ETV Bharat / state

ଜାଗରରେ ଲାଗିବ ଭକ୍ତଙ୍କ ଭିଡ଼, ଲୋକନାଥ ମନ୍ଦିରରେ ମୁତୟନ ହେବେ 21 ପ୍ଲାଟୁନ୍ ଫୋର୍ସ

author img

By ETV Bharat Odisha Team

Published : Mar 7, 2024, 5:08 PM IST

Jagar Jatra Preparation At Lokanath Temple: ଆସନ୍ତାକାଲି ପବିତ୍ର ମହାଶିବରାତ୍ରୀରେ ଶୈବପୀଠ ପ୍ରଭୁ ଶ୍ରୀ ଲୋକନାଥଙ୍କ ମନ୍ଦିରରେ ଜାଗର ଯାତ୍ରା ନେଇ ପ୍ରସ୍ତୁତି ଶେଷ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 21 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଆସନ୍ତାକାଲି ଲୋକନାଥ ମନ୍ଦିରରେ ମୁତୟନ ହେବେ 21 ପ୍ଲାଟୁନ୍ ପୋଲିସ ଫୋର୍ସ, ଜାଗରରେ ହେବ ଭକ୍ତଙ୍କ ଭିଡ଼

ପୁରୀ: ଆସନ୍ତାକାଲି ପବିତ୍ର ମହାଶିବରାତ୍ରୀ ବା ଜାଗର ଯାତ୍ରା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଓଡ଼ିଶାର ପ୍ରତ୍ୟେକ ଶୈବପୀଠରେ ପବିତ୍ର ଜାଗର ଯାତ୍ରା ନେଇ ପ୍ରସ୍ତୁତି ଶେଷ ହୋଇଛି । ପୁରୀର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଲୋକନାଥଙ୍କ ମନ୍ଦିରରେ ଜାଗର ଯାତ୍ରା ନେଇ ପ୍ରସ୍ତୁତି ଶେଷ ହୋଇଛି । ତେବେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ 21 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ତଦାରଖ ପାଇଁ 2 ଜଣ ଅତିରିକ୍ତ ଏସ୍‌ପିଙ୍କ ସହ 15 ଜଣ ଇନ୍ସପେକ୍ଟର ଓ ଡିଏସ୍‌ପି ମଧ୍ୟ ଉପସ୍ଥିତ ରହିବେ ।

ବିଶେଷ କରି ଲୋକନାଥ ମନ୍ଦିରକୁ ରାସ୍ତା ବହୁତ୍ ସଂକୀର୍ଣ୍ଣ ଥିବାରୁ ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଭକ୍ତମାନେ କିଭଳି ଶାନ୍ତି ଶୃଙ୍ଖଳାରେ ଧାଡ଼ିରେ ଯାଇ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇବେ ସେନେଇ ଉପଯୁକ୍ତ ବାରିକେଡ ବ୍ୟବସ୍ଥା ହୋଇଛି । ସେବାୟତ, ଭିଭିଆଇପିଙ୍କ ଯାତାୟତ, ଦର୍ଶନ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ସେହିପରି ଭକ୍ତମାନେ କିଭଳି ଭଲ ଭାବରେ ଦୀପ ଜାଳି ପ୍ରଭୁଙ୍କୁ ଆରାଧନା କରିପାରିବେ ସେନେଇ ସ୍ଵତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି । ତେବେ ନିତି ନିର୍ଘଣ୍ଟ ଶୃଙ୍ଖଳା ରକ୍ଷା ପାଇଁ ସେବାୟତଙ୍କ ସହ ପ୍ରଶାସନ ଆଲୋଚନା କରି ସମସ୍ତ ବ୍ୟବସ୍ଥା କରାଯାଇଛି । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖାଯାଇ ଅଗ୍ନିଶମ ବିଭାଗ ସହିତ ଏହାର ପରିଚାଳନା ପାଇଁ ଅଫିସରଙ୍କୁ ମୁତୟନ ବ୍ୟବସ୍ଥା ହୋଇଥିବା ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.... ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ନିକଟରେ ଭିଡ଼, ମାନସିକ ପୂରଣ ପାଇଁ ରୂପ ଚଢ଼ାଇଲେ ଭକ୍ତ

ଗତକାଲି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥଲା ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଏଥିପାଇଁ ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥ ଦେବଙ୍କ ପୀଠ ଉତ୍ସବମୁଖର ଥିଲା । ହଜାର ହଜାର ଭକ୍ତ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିଥଲେ । ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଗତ ମଙ୍ଗଳବାର ରାତି ଗୋଟାଏରେ ମନ୍ଦିର ଦ୍ଵାର ଫିଟା ପରେ ପ୍ରଭୁ ଲୋକନାଥ ଦେବଙ୍କ ମଙ୍ଗଳ ଆଳତୀ, ସକାଳ ଧୂପ, ଦ୍ଵିପ୍ରହର ଧୂପ, ବଲ୍ଲଭ ନୀତି ଅନୁଷ୍ଠିତ ହୋଇଥଲା । ପରେ ରାତ୍ର 4ଟାରୁ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେଇଥିଲା । ବର୍ଷ ତମାମ ପ୍ରଭୁ ଲୋକନାଥଙ୍କ ଉପରେ ପଡି ରହିଥିବା ବେଲପତ୍ର, ଫୁଲ ଆଦିକୁ ସେବକମାନେ କାଢିଥିଲେ । ସକାଳ 7ଟା ଯାଏଁ ଏହି ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଥଲା । ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥଲା । ରାତି 10ଟା ଯାଏଁ ପ୍ରଭୁ ଲୋକନାଥଙ୍କୁ ଭକ୍ତ ଦର୍ଶନ କରିଥିଲେ । ସେହିପରି 100 ଟଙ୍କା ଟିକେଟ ନେଇ ମଧ୍ୟ ପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.