ ତାହାର ରୂପରେଖ ପ୍ରସ୍ତୁତି ନେଇ ଆଲୋଚନ ହେବାର ଥିଲା । ବୈଠକରେ ପରେ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ କହିଛନ୍ତି, ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ତେବେ ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି । କିନ୍ତୁ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡିପାରେ । ଏନେଇ ଭକ୍ତମାନ ସହଯୋଗ କରିବ ବୋଲି ଆମେ କରୁଛୁ କହିଛନ୍ତି ଅଧ୍ୟକ୍ଷ ।

ଏହା ମଧ୍ୟ ପଢନ୍ତୁ: ETV Bharat Exclusive: କେଉଁଠି ଅଛି ରତ୍ନ ଭଣ୍ଡାର ଚାବି ଠିକଣା କହିଲେ ଗଜପତି ମହାରାଜା, ଚାରିଦ୍ବାର ଖୋଲିବାକୁ ନେଇ ଦେଲେ ବଡ ବୟାନ - Gajapati Maharaja Exclusive

ଆଜି ବୈଠକରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ ବୋଲି କୁହାଯାଉଥିବା ବେଳେ କିନ୍ତୁ ଚାବି ଆସିନି । ଏନେଇ ଜଷ୍ଟିସ ରଥ କହିଛନ୍ତି, ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ଚାବି ଉପସ୍ଥାପନ ହୋଇପାରିନି । ଆସନ୍ତା ୧୪ ତାରିଖରେ ତଦାରଖ କମିଟି ଆଗରେ ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରିବେ । ସେହିପରି ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ମରାମତି ହେବ । ମରାମତି ବେଳେ ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ପରିଚାଳନା କମିଟି ମନ୍ଦିର ଭିତରେ ସ୍ଥାନ ଚିହ୍ନଟ କରିଛନ୍ତି । ଅଳଙ୍କାର ସବୁ ଅସ୍ଥାୟୀ ଭଣ୍ଡାର ଭିତରେ ସିଡ୍ୟୁଲ ଅନୁସାରେ ରଖାଯିବ ।ଏହି ଘୋଷଣା ପରେ ଜଗନ୍ନାଥପ୍ରେମୀଙ୍କ ମହଲରେ ଉତ୍ସାହ ଦେଖାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Jul 9, 2024, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.